Advertisment

New NAC Formation: ଜନଗଣନା ଆଗରୁ ରାଜ୍ୟରେ ଗଢ଼ା ହୋଇଯିବ କି ନୂଆ ପୌରାଞ୍ଚଳ ? ବିଜେପି-ବିଜେଡି ଭିତରେ ରାଜନୀତି ଜୋର୍....

ମୋହନ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ରାଜ୍ୟରେ ସୃଷ୍ଟି ହେବ ନୂଆ ଏନ୍ଏସି ଓ ମୁନିସିପାଲିଟି। ଆରମ୍ଭ ହେଲା ପ୍ରକ୍ରିୟା। ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ ଆରମ୍ଭ କଲେ ଜିଲ୍ଲାପାଳ।

undefined

New NAC Formation

Advertisment

ସରକାର ଗଢ଼ିବେ ନୂଆ ଏନ୍ଏସି ଓ ମ୍ୟୁନିସିପାଲିଟି। ପ୍ରଥମ ପର୍ଯ୍ୟାୟରେ ୨୦ଟି ନୂଆ ଏନ୍ଏସି ଗଠନ ହେବ। ଏନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା। ଜିଲ୍ଲାପାଳମାନଙ୍କୁ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି। ନଗର ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ବୟ ରଖାଯାଇ ଚାଲିଛି ତର୍ଜମା। ଏପଟେ ଏ ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡି ଭିତରେ ଜୋର୍ ଧରିଛି ରାଜନୀତି।

Advertisment

ମୋହନ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ରାଜ୍ୟରେ ସୃଷ୍ଟି ହେବ ନୂଆ ଏନ୍ଏସି ଓ ମୁନିସିପାଲିଟି। ଆରମ୍ଭ ହେଲା ପ୍ରକ୍ରିୟା। ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ ଆରମ୍ଭ କଲେ ଜିଲ୍ଲାପାଳ। ତାଲିକାରେ ଅନେକ ଗ୍ରାମାଞ୍ଚଳ। ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ଜୋରଦାର କସରତ। ଆଗକୁ ଜନ ଗଣନା। ଯେଉଁଥି ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜୁନ୍ ୩୦ ସୁଦ୍ଧା ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ କାମ ସାରିବାକୁ ନିର୍ଦ୍ଦେଶ ରହିଛି। ଯାହାକୁ ଆଧାର କରି ଗଞ୍ଜାମର ପୋଲସରା ଏନ୍ଏସିକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକଙ୍କ ଅନୁରୋଧ କ୍ରମେ ଗଞ୍ଜାମ ଜିଲ୍ଲାପାଳ ପୋଲସରା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ମ୍ୟୁନିସିପାଲିଟି ପାଇଁ ଆବଶ୍ୟକ ସର୍ତ୍ତ ଲାଗି ତଥ୍ୟ ମାଗିଛନ୍ତି। ଆଉ ଏହି ପ୍ରକ୍ରିୟା ପରେ ପୋଲସରା ବାସିନ୍ଦାଙ୍କ ମନରେ ଅନେକ ଆଶା ସଞ୍ଚାର ହୋଇଛି।

ବଢୁଥିବା ଜନସଂଖ୍ୟା ଓ ପ୍ରଶାସନିକ ସୀମାକୁ ନେଇ ଏନ୍ଏସି ବା ମୁନିସିପାଲଟି ଗଠନ ହୋଇଥାଏ। ଦୀର୍ଘ ବର୍ଷ ଧରି ରାଜ୍ୟର ଅନେକ ଗ୍ରାମାଞ୍ଚଳକୁ ଏନ୍ଏସି ଓ ପୌରାଞ୍ଚଳରେ ସାମିଲ କରିବାକୁ ଦାବି ହୋଇ ଆସୁଛି। ବିଜେଡି ସରକାର ସମୟରେ ଏହାକୁ ଅଣଦେଖା କରାଯାଇ ଥିବା ବେଳେ ନିର୍ବାଚନ ଠିକ୍ ପୂର୍ବରୁ ତରବରିଆ ଭାବେ ପ୍ରାୟ ୫୭ଟି ନୂଆ ଏନଏସି ଗଠନ ପାଇଁ ଘୋଷଣା କରି ନିର୍ବାଚନୀ ଥୋପ ଦେଇଥିଲା ଦଳ। ମାତ୍ର ସତ୍ତା ପରିବର୍ତ୍ତନ ପରେ ଏହା ଯେ କେବଳ ଧୂଆଁ ବାଣ ଥିଲା ତାହା ସ୍ପଷ୍ଟ ହୋଇଥିଲା। କାରଣ ଏ ସଂକ୍ରାନ୍ତରେ ପୂର୍ବରୁ ଆଦୌ କୌଣସି ପ୍ରସ୍ତାବ ସରକାରୀ ସ୍ତରରେ ନିଆଯାଇ ନଥିବା କହି ନବୀନ ସରକାରର ଗୁମର ଖୋଲିଥିଲେ ନୂଆ ସରକାର। କିନ୍ତୁ ଜନ ସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ମୋହନ ସରକାର ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୨୦ଟି ନୂଆ ଏନଏସି ଗଠନ ହେବ। ପଞ୍ଚାୟତିରାଜ ବିଭାଗ ସହ ସମନ୍ବୟ ରଖି ପଦକ୍ଷେପ ନିଆଯାଉଛି। ସେପଟେ ବିଜେଡି କାଉଣ୍ଟର କରି କହିଛି, ଆମ ମାପଦଣ୍ଡକୁ କାଟି ନୂଆ ଏନ୍ଏସି ସଂଖ୍ୟା କମେଇ ଦିଆଯାଇଛି।

Advertisment

ନୂଆ ଏନ୍ଏସି ଓ ପୌରାଞ୍ଚଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଦାବି ମଧ୍ୟ ଜୋର ଧରିଲାଣି। ଏପରିକି ବିଧାୟକମାନେ ମଧ୍ୟ ଚିଠି ଲେଖି ଦାବି ଉପସ୍ଥାପନ କରୁଛନ୍ତି ସରକାରଙ୍କ ପାଖରେ। ପ୍ରଥମ ପର୍ଯ୍ୟାୟରେ କେଉଁ ୨୦ଟି ନୂଆ ଏନ୍ଏସି ଗଠନ ହେଉଛି ତାକୁ ଅପେକ୍ଷା।

Mohan Majhi Municipality
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ