Advertisment

Taxi Driver Murder Case: ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣାରେ ବଡ ଟ୍ବିଷ୍ଟ୍, ମିଳିଲା ନୂଆ ସୁରାକ

ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁଙ୍କ ହତ୍ୟା ଘଟଣାରେ ପୁଣି ଲକ ନୂଆ ତଥ୍ୟ ସାମନାକୁ ଆସିଛି। ତାଙ୍କର ହତ୍ୟା ନୁହେଁ, ବରଂ ସା ଆତ୍ମହତ୍ୟା କରିଥିବା ଜଣା ପଡିଛି।

Driver

Driver

Advertisment

ଟାକ୍ସି ଡ୍ରାଇଭର ମୃତଦେହ ମିଳିବା ଘଟଣାରେ ଆସିଲା ଟ୍ବିଷ୍ଟ୍। ଅପହରଣକାରୀଙ୍କ ଘରେ ଆତ୍ମହତ୍ୟା କରିଛି ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ। ଟଙ୍କା ପାଇବା ପାଇଁ ବିଦ୍ୟାଧରଙ୍କୁ ଅପହରଣ କରିଥିଲେ ୩ ଯୁବକ। ଚାକିରି ଦେବାକୁ କହି ଏକାଧିକ ଲୋକଙ୍କ ଠାରୁ ଟଙ୍କା ନେଇଥିଲେ ବିଦ୍ୟାଧର। ଟଙ୍କା ନେଇ ଦେଉଥିଲେ ଜାଲ ନିଯୁକ୍ତି ପତ୍ର। ଟଙ୍କା ଦେଇଥିବା ଯୁବକ ଠକେଇର ଶିକାର ହୋଇଥିବା ଜାଣିବା ପରେ ବିଦ୍ୟାଧରଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ।

Advertisment

ଟଙ୍କା ନ ପାଇବାରୁ ଗତ ୧୫ ତାରିଖରେ ଅପହରଣ କରି ନେଇଥିଲେ। ଅପହରଣ ପରେ ୨ କୋଟି ଟଙ୍କା ମୁଣ୍ଡ ଜାମିନ ରଖିବା ସହ ଯାଜପୁର ଅଞ୍ଚଳରେ ଏକ ଘରେ ଅଟକ ରଖିଥିଲେ। ଘରେ ଅଟକ ରଖିଥିବା ବେଳେ ସେଠାରୁ ଖସି ନ ପାରିବା ଓ ନେଇଥିବା ଟଙ୍କା ଫେରସ୍ତ କରି ନପାରିବା ଦେଖି ବିଦ୍ୟାଧର ଆତ୍ମହତ୍ୟା କରିଥିଲେ।

ନିଜ ପାଖରେ ଥିବା ଧଳା ଗାମୁଛାରେ ଫ୍ୟାନରେ ଝୁଲି ପଡିଥିଲେ। ବିଦ୍ୟାଧର ଆତ୍ମହତ୍ୟା କରିଥିବା ଦେଖି ହଡବଡେଇ ଯାଇଥିଲେ ଅପହରଣକାରୀ। ଶେଷରେ ଅନ୍ୟ ଉପାୟ ନ ପାଇ ମୃତଦେହକୁ ଟ୍ୟାକ୍ସିରେ ଆଣି ଚନ୍ଦକା ଅଞ୍ଚଳରେ ଫୋପାଡି ଚାଲିଯାଇଥିଲେ। ପୁରା ଘଟଣାରେ ଟଙ୍କା ନେଇ ଫେରାର ଅଛନ୍ତି ଜଣେ ଯୁବତୀ। ଯିଏକି ଚାକିରି ଦେବାକୁ କହି କରୁଥିଲେ ଠକେଇ। ଗଢିଥିଲେ ଠକେଇ ଗ୍ୟାଙ୍ଗ। ଯାହାର ସଦସ୍ୟ ଥିଲେ ମୃତ ଟ୍ୟାକ୍ସି ଡ୍ରାଇଭର୍ ବିଦ୍ୟାଧର।

Advertisment
Suicide Bid Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ