Advertisment

ରେଭେନ୍ସା ତାତି, କ୍ୟାମ୍ପସ୍‌ ଗଣ୍ଡଗୋଳ: ପ୍ରସଙ୍ଗକୁ ହାୱା ଦେଉଛି କି ବିଜେଡି ?

ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି।

ଅଦ୍ୟତନ ହୋଇଛି
undefined

Ravenshaw University

Advertisment

ଥମିବାର ନାଁ ନେଉନି ରେଭେନ୍ସା ତାତି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି। ଯାହାକୁ ନେଇ ତେଜିଛି ରାଜନୀତି। ଘଟଣାର ସମ୍ବେଦନଶୀଳତାକୁ ଦେଖି ଏଥିରୁ ରାଜନୈତିକ ରୁଟି ସେକିବାକୁ ବିଜେଡି ବିଧିବଦ୍ଧ ଉଦ୍ୟମ କରୁଛି କି ବୋଲି ପ୍ରଶ୍ନ ଉଠିଛି। ସେପଟେ ପ୍ରସଙ୍ଗକୁ ନେଇ ଆଜି ବି ବିଧାନସଭାରେ ଜୋରଦାର ହଟ୍ଟଗୋଳ ହେବାରୁ ଗୃହକୁ ଦୁଇଥର ମୁଲତବୀ ରଖିବାକୁ ପଡ଼ିଛି।

Advertisment

୪ ତାରିଖ । ଦିନରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଲନରେ ସଭା । ରାତିରେ ବିରାଟ ମଶାଲ ଶୋଭାଯାତ୍ରା। କ୍ୟାମ୍ପସ ଭିତରେ ଏବଂ ବାହାରେ। ଅଭିଯୋଗ ହେଉଛି ଖାସ୍ ଏଥିପାଇଁ ଶୋଭାଯାତ୍ରା ଯାଉଥିବା କିଛି ସ୍ଥାନରେ ଲାଇଟ୍ ବି ବନ୍ଦ ରହିଥିଲା। ଆଉ ତା ପରେ ସେଭ୍ ରେଭେନ୍ସା ଲିଗାସି ନାଁରେ ଭିଡିଓ ରିଲିଜ୍ ହେଲା । ଯେଉଁଥିରେ ସଭାଠୁ ନେଇ ଶୋଭାଯାତ୍ରା ଯାଏଁ ଅନ୍ୟମାନଙ୍କ ସହ ସାମିଲ ଥିଲେ ବିଧାୟକ ବ୍ୟୋମକେଶ ରାୟ, ଲେନିନ୍ ମହାନ୍ତି ଓ ବବି ଖାନଙ୍କ ଭଳି ବିଜେଡି ନେତା। 

ଆଉ ସଂଧ୍ୟା ସମୟରେ ରେଭେନ୍ସା କ୍ୟାମ୍ପସରେ ଶୋଭାଯାତ୍ରା ବେଳେ ବିଶ୍ବବିଦ୍ୟାଳୟ ଭିତରକୁ ଅଣଛାତ୍ରଙ୍କ ପ୍ରବେଶର ପ୍ରତିବାଦ ଓ ଗଣ୍ଡଗୋଳର ଚିତ୍ର ଆସିଥିଲା । ଏଠି ପ୍ରଶ୍ନ ଉଠୁଛି, ସେଦିନ କ୍ୟାମ୍ପସ ଭିତରେ ଏଭଳି ଶୋଭାଯାତ୍ରା ପାଇଁ ଅନୁମତି ଥିଲା ତ ? ପୋଲିସ କହିବା କଥା ରେଭେନସା ଗେଟରୁ ଘଣ୍ଟା ଛକଯାଏଁ ଶୋଭାଯାତ୍ରା ପାଇଁ ଅନୁମତି ଥିଲା। ତା’ହେଲେ କ୍ୟାମ୍ପସ ଭିତରେ ଶୋଭାଯାତ୍ରା ପାଇଁ କାହା ଅନୁମତିରେ ଯାଇଥିଲେ ଏମାନେ ? ରେଭେନସା ନାମ ପରିବର୍ତ୍ତନର ଆବଶ୍ୟକତା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିତର୍କ ପାଇଁ ଆହ୍ବାନ ପରଠୁ ବିତର୍କ କମ୍ ପ୍ରସଙ୍ଗରୁ ରୁଟି ସେକିବାକୁ ବିଜେଡିର ବିଧିବଦ୍ଧ ଉଦ୍ୟମ ନୁହେଁ ତ ? କାରଣ ଯୋଜନାବଦ୍ଧ ଭାବେ ହୋଇଥିବା ମଶାଲ ରାଲିରେ ବିଜେଡି ନେତାଙ୍କ ଯୋଗଦାନ ସେଇ ଦିଗକୁ ଇଙ୍ଗିତ କରୁଛି। 

Advertisment

ଅନ୍ୟପକ୍ଷରେ ଘଟଣାଦିନ ଗଣ୍ଡଗୋଳକୁ ନେଇ ମାଲଗୋଦାମ ଥାନାରେ ରେଭେନସା ଛାତ୍ର ଶ୍ୟାମସୁନ୍ଦର ସାହୁଙ୍କ ଏତଲା ଆଧାରରେ ପୋଲିସ ବିଜେଡି ନେତା ତଥା ବିଧାୟକ ବ୍ୟୋମକେଶ ରାୟ, ଲେନିନ୍ ମହାନ୍ତି ଓ ଛାତ୍ର ବିଜେଡି ନେତା ବବି ଖାନ୍‌ଙ୍କ ନାଁରେ ମାମଲା ରୁଜୁ କରିଛି। ସେହିପରି ମଶାଲ ଶୋଭାଯାତ୍ରା କରୁଥିବା ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର। ଅପରପକ୍ଷେ ଏବିଭିପିର ଏକ ପ୍ରତିନିଧ ଦିଳ ଆଜି ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ରେଭେନସା କ୍ୟାମ୍ପସ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛି।

ଏପଟେ ଘଟଣାକୁ ନେଇ ଆଜି ବି କମ୍ପିଛି ବିଧାନସଭା। ଶୂନ୍ୟକାଳ ଆରମ୍ଭରୁ ବିଧାୟକ ବ୍ୟୋମକେଶ ତାଙ୍କ ନାଁରେ ହୋଇଥିବା ମାମଲା ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରି କହିଥିଲେ ମୋ ନାଁରେ ଆର୍ମସ ଆକ୍ଟ ଲଗାଯାଇଛି। ମୁଁ ମଶାଲ ଶୋଭାଯାତ୍ରାରେ ବନ୍ଧୁକ ଧରି ଧମକ ଦେଉଥିଲି ବୋଲି ଏତଲାରେ ଲେଖାଯାଇଛି। ବିନା ତଦନ୍ତରେ ଏତଲା ହୋଇଛି, ଏତେ ଅସହିଷ୍ଣୁ କାହିଁକି ବୋଲି ପ୍ରଶ୍ନ କରି ନିଜ ପାଇଁ ସୁରକ୍ଷା ଦାବି କରିଥିଲେ ବ୍ୟୋମକେଶ। ଏହାକୁ କେନ୍ଦ୍ର କରି ବିଜେଡି ବିଧାୟକ ମାନେ ଗୃହରେ ଜୋରଦାର ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି କରିଥିଲେ। ଫଳରେ ପ୍ରଶ୍ନକାଳ ପରେ ଆଉ ଚାଲି ପାରି ନଥିଲା ଗୃହ। 

Advertisment

ତେବେ ଘଟଣାକୁ ନେଇ କଂଗ୍ରେସ ବି ପ୍ରତିକ୍ରିୟା ରଖିଛି। ଏପଟେ ବିଜେଡି ଏତେ ବିଚଳିତ କାହିଁକି ବୋଲି ପ୍ରଶ୍ନ କରିଛି ବିଜେପି। କହିଛି ବିଜେଡି ସରକାରରେ ଷ୍ଟ୍ରାଇକ୍ ପାଇଁ ବିନା ଏଫଆଇଆରରେ ଗିରଫ କରାଯାଉଥିଲା ବେଳେ ଏଠି ତ ଅଭିଯୋଗ ଆଧାରରେ ମାମଲା ହେଇଛି। ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇଯିବ।

BJP Ravenshaw University Ravenshaw BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ