Advertisment

BJD Leader Bobby Das Brother Arrested: ଗିରଫ ପରେ ଜେଲ ଗଲେ ବବିଙ୍କ ଭାଇ ଲଲ; ମାମଲାକୁ ନେଇ ତେଜିଲା ଯାଜପୁର ପଲିଟିକ୍ସ...

ଗିରଫ ହେଲେ ବବିଙ୍କ ଭାଇ ଭବ। ବାବହଳପୁର ବାସଭବନରୁ ଭବଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଭବଙ୍କ ବିରୋଧରେ ଲାଗିଛି BNSର ୧୧୫ (୨), ୨୯୬, ୩(୫), ୩୦୩(୨), ୩୨୪(୪) ଧାରା। ଏହା ବାଦ୍ ବିରଜା ହାଟ ଗଣ୍ଡଗୋଳକୁ ନେଇ ଭବଙ୍କ ନାଁରେ ରହିଛି ଏକାଧିକ ମାମଲା।

ଅଦ୍ୟତନ ହୋଇଛି
undefined

BJD Leader Bobby Das Brother Arrested

Advertisment

ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ହାଟ ପାଇଁ ରାସ୍ତାରୋକ ଏମିତି ଏକାଧିକ ମାମଲା ପରେ, ଶେଷରେ ଯାଜପୁରର ପାୱାରଫୁଲ ଲିଡର ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ପୋଲିସ୍। SDJM କୋର୍ଟରେ ହାଜର ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲ୍ ଯିବାକୁ ପଡିଛି ଭବଙ୍କୁ। ଯାହା ପରେ ତେଜିଛି ଯାଜପୁର ପଲିଟିକ୍ସ। ଯାଜପୁର ଏବଂ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଏବଂ ହିମାଂଶୁଙ୍କୁ ଟାର୍ଗେଟ କରିଛି ଦଳ। ଯାହାର କଡ଼ା କାଉଣ୍ଟର କରିଛନ୍ତି ହିମାଂଶୁ।

Advertisment

ରୋଚକ ମୋଡରେ ଯାଜପୁର ରାଜନୀତି। ଗିରଫ ହେଲେ ବବିଙ୍କ ଭାଇ ଭବ। ବାବହଳପୁର ବାସଭବନରୁ ଭବଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଭବଙ୍କ ବିରୋଧରେ ଲାଗିଛି BNSର ୧୧୫ (୨), ୨୯୬, ୩(୫), ୩୦୩(୨), ୩୨୪(୪) ଧାରା। ଏହା ବାଦ୍ ବିରଜା ହାଟ ଗଣ୍ଡଗୋଳକୁ ନେଇ ଭବଙ୍କ ନାଁରେ ରହିଛି ଏକାଧିକ ମାମଲା। ବୁଧବାର ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ତାଙ୍କ ନାଁରେ ଅଭିଯୋଗ କରିଥିଲେ ବିଧାୟକ। ଏହା ବାଦ୍ ଥାନା ଘେରାଉ, ରାସ୍ତା ବନ୍ଦ ଘଟଣାରେ ବି ମାମଲା କରିଥିଲା ପୋଲିସ। ଗତକାଲି ହାଟ ବ୍ୟବସାୟୀ ମଦନ ନାୟକ ମଧ୍ୟ ଏକ ମାମଲା କରିଥିଲେ। ହାଟରେ ଦୋକାନ ଖୋଲିବା ବେଳେ ତାଙ୍କୁ ମାଡ ମାରିଥିବା ଏବଂ ତାଙ୍କ ଜିନିଷ ପତ୍ର ଫୋପାଡି ଥିବା ଭବଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଦନ। ଏହି ଅଭିଯୋଗ ଭିତ୍ତିରେ ରାତି ୩ଟା ୩୦ରୁ ଭବଙ୍କୁ ଉଠାଇ ଅଟକ ରଖିଥିଲା ପୋଲିସ୍। ସକାଳ ୯ଟା ବେଳେ ତାଙ୍କୁ SDJM କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ଭବଙ୍କୁ ଯାଜପୁର ସବ୍ ଜେଲକୁ ପଠାଯାଇଛି। ବୁଧବାର ଦିନ ବିରଜା ହାଟକୁ ନେଇ ରାସ୍ତା ବନ୍ଦ ବେଳେ ବିଧାୟକ ହିଂମାଶୁ ସାହୁଙ୍କ ଉପରେ ହୋଇଥିଲା ଆକ୍ରମଣ। ବବିଙ୍କ ସମର୍ଥକମାନେ ବିଧାୟକଙ୍କ ଗାଡି ମଧ୍ୟ ଭଙ୍ଗାରୁଜା  କରିଥିଲେ। ସେହି ମାମଲାରେ ଏଯାଏଁ ୧୪ ଜଣ ଗିରଫ ହେଲେଣି। 

ଅଧିକ ପଢ଼ନ୍ତୁ: ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ, ପୁଣି ବବିଙ୍କୁ ଦାୟୀ କଲେ ଧର୍ମଶାଳା ବିଧାୟକ

Advertisment

ଅନ୍ୟପଟେ ଭବଙ୍କୁ ଗିରଫ ପରେ ତେଜିଛି ରାଜନୀତି। ଜିଲ୍ଲାରେ ଏବଂ ଭୁବନେଶ୍ୱରରୁ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଘଟଣାକୁ ନିନ୍ଦା କରାଯିବା ସହି ସହ ଧର୍ମଶାଳା ବିଧାୟକଙ୍କ ଉପରେ ଲଗାଇଛନ୍ତି ଆରୋପ। ବିଜେଡି ଅଭିଯୋଗ କରିଛି ବିରଜା ପ୍ରକଳ୍ପ ବନ୍ଦ କରିବାକୁ ଚାହୁଁଛନ୍ତି ବିଜେପି ନେତା। ଆକ୍ରମଣ ନେଇ ମିଛ କହୁଛନ୍ତି ଧର୍ମଶାଳା ବିଧାୟକ। ଏମିତ କି ପୋଲିସ ସରକାରଙ୍କ ହାତ ବାରିସୀ ସାଜିଥିବା ଅଭିଯୋଗ କରିଛି ବିଜେଡି। 

ଜବାବରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କହିଛନ୍ତି, ଆକ୍ରମଣ ନେଇ ସମବେଦନା ଜଣାଇବା ବଦଳରେ ମିଛ ଅଭିଯୋଗ ନିନ୍ଦନୀୟ। ଭିଡିଓରେ ସ୍ପଷ୍ଟ ଅଛି ବିଜେଡି ଯୁବ ସଭାପତି, ସରପଞ୍ଚ ଆକ୍ରମଣ କରୁଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରି କହିଛନ୍ତି, ପକେଟ ଗରମ ହେଉନଥିବାରୁ ବାଉଳାମି ଆରମ୍ଭ କରିଛନ୍ତି ଦୁଇ ଭାଇ। ୨୫ ବର୍ଷ ହେଲା ଡୋମିନେଟ୍ ରାଜନୀତି କରୁଥିଲେ ଏବେ କ୍ଷମତା ଯିବାରୁ ହିଂସ୍ର ହୋଇଯାଇଛନ୍ତି। ଯାଜପୁରରୁ ଗୁଣ୍ଡାରାଜ ବନ୍ଦ କରିବେ ବୋଲି କହିଛନ୍ତି ହିମାଂଶୁ। ଯାଜପୁରରେ ରାଜନୈତିକ ବାଦ ବିବାଦ ଏବେ ହିଂସାର ରୂପ ନେଇଛି। ଆଗକୁ ଏହା କେଉଁ ମୋଡ ନେଉଛି ତା ଉପରେ ନଜର।

Advertisment

ଅଧିକ ପଢ଼ନ୍ତୁ: ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଜେଲ୍ ଗଲେ ୧୦ ଅଭିଯୁକ୍ତ

Odisha News BJD Arrested Assaulting Vegetable Vendor BJD Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ