ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ, ଅଭିଜ୍ଞତା ଥିବା ଲୋକଙ୍କୁ ମିଳିବ ଗୁରୁତ୍ୱ

ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି ।

Manmohan Samal

ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି । ଯୋଗ୍ୟ ତଥା ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଥିବା ଲୋକଙ୍କୁ ମିଳିବ ଗୁରୁତ୍ୱ । ଆଜି ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ଆମ ସରକାରକୁ ଏବେ ୧୦୦ ଦିନ ପୂରିଛି ।

ଏ ସମୟ ଭିତରେ ଶପଥ ଗ୍ରହଣ ଦିନ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଯାଇଛି । ଏବେ ସଦସ୍ୟତା ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି । ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯିବ । ଏନେଇ ଖୁବଶୀଘ୍ର ଆମେ ନିଷ୍ପତ୍ତି ନେବୁ । ଏଥିପାଇଁ ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ।

ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ପଲିସି ପ୍ଲାନିଂ ହେବ, ତାହା ଅନୁଯାୟୀ ପଦକ୍ଷେପ ନିଆଯିବ ।