ଗାଡ଼ି ଚେକିଂ ବେଳେ କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା...

ଗାଡ଼ି ଚେକିଂ ବେଳେ କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା । କଲେଜ ଛକରେ ଗାଡ଼ି ଚେକିଂ ବେଳେ ଜବତ କଲା ପୋଲିସ । କାର୍‌ରେ ଡ୍ରାଇଭର ସମେତ ୬ ଜଣ ଥିଲେ, ଆନ୍ଧ୍ର କାକିନାଡ଼ା ଯାଉଥିଲେ ।

55 lakh seized

ଗାଡ଼ି ଚେକିଂ ବେଳେ କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା । ସାଧାରଣ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ସହରର କଲେଜ ଛକରେ ନାକାବନ୍ଦି କରି ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଇନୋଭା କାରରୁ ୫୫ ଲକ୍ଷ୍ ୨୦ ହଜାର ଟଙ୍କା ବିନିକା ପୋଲିସ ଜବତ କରିଛି। ପରେ ଏହି ଟଙ୍କାକୁ ବ୍ୟାଙ୍କରେ ଜିମା ଦେଇଛି ପୋଲିସ ।

 

ଏହି ଟଙ୍କା ଆନ୍ଧ୍ର ପ୍ରଦେଶ କାକିନାଡ଼ା ଜିଲ୍ଲାକୁ ଯାଉଥିବା ବେଳେ ବିନିକା କଲେଜ ଛକରେ ଧରାପଡ଼ିଛି । ଏଥିରେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲା ଗୋରିପୁରୀ ଗାଁର ୬ ଜଣ ଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏନେଇ ବିନିକା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । 

ଶୁକ୍ରବାର ରାତିରେ ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତାର ବିନିକା କଜେଲଛକରେ ନାକା ଚେକିଂ ଚାଲିଥିଲା । ଏହି ସମୟରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, ଏକ ଦାମୀକାରରେ ବ୍ୟାପକ ପରିମାଣରେ ଟଙ୍କା ଚାଲାଣ ହେଉଛି । ଏହି ଆଧାରରେ ପୁଲିସ କଲେଜ ଛକରେ ପ୍ରସ୍ତୁତ ଥିଲା । ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପାର୍ଶ୍ବରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିବା କାର୍‌ଟି କଲେଜ ଛକରେ ପହଞ୍ଚିଲା ପରେ ପୁଲିସ ଏହାକୁ ଅଟକାଇଥିଲା । ଯାଞ୍ଚ ସମୟରେ ବିପୁଳ ପରିମାଣର ଟଙ୍କା ମିଳିଥିଲା ।