Advertisment

ମଦ ମୃତ୍ୟୁ ନେଇ ଗୃହରେ ହଟ୍ଟଗୋଳ; RDCସ୍ତରୀୟ ତଦନ୍ତ ଦାବି କଲା ବିଜେଡି

ବିଧାନସଭାରେ ଚିକିଟି ମଦ ମୃତ୍ୟୁ ଘଟଣାରେ ବିଜେଡିର ହଟ୍ଟଗୋଳ । ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଏହାର RDC ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି।

ଅଦ୍ୟତନ ହୋଇଛି
Chikiti Liquor Death

Chikiti Liquor Death

Advertisment

ଗଞ୍ଜାମ ଚିକିଟି ମଦମୃତ୍ୟୁକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ବିଧାନସଭାରେ ଚିକିଟି ମଦ ମୃତ୍ୟୁ ଘଟଣାରେ ବିଜେଡିର ହଟ୍ଟଗୋଳ । ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଏହାର RDC ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି।

Advertisment

ସେପଟେ ଏହି ଘଟଣାରେ ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ। ବର୍ଷ ବର୍ଷ ଧରି ବିଜେଡି ଲିଙ୍କରେ ମଦ କାରବାର ଚାଲିଥିଲା। ମଦ ପିଇ ଅସୁସ୍ଥ ହୋଇଥିବା ବ୍ୟକ୍ତି ଏ କଥା କହିଥିବା ମନୋରଞ୍ଜନ କହିଛନ୍ତି।

ଚିକିଟି କରବାଲୁଆରେ ବିଷାକ୍ତ ଦେଶୀ ମଦ ପିଇ ଜଣକର ମୃତ୍ୟୁ ଓ ୨୦ ଜଣ ଅସୁସ୍ଥ ହୋଇଥିଲେ। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। କେ. ନୂଆଗାଁ ପୋଲିସ ଦ୍ୱାରା ୫ ଜଣ ଗିରଫ ହୋଇଥିବା ବେଳେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି । ଅସୁସ୍ଥମାନେ ମାଉନ୍ଦପୁରରେ ବିକ୍ରି ହେଉଥିବା ଖୋଲା ମଦ ପିଇଥିଲେ ବୋଲି ଜଣାପଡିଛି।

Advertisment

ବେଆଇନ ଭାବେ ଜଙ୍ଗଲ ପାହାଡ଼ ଅଞ୍ଚଳରେ ମଦ ରାନ୍ଧି ଏହାକୁ ବିକ୍ରି କରୁଥିଲେ ମାଫିଆ । ମଦ ପିଇ ଅସୁସ୍ଥ ଘଟଣା ପରେ ପୋଲିସ ଓ ଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି । ମଦ ରାନ୍ଧି ବିକ୍ରି କରୁଥିବା ସୁରେନ୍ଦ୍ର ମଲ୍ଲିକକୁ ଗିରଫ କରାଯାଇଛି । ଦିଗପହଣ୍ଡି ଥାନା ଖେମୁଣ୍ଡାର ସୁରେନ୍ଦ୍ର ଏହି ମଦ ରାନ୍ଧି ମାଉନ୍ଦପୁର ଅଞ୍ଚଳରେ ବିକ୍ରି କରିଥିଲା।

ସୁରେନ୍ଦ୍ର ଓ ତାର ସହଯୋଗୀ ରାମ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨୦ ଲିଟରରୁ ଅଧିକ ରନ୍ଧା ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ । ତେବେ ଜେଲରୁ ବାହାରିବା ପରେ ପୁଣି ଚୋରାମଦ କାରବାର କରୁଥିବା ଜଣାପଡିଛି।

Advertisment
Odisha Assembly Spurious Liquor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ