Advertisment

Biju Jayanti: ଆଜି ବି ଅବହେଳିତ ବିଜୁବାବୁଙ୍କ ପୈତୃକ ମାଟି, ମନେ ପକାଉଛି ସେଇ ପୁରୁଣା ଦିନ

ବିଜୁଙ୍କ ନାଁରେ ବିଜୁ ଜନତା ଦଳ ଗଢି ଦୀର୍ଘ ବର୍ଷ ରାଜ୍ୟରେ ଶାସନ ଚଳାଇଲେ ପୁତ୍ର ନବୀନ ପଟ୍ଟନାୟକ, ହେଲେ ବିଜୁଙ୍କ ପୈତୃକ ଗ୍ରାମରେ ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ କିଛି କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଗୁହାରି କଲେ ମଧ୍ୟ ଶୁଣିଲେନି ନବୀନ । ବିଜୁଜନତା ଦଳ ତ କଲାନି,ବର୍ତ୍ତମାନର ସରକାର ଏଥି ପ୍ରତି ନଜର ଦିଅନ୍ତୁ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ଅଦ୍ୟତନ ହୋଇଛି
ବିଜୁଙ୍କ ପୈତୃକ ମାଟି ଅବହେଳିତ

ବିଜୁଙ୍କ ପୈତୃକ ମାଟି ଅବହେଳିତ

Advertisment

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପୈତୃକ ମାଟି ଆଜି ବି ଅବହେଳିତ । ବିଜୁଙ୍କ ନାଁରେ ଦଳ ଗଢ଼ି ଦୀର୍ଘ ବର୍ଷ ଶାସନ କଲେ ହେଲେ ବିଜୁଙ୍କ ପାଇଁ କିଛି ନାହିଁ । ବିଜୁଙ୍କ ସ୍ମୃତି ସାଉଁଟିବା ପାଇଁ ଅଞ୍ଚଳ ବାସୀଙ୍କ ବହୁ ଦାବି ପରେ ବି କିଛି କରିନାହାନ୍ତି ନବୀନ । ଆଜିବି ଜରାଜୀର୍ଣ୍ଣ ଅବସ୍ଥା ରେ ଠିଆ ହୋଇଛି ବିଜୁ ବାବୁ ସମୟ ବିତାଉଥିବା ଘର । ଦାୟାଦ ମାନେ ମଧ୍ୟ ନବୀନଙ୍କ ପାଇଁ ଅଲୋଡା । ଦେଖିବା ଭଞ୍ଜନଗର ଘୁମୁସର ନୂଆଁ ଗାଁ ରୁ ଏହି ରିପୋର୍ଟ ।

Advertisment

ବିଜୁବାବୁ କଟକ ତୁଳସିପୁର ସ୍ଥିତ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିଲେ ବି ପୈତୃକ ମାଟି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଘୂ. ନୂଆଗାଁକୁ ସେ କେବେବି ଭୁଲିନଥିଲେ । ଯେତେବେଳେ ବି ବିଜୁ ବାବୁ ଗଞ୍ଜାମ ଜିଲ୍ଲାକୁ ଆସୁଥିଲେ ଭଞ୍ଜନଗର ନିକଟ ବେଲଗୁଣ୍ଠା ବ୍ଲକ ଘୂ.ନୂଆଗାଁର ବଡନଦୀ କୂଳରେ ଥିବା ଘରେ ରହି ଗ୍ରାମବାସୀଙ୍କ ଦୁଃଖସୁଖ ବୁଝୁଥିଲେ। ହେଲେ ଆଜି ସେହି ପ୍ରବାଦ ପୁରୁଷଙ୍କ ପୈତୃକ ମାଟି ଅବହେଳିତ ହୋଇ ରହିଛି। ପ୍ରଶାସନ ଏହାର ସ୍ମୃତି ରକ୍ଷା ପାଇଁ କେବେ ଉତ୍ସାହ ଦେଖାଇନଥିବାରୁ ଘୂ.ନୂଆଗାଁ ଘର ଭୂତକୋଠି ପାଲଟିଛି। ବିନା ପିଲରରେ କେବଳ ଲୁହା ପାଇପ୍ ସାହାଯ୍ୟରେ ଇଟା କାନ୍ଥରେ ଘର ନିର୍ମାଣ ହୋଇଥିଲା ।

ଘରଗୁଡିକର ଉପର ଛାତ ବଦଳରେ ଆଜବେଷ୍ଟସ ପକାଯାଇଥିଲା । ବିଜୁ ବାବୁଙ୍କ ଉଚ୍ଚତା ଅଧିକ ଥିବାରୁ ଘରର ଦ୍ଵାର ବନ୍ଧ ଗୁଡିକ ମଧ୍ୟ ବହୁ ଭଚ୍ଚ କରାଯାଇଥିଲା ।

Advertisment

ପ୍ରତି ବର୍ଷ ମାର୍ଚ୍ଚ ୫ ଆସିଲେ ରାଜ୍ୟବାସୀ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ପୈତୃକ ମାଟିକୁ ସମସ୍ତେ ଭୁଲିଯାଇଛନ୍ତି। ଏପରିକି ଏଠାରେ ରହୁଥିବା ଦାୟାଦଙ୍କୁ ମଧ୍ୟ ନବୀନଙ୍କୁ ଭେଟାଇ ଦେଉନାହାନ୍ତି । ଦୟନୀୟ ସ୍ଥିତିରେ ଗାଁ ରେ ପଡିରହିଛନ୍ତି ଦାୟାଦ । ବିଜୁବାବୁଙ୍କ ପୁତୁରା ପ୍ରମୋଦ ପଟ୍ଟନାୟକ ସରକାରଙ୍କ ଅବହେଳା କଥା କହିବା ବେଳେ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କ କହିବା କଥା ହେଉଛି, ନବୀନଙ୍କ ସରକାର ଅମଳରେ ତ ହୋଇପାରିଲାନି ଆଉ ଏବେ କିଏ କରିବ। 

ବିଜୁଙ୍କ ନାଁରେ ବିଜୁ ଜନତା ଦଳ ଗଢି ଦୀର୍ଘ ବର୍ଷ ରାଜ୍ୟରେ ଶାସନ ଚଳାଇଲେ ପୁତ୍ର ନବୀନ ପଟ୍ଟନାୟକ, ହେଲେ ବିଜୁଙ୍କ ପୈତୃକ ଗ୍ରାମରେ ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ କିଛି କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଗୁହାରି କଲେ ମଧ୍ୟ ଶୁଣିଲେନି ନବୀନ । ବିଜୁଜନତା ଦଳ ତ କଲାନି,ବର୍ତ୍ତମାନର ସରକାର ଏଥି ପ୍ରତି ନଜର ଦିଅନ୍ତୁ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Advertisment
Naveen Patnaik Biju Patnaik Bhanjanagar Biju Jayanti Neglect
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ