Advertisment

ଖରାରୁ ବର୍ତ୍ତିବା ପାଇଁ ଅଭିନବ ପ୍ରୟାସ, ଟ୍ରାଫିକ୍‌ ପୋଷ୍ଟରେ ଲାଗିଲା ଅସ୍ଥାୟୀ ସେଡ୍‌

ତେବେ ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ ଡହଳ ବିକଳ ହେଉଥିବା ରାଜଧାନୀବାସୀଙ୍କୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ରାଜଧାନୀ ଟ୍ରାଫିକ ଛକରେ ବନ୍ଧାଗଲା ପାଲ।

overhead shades

overhead shades

Advertisment

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ସାରା ଓଡ଼ିଶା। ସେ ରାଜଧାନୀଠୁ ଆରମ୍ଭ କରି ଉପାନ୍ତ ସବୁଠି ସନ୍ତୁଳି ହେଇଯାଉଛନ୍ତି ଲୋକେ। ଖରା ତ ନୁହେଁ, ସତେଯେମିତି ଆକାଶରୁ ବର୍ଷୁଛି ନିଆଁ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଏଭଳି ଅସ୍ୱାଭାବିକ ଗ୍ରୀଷ୍ମପ୍ରବାହକୁ ନେଇ ସମସ୍ତେ ଆତଙ୍କିତ।

Advertisment

ତେବେ ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ ଡହଳ ବିକଳ ହେଉଥିବା ରାଜଧାନୀବାସୀଙ୍କୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ରାଜଧାନୀ ଟ୍ରାଫିକ ଛକରେ ବନ୍ଧାଗଲା ପାଲ। ଛାଇ ପାଇଁ ଅସ୍ଥାୟୀ ବାଉଁଶ ବାନ୍ଧି ଏଭଳି ପଦକ୍ଷେପ ନେଇଛି ବିଏମ୍‌ସି। ଭୁବନେଶ୍ୱର ନାଲକୋ ସୌଭାଗ୍ୟ ନଗର ଟ୍ରାଫିକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଡହ ଡହ ଖରାରେ ରାଜଧାନୀ ବାସୀ ଡହଳ ବିକଳ ହେଉଥିବା ବେଳେ ସାମାନ୍ୟ ଆଶ୍ୱସ୍ତି ଆଣିଛି ଏହି ବ୍ୟବସ୍ଥା।

ସୂଚନା ଅନୁସାରେ ଗତ କିଛି ଦିନ ଧରି ରାଜଧାନୀରେ ହେଉଥିଲା ଅଗ୍ନିବର୍ଷା । ଲଗାତର ୧୫ ଦିନ ଧରି ପାରଦ ଥିଲା ୪୦ ଡିଗ୍ରୀ ଉପରେ। ଘର ହେଉକି ରାଜରାସ୍ତା ରହି ହେଉନଥିଲା। ଖାସ କରି ଟ୍ରାଫିକ ପୋଷ୍ଟରେ ଖରାର ଯନ୍ତ୍ରଣା ବଳି ଯାଉଥିଲା। ଲୋକଙ୍କୁ ମୁଣ୍ଡ ଫଟା ଖରରୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସବୁଜ ପାଲ ଲଗାଇଛି ବିଏମ୍‌ସି ।

Advertisment

ଏହି ବ୍ୟବସ୍ଥା ପରେ ଜଣେ ବାଇକ ଆରୋହୀ କହିଛନ୍ତି, ‘ଏହା ଏକ ଅଭିନବ ବ୍ୟବସ୍ଥା । ଏହା ବହୁ ପୂର୍ବରୁ ହେବା କଥା । ଏହି ବ୍ୟବସ୍ଥା ଦ୍ୱାରା ଲୋକ ଟ୍ରାଫିକ ସିଗନାଲରେ ଅଟକିଲେ ତାତି ଦାଉରୁ ସାମାନ୍ୟ ରକ୍ଷା ପାଇପାରିବେ। ଅଧିକାଂଶ ଟ୍ରାଫିକ ପୋଷ୍ଟରେ ଏଭଳି ବ୍ୟବସ୍ଥା କରାଯିବା ଉଚିତ’ ବୋଲି ସେ କହିଛନ୍ତି।

Bhubaneswar Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ