Advertisment

Subhadra Yojana : ବଡ଼ ଘୋଷଣା କଲେ ପ୍ରଭାତୀ ପରିଡ଼ା, ପୁଣି ଏହି ଦିନ ମିଳିବ ‘ସୁଭଦ୍ରା’ ଟଙ୍କା

ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର ।

Subhadra Yojana New Update

Subhadra Yojana

Advertisment

ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର । ଆପଣ ବି ଆବେଦନ କରି ସୁଭଦ୍ରା ଟଙ୍କା ପାଇଁ ଅପେକ୍ଷାରେ ଅଛନ୍ତି କି? ବ୍ୟସ୍ତ ହୁଅନ୍ତିନି, ଯଦି ଆପଣ ଯୋଗ୍ୟ ୨୪ ତାରିଖ ଦିନ ଆପଣଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା ।

Advertisment

ତା' ପୁଣି ଏକା ବେଳକେ ଦୁଇଟି କିସ୍ତିର ୧୦ ହଜାର ଟଙ୍କା । ଜାତୀୟ ପଞ୍ଚାୟତିରାଜ ଦିବସରେ ପୁରୀରେ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଯେଉଁଥିରେ ଲକ୍ଷେ ୭୦ ହଜାର ମହିଳାଙ୍କୁ କରାଯିବ ସାମିଲ । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ମହିଳା ଏହି ପର୍ଯ୍ୟାୟରେ ଟଙ୍କା ପାଇବେ ।

ଏବେ ଆବେଦନ ବନ୍ଦ ଥିବା ବେଳେ ତୃତୀୟ କିସ୍ତି ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ । ବାଦ୍ ପଡିଥିବା ଏବଂ ଦ୍ବିତୀୟ କିସ୍ତି ପାଇନଥିବା ମହିଳାଙ୍କ ଅଭିଯୋଗ ବିଚାର ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରିବେ ସରକାର । ଅପରପକ୍ଷେ ପ୍ରଥମ କିସ୍ତି ପାଇ, ଦ୍ୱିତୀୟ କିସ୍ତି ପାଇନଥିବା ପ୍ରାୟ ୧ ଲକ୍ଷ ୮୩ ହଜାର ହିତାଧିକାରୀଙ୍କ କଥା ବି ବିଚାର କରାଯିବ ।

Advertisment

କିଏ କେଉଁ କାରଣ ପାଇଁ ବାଦ୍ ପଡିଛନ୍ତି ତା'ର ତର୍ଜମା କରାଯିବ । ଯଦି ଯୋଗ୍ୟ ଥା'ନ୍ତି ତା'ହେଲେ ସେମାନଙ୍କୁ ପୁଣି ସାମିଲ କରାଯାଇପାରେ । ଏହା ସହ ଷଷ୍ଠ କିସ୍ତି ପରେ ବି ଯଦି କିଛି ମହିଳା ବାଦ୍ ପଡିଯା'ନ୍ତି । ତା'ହେଲେ ଘରକୁ ଘର ସର୍ଭେ କରି ସେମାନଙ୍କୁ ଯୋଡାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସେପଟେ ମାସ ମାସ ଧରି ଆରମ୍ଭରୁ ଆବେଦନ କରି ବି ଆଜି ପର୍ଯ୍ୟନ୍ତ ଯୋଜନାରେ ସାମିଲ ହୋଇ ପାରିନଥିବା ମହିଳା ୨୪ ତାରିଖ ତାଲିକାରେ ତାଙ୍କର ନାଁ ଥିବା ନେଇ ବେଶ୍ ଆଶାବାଦୀ ଅଛନ୍ତି । ପୂର୍ବରୁ ୫ଟି ପର୍ଯ୍ୟାୟରେ ୧ କୋଟି ୬୫ହଜାର ୮୭୭ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା । କିନ୍ତୁ ଦ୍ବିତୀୟ କିସ୍ତିରେ ଲକ୍ଷେ ୮୩ ହଜାର ମହିଳା ବାଦ୍ ପଡିଥିଲେ । ଫଳରେ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ୮୨ ହଜାରକୁ ଖସି ଆସିଥିଲା । ଏବେ ପୁଣି ଲକ୍ଷେ ୭୦ ହଜାର ମହିଳାଙ୍କୁ ସାମିଲ କରିବା ଫଳରେ ହିତାଧିକାରୀଙ୍କ ସଂଖ୍ୟା ପୁଣି କୋଟିଏ ଉପରେ ରହିବ ।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ଖାତାକୁ ଆସିନି କି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ? ଜାଣନ୍ତୁ କାହିଁକି...

Odisha Govt Subhadra Pravati Parida Deputy Chief Minister Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ