Bird Flu
ପୁରୀରେ ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । ପୁରୀ ନିମାପଡ଼ାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସହ ୩ ଜଣିଆ ଟିମ୍ ପହଞ୍ଚି ଗ୍ରାଉଣ୍ଡରେ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । କେତେ ପରିମାଣର କୁକୁଡ଼ା ସଂକ୍ରମିତ ହୋଇଛନ୍ତି ସେ ସବୁର ଅନୁଧ୍ୟାନ ହୋଇଛି।
ଅଧିକ ପଢ଼ନ୍ତୁ: ଜମିରେ ସାର ପ୍ରୟୋଗ କଲେ ବଢ଼ୁଛି କ୍ୟାନସର, ଏଣିକି ସବୁ ଜିଲ୍ଲାରେ ଜୈବିକ ଚାଷ: କୃଷିମନ୍ତ୍ରୀ
ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ ପରେ ନିମାପଡ଼ା ଏବଂ ଡେଲାଙ୍ଗ ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଥିଲା । ସଂକ୍ରମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ RRT ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ବାର୍ଡ କଲିଂ ସରିଛି । ରାଜ୍ୟ ପ୍ରାଣୀ ଚିକିତ୍ସା ବିଭାଗ ନିର୍ଦେଶକ ରାମାଶିଷ ହାଜାରା, ଅତିରିକ୍ତ ନିର୍ଦ୍ଦେଶକ ମିହିର ନାୟକ ଓ ଯୁଗ୍ମ ନିର୍ଦ୍ଦେଶକ ରବୀନ୍ଦ୍ର ସେଠଙ୍କ ସମେତ କେନ୍ଦ୍ର ପ୍ରାଣୀ ଚିକିତ୍ସା ମନ୍ତ୍ରାଳୟ ଆଡିସିନାଲ କମିଶନର ଅଭିଜିତ ମିତ୍ରଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆସନ୍ତାକାଲି ଏହି ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Bird_Flu__1725445868.jpg)