ରାଜ୍ୟବ୍ୟାପୀ ବ୍ୟାପକ ହେବ ବିଜେପିର ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଚଳିତ ମାସ ୧୧ରୁ ୧୫ ତାରିଖ ଯାଏଁ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ହାତକୁ ନେବ ବିଜେପି। ପ୍ରତି ନିର୍ବାଚନ ମଣ୍ଡଳୀରେ ହେବ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା। ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Also Read
କେବଳ ଏତିକି ନୁହେଁ, ଆସନ୍ତା ୧୪ ତାରିଖରେ ବିଭାଜନ ବିଭୀଷିକା ଦିବସ ପାଳିବାକୁ ବି ବିଜେପି ନିଷ୍ପତ୍ତି ନେଇଛି। ନୂଆପୀଢ଼ିଙ୍କୁ ଅବଗତ ଓ ସଚେତନତା ପାଇଁ ଏହି ଦିବସରେ ଅନେକ ଯୋଜନା ହାତକୁ ନିଆଯିବା ସହ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ‘ମାଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ପ୍ରତି ପରିବାରକୁ ସାମିଲ ଲକ୍ଷ୍ୟ ରଖିଛି ବିଜେପି। ସେହିପରି ବୁଥରେ ‘ମନ୍ କି ବାତ୍’ ଶୁଣିବା କାର୍ଯ୍ୟକ୍ରମକୁ ସଫଳ ପାଇଁ ବି ଆଲୋଚନା ହୋଇଛି। ଆଜିର ପଦାଧିକାରୀ ବୈଠକରେ ୨ ନିର୍ବାଚନ ପ୍ରଭାରୀ ଯୋଗଥିଲେ।
ଅନ୍ୟପଟେ ଏଥର ରାଜ୍ୟରେ ଗାନ୍ଧୀମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଚଳିତ ବର୍ଷ ସ୍ୱାଧୀନତା ଦିବସ ପରେଡରେ ଭାଗ ନେବେ ୪୦ଟି କଣ୍ଟିଜେଣ୍ଟ। ସ୍ୱାଧୀନତା ଦିବସ ସମାରୋହରେ ପତ୍ତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ।