Advertisment

ବେଳ ବୁଡ଼ିଲେ ରାଜଧାନୀରେ ବଢୁଛି ଭିଡ଼, ଘଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସୁଛନ୍ତି ଲୋକେ

ଖାଲି ଜୟଦେବ ବିହାର ଛକ ନୁହେଁ ଆଚାର୍ଯ୍ୟ ବିହାର ଛକ ଫ୍ଲାଏଓଭର ବ୍ରିଜ ଠାରୁ ଆରମ୍ଭ କରି, ସତସଙ୍ଗ ବିହାର ଛକ, ରସୁଲଗଡ ଛକରୁ ପଳାଶୁଣି ଛକ ପର୍ଯ୍ୟନ୍ତ ଉପରେ ଏବଂ ତଳେ ଖଚାଖଚ୍ ଜାମ୍ ।

Traffic Jam

Traffic Jam

Advertisment

ଏୟାରପୋର୍ଟ, ରେଳଷ୍ଟେସନ, ବସଷ୍ଟାଣ୍ଡ କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ କାମରେ ବାହାରକୁ ବାହାରୁଛନ୍ତି କି ? ତାହା ହେଲେ ହାତରେ ପ୍ରଚୁର ସମୟ ଧରି ବାହାରକୁ ବାହାରନ୍ତୁ। ନହେଲେ ସବୁ ଗଡବଡ ହୋଇଯିବ। କାରଣ, ରାଜଧାନୀ ରାସ୍ତାରେ ପ୍ରବଳ ଜାମ୍ । ଜୟଦେବ ବିହାର ଛକରୁ ନନ୍ଦନକାନନ ଯିବା ରାସ୍ତା । କେମିତି ହଜାର ହଜାର ସଂଖ୍ୟାରେ ଗାଡ଼ି ଅଟକି ଅଟକି ଯାଉଛି ।

Advertisment

୫ ମିନିଟର ବାଟକୁ ଲାଗୁଛି ୫୦ ମିନିଟ । ଆଉ ୧୦ ମିନିଟର ବାଟକୁ ପାର୍ ହେବାକୁ ଲାଗୁଛି ଦୁଇ ଘଣ୍ଟା । ଖାଲି ଜୟଦେବ ବିହାର ଛକ ନୁହେଁ ଆଚାର୍ଯ୍ୟ ବିହାର ଛକ ଫ୍ଲାଏଓଭର ବ୍ରିଜ ଠାରୁ ଆରମ୍ଭ କରି, ସତସଙ୍ଗ ବିହାର ଛକ, ରସୁଲଗଡ ଛକରୁ ପଳାଶୁଣି ଛକ ପର୍ଯ୍ୟନ୍ତ ଉପରେ ଏବଂ ତଳେ ଖଚାଖଚ୍ ଜାମ୍ । ଭିଡ଼ରେ ଅଶନିଶ୍ବାସୀ ରାଜଧାନୀବାସିନ୍ଦା ।

ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ଏବେ ସବୁଠି ଅଫର୍, କିଣାକିଣି ପାଇଁ ଅଧିକ ସଂଖ୍ୟାରେ ବାହାରୁଛନ୍ତି ଲୋକେ । ଦିନ ବେଳେ ଗୁଳୁଗୁଳି ଓ ଗରମ ଯୋଗୁଁ ସନ୍ଧ୍ୟା ସମୟକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ଏହାସହ ଛୁଟି ଆରମ୍ଭ ହେଉଥିବାରୁ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଆଦିରେ ବି ଭିଡ଼ ଜମୁଛି । ଦଶହରା ପୂଜା ଆହୁରି ଆରମ୍ଭ ହୋଇନି । ଏବେଠାରୁ ଏତେ ଜାମ ପୂଜାରେ ଆହୁରି କେତେ ଜାମ ନହେବ । ତାକୁ ନେଇ ଚିନ୍ତାରେ ଭୁବନେଶ୍ବରବାସୀ ।

Advertisment

Traffic Jam Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ