Advertisment

ଆନ୍ଧ୍ରପ୍ରଦେଶରେ ୬ ଓଡ଼ିଆଙ୍କ ମୃତ୍ୟୁ ଘଟଣା; ଦିଗପହଣ୍ଡିରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ...

ଦିଗପହଣ୍ଡିରେ ୬ ଓଡ଼ିଆ ଶ୍ରମିକଙ୍କ ମୃତଦେହ ପହଞ୍ଚିଛି। ସେମାନଙ୍କର ମୃତଦେହ ସହ ଫେରିଲା ଗଞ୍ଜାମ ପ୍ରଶାସନର ୩ ଜଣିଆ ଟିମ୍।

ଅଦ୍ୟତନ ହୋଇଛି
Bodies of 6 Odia Workers Killed in Andhra Quarry Blast Reach Digapahandi

Bodies of 6 Odia Workers Killed in Andhra Quarry Blast Reach Digapahandi

Advertisment

ଓଡ଼ିଶା ଫେରିଲା ଆନ୍ଧ୍ରପ୍ରଦେଶ ପଥର ଖଣି ବିସ୍ଫୋରଣରେ ମୃତ ଶ୍ରମିକଙ୍କ ମୃତଦେହ। ଦିଗପହଣ୍ଡିରେ ୬ ଓଡ଼ିଆ ଶ୍ରମିକଙ୍କ ମୃତଦେହ ପହଞ୍ଚିଛି। ସେମାନଙ୍କର ମୃତଦେହ ସହ ଫେରିଲା ଗଞ୍ଜାମ ପ୍ରଶାସନର ୩ ଜଣିଆ ଟିମ୍। ମୃତକଙ୍କ ଭିତରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ୪ ଓ ଗଜପତି ଜିଲ୍ଲାର ୨ ଶ୍ରମିକ।

Advertisment

ଗଞ୍ଜାମ ଜିଲ୍ଲାର ମୃତକମାନେ ହେଲେ ଦଣ୍ଡ ବଡ଼ତ୍ୟା, ମୁସା ଜେନା, ବନମାଳୀ ବେହେରା ଓ ସନ୍ତୋଷ ଗୌଡ଼। ଗଜପତି ଜିଲ୍ଲାର ୨ ମୃତକ ହେଲେ ଭାସ୍କର ବିଶୋଇ ଏବଂ ଟକୁନ ଦଳାଇ। ଗତକାଲି ଆନ୍ଧ୍ର ବପତଲା ଜିଲ୍ଲାର ଏକ ଗ୍ରାନାଇଟ୍ ପଥର ଖଣିରେ ଏହି ବିସ୍ଫୋରଣ ହୋଇଥିଲା। 

Digapahandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ