ରାସ୍ତାରେ ବୁଲୁଛନ୍ତି କଳାବାଘ ଛୁଆ
ପର୍ଯ୍ୟଟକମାନେ ଶିମିଳିପାଳ ବୁଲୁଥିଲେ। ହଠାତ୍ ସେମାନଙ୍କ ଗାଡ଼ି ଆଗକୁ ଚାଲି ଆସିଲେ ଦୁଇ ଦୁଇଟି କଳା ବାଘଛୁଆ। ଏହାକୁ ଦେଖି ପର୍ଯ୍ୟଟକମାନେ ଯେତିକି ଭୟଭୀତ ହେଲେ, ସେତିକି ଖୁସି ମଧ୍ୟ ହେଲେ। ଏମିତି ବିରଳ ଦୃଶ୍ୟ ଦେଖି ସେମାନେ ଫଟୋ ଉଠାଇବା ମଧ୍ୟ ଆରମ୍ଭ କରିଦେଲେ। ଏଥିପାଇଁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଯାଇଥିଲା।
ଘଟଣାରୁ ପ୍ରକାଶଯେ, ଶିମିଳିପାଳ ଅଭୟାରଣ୍ୟ ରାସ୍ତାରେ ଦୁଇ ଦୁଇ ମହାବଳବାଘ ଛୁଆ ବୁଲୁଥିବା ଦେଖିବାକୁ ମିଳିଛି। ଦୁଇ ଛୁଆ ମଧ୍ୟରେ ଗୋଟିଏ କଳା ଅଥବା ମିଲାନାଷ୍ଟିକ ବାଘ ହୋଇଥିବା ବେଳେ ଅନ୍ୟଟି ସାଧାରଣ ମହାବଳ ବାଘ ବୋଲି ଜଣା ପଡ଼ିଛି। ଶିମିଳିପାଳକୁ ବୁଲି ଆସିଥିବା ପର୍ଯ୍ୟଟକଙ୍କ ଗାଡି ଆଗକୁ ଏହି ବାଘ ଛୁଆ ଆସିଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏମାନେ ସେଠାରେ କିଛି ସମୟ ଧରି ରାସ୍ତା ଅବରୋଧ କରି ବୁଲିଥିଲେ । ଏହି ବାଘ ଛୁଆଙ୍କ ଫଟୋ ପଯ୍ୟଟକ ମାନେ ଉଠାଇଥିବା ବେଳେ ଶିମିଳିପାଳ ଉପନିର୍ଦେଶକ ସମ୍ରାଟ ଗୈଡା ନିଜ ଫେସବୁକ୍ରେ ଏହାକୁ ପୋଷ୍ଟ କରିଛନ୍ତି।
ସମ୍ରାଟ ଗୈଡା ଲେଖିଛନ୍ତି, ଶିମିଳିପାଳ ସୁରକ୍ଷାକୁ ଯେଭଳି କଡାକଡି କରିବାକୁ ପରିଶ୍ରମ କରାଯାଉଛି, ଏହା ତାହାର ଫଳ। ବାଘ ଛୁଆମାନେ ନିର୍ଭୟରେ ରାସ୍ତାରେ ବୁଲିପାରୁଛନ୍ତି। ସେହିପରି ଓଡ଼ିଶା ଓ୍ବାଇଲ୍ଡ ଲାଇଫ ପିସିସିଏଫ୍ ମଧ୍ୟ ନିଜ ସୋସିଆଲ ମିଡିଆ ଏକ୍ସ ପେଜ ରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଉଥିବା ଏବଂ ଶିମିଳିପାଳର ସୁରକ୍ଷାର ଏହା ଫଳାଫଳ ବୋଲି ଉଲ୍ଲେଖ କରିଛନ୍ତି।
ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ତିନି ଥାକିଆ ବ୍ୟବସ୍ଥା କରାଯାଇଛି । ନିକଟରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଲଗାଯିବା, ଶିମିଳିପାଳ ଅଭୟାରଣ୍ୟ ପାଇଁ ସ୍ଵତନ୍ତ୍ର ଏନଫୋ୍ର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ସେହିପରି ପୋଲିସ ଓ ବନ କର୍ମଚାରୀ ମିଳିତଭାବେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବା ଏବଂ ଏଥି ସହ ଶିମିଳିପାଳରେ ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ଟିମ୍ ମଧ୍ୟ ଗଠନ କରାଯାଇଅଛି । ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ଭ୍ରମଣ ବେଳେ ବାଘ ସାମ୍ନାକୁ ଆସିବା ବିରଳ ଘଟଣା ହୋଇଥିବା ବେଳେ ବାଘ ଛୁଆ ମାନେ ମଧ୍ୟ ପଯ୍ୟଟକଙ୍କ କୌଣସି କ୍ଷତି କରିନଥିବା ଜଣାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738147945.jpg)