Advertisment

Odisha Farmer Crisis Solution: ଚାଷୀ ସମସ୍ୟାର ଦୀର୍ଘକାଳୀନ ସମାଧାନ ଲୋଡ଼ା

ବିଜେପି ନେତୃତ୍ୱାଧୀନ ଓଡିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟ ବିପର୍ଯ୍ୟୟ ଭାବରେ ଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଯାହାକୁ ରାଜ୍ୟର ବିଭିନ୍ନ ମହଲ ପ୍ରଶଂସା କରିବା ଦେଖାଗଲା । କାରଣ ଅଦିନିଆ ଚାଷ ଓ ଫସଲ କ୍ଷୟକ୍ଷତି ପାଇଁ ଚାଷୀ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ସିଧାସଳଖ ସହାୟତା ପାଇପାରିବେ । ପାଣ୍ଠିର ୧୦ ପ୍ରତିଶତ ଏ କ୍ଷେତ୍ରରେ ବିନିଯୋଗ ହେବ ।

ଅଦ୍ୟତନ ହୋଇଛି
Farmer

Farmer

Advertisment

ଅଦିନିଆ ବର୍ଷାକୁ ରାଜ୍ୟ ବିପର୍ଯ୍ୟୟ ମାନ୍ୟତା ଦେଇ ଓଡିଶାର ବିଜେପି ସରକାର ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି । ଯଦିଓ ଦୀର୍ଘ ବର୍ଷ ଧରି ରାଜ୍ୟର ଚାଷୀମାନେ ଅଦିନିଆ ବର୍ଷା କାରଣରୁ ବ୍ୟାପକ କ୍ଷୟ କ୍ଷତି ସହିବା ଏଭଳିକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଘଟଣା ସାମ୍ନାକୁ ଆସୁଛି । କିନ୍ତୁ ପୂର୍ବରୁ କୌଣସି ସରକାର ଏଭଳି ନିଷ୍ପତ୍ତି ନେଇନଥିଲେ । ପ୍ରଥମଥର ପାଇଁ ମୋହନ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ରାଜ୍ୟର ନଦୀ ଶଯ୍ୟାଗୁଡିକ ଶୁଖିଲା ପଡ଼ିଥିବା ବେଳେ ଭୂ-ତଳ ଜଳସ୍ତର ମଧ୍ୟ ତଳମୁହାଁ ହେବାରେ ଲାଗିଛି l ଯୋଜନା ଘୋଷଣା ସହିତ ସରକାର ଚାଷୀମାନଙ୍କ ସମସ୍ୟାର ଦୀର୍ଘକାଳୀନ ସ୍ଥାୟୀ ପ୍ରତିକାର କରିବା କରିବା ଜରୁରୀ l

Advertisment

୧୫ ମେ ୨୦୨୫ ଗୁରୁବାର, ବିଜେପି ନେତୃତ୍ୱାଧୀନ ଓଡିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟ ବିପର୍ଯ୍ୟୟ ଭାବରେ ଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଯାହାକୁ ରାଜ୍ୟର ବିଭିନ୍ନ ମହଲ ପ୍ରଶଂସା କରିବା ଦେଖାଗଲା । କାରଣ ଅଦିନିଆ ଚାଷ ଓ ଫସଲ କ୍ଷୟକ୍ଷତି ପାଇଁ ଚାଷୀ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ସିଧାସଳଖ ସହାୟତା ପାଇପାରିବେ । ପାଣ୍ଠିର ୧୦ ପ୍ରତିଶତ ଏ କ୍ଷେତ୍ରରେ ବିନିଯୋଗ ହେବ । ଏହାଦ୍ୱାରା ଓଡିଶା ଚାଷୀ ଉପକୃତ ହେବେ ବୋଲି କୁହାଯାଏ ।

ଯେଉଁ ଦିନ ଏହି ଖବର ପ୍ରକାଶ ପାଇଲା ଠିକ୍ ସେହିଦିନ ଚାଷୀଙ୍କ ଦୁର୍ଦ୍ଦଶାର ଦୁଇଟି ଘଟଣା ସାମ୍ନାକୁ ଆସିଲା । ୩ ଏକର ଜମିରେ ଡାଳୁଅ ଧାନ ଚାଷ ପାଇଁ ହାତଉଧାରି ନେଇଥିବା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମାଧପୁର ଗ୍ରାମର ମହେଶ୍ୱର ଜେନା (୫୩)ଙ୍କ ଫସଲ ଲୁଣି ପାଣି ଓ ଅଦିନିଆ ବର୍ଷାରେ ନଷ୍ଟ ହେବା କଷ୍ଟ ସହିନପାରି ବେକରେ ରଶି ଲଗାଇ ଝୁଲିପଡିଥିଲେ । ସେହିଭଳି କରଜରେ ବୁଡି ରହିଥିବା ଟିଟିଲାଗଡ ସ୍ଥିତ ସିଆଲଝୁଡୁଙ୍ଗିର ରାତ୍ର ଛତ୍ରିଆ ବିଷପାନ କରିବା ଘଟଣା ପ୍ରକାଶ ପାଇଲା ।

Advertisment

୨୦୨୪ ଡିସେମ୍ବରରେ ଅଦିନିଆ ବର୍ଷା କାରଣରୁ ରାଜ୍ୟର ୬.୬୬ ଲକ୍ଷ ଚାଷୀ ସାଢେ ୨୨ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲ କ୍ଷତି ସହିଥିଲେ । ଅନେକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ତେବେ ଏହାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୃଷି ଇନପୁଟ ସହାୟତା ରାଶି ଭାବରେ ୨୯୧ କୋଟି ଟଙ୍କା ପ୍ରଦାନ କଲେ ।

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ରାଜ୍ୟରୁ ହଟାଇବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Advertisment

ତେବେ ଏହା ପଛରେ ବିରୋଧୀଙ୍କ ଚାପର ଭୂମିକା ଉଲ୍ଲେଖନୀୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଡିସେମ୍ବରରେ ଅଦିନିଆ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଅଂଚଳକୁ ବ୍ୟକ୍ତିଗତ ଭାବେ ଯାଇ ବୁଲି ଦେଖିଥିଲେ । କ୍ଷେତକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ।

୬ ଜାନୁଆରୀ ଲୋୟର ପିଏମଜିରେ ଛିଡା ହୋଇ ବିରୋଧୀଦଳ ନେତା ଶ୍ରୀ ପଟ୍ଟନାୟକ ମୋହନ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଲେ, “ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି । କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁ ନାହିଁ । ଅତ୍ୟାବଶ୍ୟକ ଜିନିଷର ଦର ଆକାଶ ଛୁଆଁ ଥିବାବେଳେ ଅଦିନିଆ ବର୍ଷା ଫସଲହାନୀରେ ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି ।

୨୦୨୪ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ରାଜ୍ୟ ବିଜେପି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କାକୁ ବୃଦ୍ଧି କରି ଓଡିଶାର ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲେ । ସରକାରକୁ ଆସିବାର ବର୍ଷେ ପୂର୍ତ୍ତି ପୂର୍ବରୁ ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରି ଚାଷୀମାନଙ୍କ ମନ ଜିତିବାର ଉଦ୍ୟମ କରିଛନ୍ତି, ଯଦିଓ କୃଷି ଭିତ୍ତିଭୂମି ସୁଦୃଢ କ୍ଷେତ୍ରରେ ଅନେକ ଅବ୍ୟବସ୍ଥା ଲାଗି ରହିଛି ।

ଏକାଧିକ କୃଷି କର୍ମଣ ପୁରସ୍କାର ପାଇବା ସତ୍ତ୍ୱେ ପୂର୍ବ ବିଜେଡି ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା ଖଞ୍ଜି ଦେଇଥିଲେ ମଧ୍ୟ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନଥିଲେ । ଯେଉଁଥିପାଇଁ ବିଭିନ୍ନ ସମୟରେ ଅଦିନିଆ ବର୍ଷା ଏବଂ ଜଳସେଚନ ଅଭାବରୁ ମରୁଡି ଚାଷୀ ପରିସ୍ଥିତିର ସାମ୍ନା କରିଥିଲେ ।

ଅଗଷ୍ଟ ୨୦୨୧ରେ ମୌସୁମୀ ସମୟରେ ରାଜ୍ୟରେ ମରୁଡିର ମହାସଂକଟ ଦେଖାଦେଇଥିବା ସତ୍ତ୍ୱେ ତତ୍କାଳୀନ ବିଜେଡି ସରକାର ଦୃଷ୍ଟି ଦେଲେ ନାହିଁ । ମୌସୁମୀ ଅଧିବେଶନ ବସିବାର ଦିନକ ପୂର୍ବରୁ ବାହାଘର ବେଳେ ବାଇଗଣ ରୁଆ ନ୍ୟାୟରେ ୩୧ ଅଗଷ୍ଟରେ ସରକାର ଜରୁରୀ ସମୀକ୍ଷା ବୈଠକ ଡାକି ୭ ଦିନ ମଧ୍ୟରେ ପୋଖରୀ ଖୋଳିବା ଓ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ।

ଜଳାଭାବରୁ ରାଜ୍ୟର ୨୧୩ଟି ବ୍ଲକରେ ଚାଷକାର୍ଯ୍ୟ ବ୍ୟାପକ ପ୍ରଭାବିତ ହୋଇଥିବାବେଳେ ୭ ଦିନ ମଧ୍ୟରେ ସରକାର କିଭଳି ସଜାଡିବେ ବୋଲି ପ୍ରଶ୍ନ ଉଠିଲା । ଜଣେ ଚାଷୀଙ୍କର ଆତ୍ମହତ୍ୟା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ବିଧାନସଭାରେ ସରକାରଙ୍କୁ ବିରୋଧୀ ଘେରି ଜବାବ ମାଗିଲେ । ପରବର୍ତ୍ତୀ ୨୦୨୨ରୁ ୨୦୨୪ ମଧ୍ୟରେ ଅଦିନିଆ ବର୍ଷା ସହିତ ଜଳାଭାବରୁ କ୍ଷେତରେ ଗଜାମରୁଡି ପରିସ୍ଥିତି ଦେଖାଦେଇଛି । ବର୍ତ୍ତମାନ ରାଜ୍ୟର ପ୍ରମୁଖ ନଦୀଗୁଡିକ ଶୁଖିଲା ପଡିଥିବାବେଳେ ଭୂ-ତଳ ଜଳସ୍ତର ମଧ୍ୟ ତଳମୁହାଁ ହେବାରେ ଲାଗିଛି ।

ସୁତରାଂ ପୂର୍ବ ସରକାରଙ୍କ ସମୟରେ ଚାଷୀଙ୍କ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାଗୁଡିକୁ ବର୍ତ୍ତମାନର ସରକାର ତର୍ଜମା କରି ବିଶେଷ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ଉତ୍ତାପ ମୁକାବିଲା ନିମନ୍ତେ ସକଳ ସ୍ତରରେ ବ୍ୟାପକ ପଦକ୍ଷେପ ନେବା ଜରୁରୀ । ତା ନହେଲେ ରାଜ୍ୟ ଘୋଷଣା କରିଥିବା ୯ଟି ବିପର୍ଯ୍ୟୟ ଆଗାମୀ ଦିନରେ ଦ୍ୱିଗୁଣିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ଉତ୍ତମ ଜଳସେଚନ ବ୍ୟବସ୍ଥା ସହିତ ଉତ୍ପାଦିତ ଫସଲକୁ ସଂରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ଏହା ସହିତ ଚାଷୀଙ୍କ ଋଣ, ସାର, ବିହନ ଆଦି କ୍ଷେତ୍ର ପ୍ରତି ମୋହନ ସରକାର ବିଶେଷ ଧ୍ୟାନାକର୍ଷଣ କରିବା ଜରୁରୀ ।

ଅଧିକ ପଢ଼ନ୍ତୁ: କିଏ ଖୋଳାଇଥିଲେ ନରେନ୍ଦ୍ର ପୁଷ୍କରିଣୀ, ଏଠାରେ କାହିଁକି ଓ କେଉଁ ବିଧିରେ ହୁଏ ଚାପଖେଳ?

Odisha CM Odisha Farmer Issues Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ