Advertisment

ପାଣି ଟୋପେ ପାଇଁ ହନ୍ତସନ୍ତ କୃଷ୍ଣସାର; ନା ଅଛି ଛାଇ ନା ମିଳୁଛି ପାଣି

ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ। ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଜଙ୍ଗଲୀ ଜୀବ।

ଅଦ୍ୟତନ ହୋଇଛି
Blackbucks

Blackbucks

Advertisment

ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ। ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଏହି ଜଙ୍ଗଲୀ ଜୀବ। ଏମିତିକି ବାଟବଣା ହୋଇ ଅନେକ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ସେପଟେ ବନ ବିଭାଗ କିନ୍ତୁ କହୁଛି ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି।

Advertisment

ଏଭଳି ଦୃଶ୍ୟ ଆସିକା ବନାଞ୍ଚଳର ଭେଟନଇ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଠି ସର୍ବାଧିକ ବିଶ୍ୱବିରଳ କୃଷ୍ଣସାର ମୃଗ ଖୋଲା ଆକାଶ ତଳେ ଚଳପ୍ରଚଳ କରନ୍ତି। ଏମାନଙ୍କ ଉପସ୍ଥିତ ଏ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବାବେଳେ, ଖରାଦିନେ କିନ୍ତୁ ଏମାନେ ପାଣି ପାଇଁ ଅନେକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ତାତିକୁ ଦେଖି SRC ଙ୍କ କଡ଼ା ନିର୍ଦ୍ଦେଶ, ପର୍ଯ୍ୟାପ୍ତ ଜଳଛତ୍ର ଖୋଲ..

Advertisment

ଭେଟନଇର ଜଗତି ପଡ଼ିଆରେ ହରିଣଙ୍କ ଆହାର ଓ ବିହାର ପାଇଁ ଖୋଲା ବିସ୍ତୃତ ଅଂଚଳ ରହିଛି। ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଚାରିମଇଲି ଠାରେ କୃଷ୍ଣାସର ମୃଗ ରୁହନ୍ତି। ପୂର୍ବ ଗଣନା ଅନୁସାରେ ଚଳିତ ବର୍ଷ ଦୁଇ ଶହରୁ ଉର୍ଦ୍ଧ ବଢିଛି ହରିଣ ସଂଖ୍ୟା। କିନ୍ତୁ ଯେଉଁ ମାତ୍ରାରେ ଏମାନଙ୍କ ବଂଶ ବୃଦ୍ଧି ହେବା କଥା ତାହା ହୋଇନିାହିଁ। ମୁଖ୍ୟ ସମସ୍ୟା ହେଲା ଏମାନଙ୍କ ପାଇଁ ଯଥେଷ୍ଟ ପିଇବା ପାଣି ଏବଂ ଜଙ୍ଗଲର ଅଭାବ ରହିଛି। ସେପଟେ କିନ୍ତୁ ବନ ବିଭାଗ ଯଥେଷ୍ଟ ପଦକ୍ଷେପ ନେଇଥିବା କଥା କହିଛି।

Blackbuck Water Crisis Water Scarcity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ