Advertisment

ସରଗରମ ଆସ୍କା ରାଜନୀତି; ଭାଇରାଲ ଅଡିଓକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ...

ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ।

ଅଦ୍ୟତନ ହୋଇଛି
Viral Audio Clip

Viral Audio Clip

Advertisment

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ । ଆସିକା ବିଧାୟକ ସରୋଜ ପାଢୀ ଜଣେ ବାଲିଘାଟ ଲିଜଧାରୀଙ୍କୁ ଟଙ୍କା ମାଗୁଥିବାର ଅଭିଯୋଗ କରିଛି ବିଜେଡି। ଏହି ଅଡିଓରେ ବିଧାୟକ ସିଧାସଳଖ ଟଙ୍କା ମାଗୁଛନ୍ତି ଓ ଏହାର ତଦନ୍ତ ହେବା ଦରକାର ବୋଲି କହିଛି ବିଜେଡି।

Advertisment

ଏପରିକି ଲିଜଧାରୀ ଜଣକ ୨ ଲକ୍ଷ ଟଙ୍କା ଦେଇଥିବାର କହୁଥିବା ଏହି ଅଡିଓରୁ ଜଣାପଡିଛି, ଯାହାର ସତ୍ୟତା ଥିବା ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ । ଏଥିସହ ସେ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ଏପଟେ ଆସିକା ବିଧାୟକ ସରୋଜ ପାଢୀ କହିଛନ୍ତି, କିଛି ଲୋକ ତାଙ୍କୁ ବଦ୍‌ନାମ କରିବାକୁ ଚେଷ୍ଟା କରିଛନ୍ତି। ଈଶ୍ବର ଓ ତାଙ୍କର କଣ୍ଠସ୍ବରକୁ ‌ଯୋଜନାବଦ୍ଧ ଭାବେ ଅଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ୍ କରାଯାଇଛି। ଶେରଗଡ଼ ତହସିଲ ଅନ୍ତର୍ଗତ ଗୁଡ଼ିସର ବାଲିଘାଟର ଗୁତାଦାର ସୁଧାନିଧି ଚୌଧୁରୀ ସରକାରଙ୍କ ନିକଟରୁ ଲିଜ୍‌ରେ ପାଇଥିବା ବାଲିଘାଟ ଚଳାଇବାକୁ ବିଭିନ୍ନ ସମୟରେ କୃପାସିନ୍ଧୁ ମୁଦୁଲିଙ୍କଠୁ ଟଙ୍କା ନେଇଥିଲେ। କୃପାସିନ୍ଧୁ ମୋତେ ନିର୍ବାଚନ ସମୟରେ ସହଯୋଗ କରିଥିଲେ। ସେହି କାରଣରୁ ମଧ୍ୟସ୍ଥି ଭାବେ ମୋତେ ସାହାଯ୍ୟ କରିବାକୁ ମୁଁ ସୁଧାନିଧିଙ୍କ ସହ ଆଲୋଚନା କରିଥିଲି। ସୁଧାନିଧି ମୋର ଅନୁପସ୍ଥିତିରେ ଘରେ ଦେଇଥିବା ୨ ଲକ୍ଷ ଟଙ୍କା କୃପାସିନ୍ଧୁ ମୁଦୁଲିକୁ ପରେ ହସ୍ତାନ୍ତର କରାଯାଇଛି। ବାଲିଘାଟ ଚଳାଇବାକୁ ସୁଧାନିଧି ଆର୍ଥିକ ଅକ୍ଷମତା ପ୍ରକାଶ କରି କୃପାସିନ୍ଧୁଙ୍କ ନାମରେ ଚୁକ୍ତିନାମା କରିଥିଲେ। ବାଲିଘାଟ ଚଳାଇବା ପାଇଁ ସୁଧାନିଧି ବହୁ ଲୋକଙ୍କ ଠାରୁ ଟଙ୍କା ନେଇ ଫେରାଇ ନଥିବା ବିଧାୟକ କହିଛନ୍ତି। କିନ୍ତୁ ମୁଁ ବାଲିଘାଟ ବାବଦରେ କେବେବି ସୁଧାନିଧିଙ୍କୁ ଟଙ୍କାଟିଏ ମଧ୍ୟ ମାଗି ନଥିବା ଶ୍ରୀ ପାଢ଼ୀ କହିଛନ୍ତି।

Advertisment

ସେହିପରି ଆସିକାର ଜଗଦଲପୁର ବାଲିଘାଟ ଚଳାଉଥିବା ଈଶ୍ୱର ନାୟକ ଓରଫ କୁତୁଲି କହିଛନ୍ତି, ଭାଇରାଲ୍ ହେଉଥିବା ଅଡିଓ କ୍ଲିପିଂରେ କଣ୍ଠସ୍ବର ମୋର ନୁହେଁ। ବିଧାୟକଙ୍କ ସହ ମୋର ବ୍ୟକ୍ତିଗତ ସଂପର୍କ ଭଲ ଅଛି। ମୋତେ ବଦନାମ କରିବାକୁ ଏହି ଅଡିଓ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଏହି ଘଟଣାକୁ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Advertisment

BJD BJP Viral Audio Viral Audio Clip Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ