ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ।

Prabasi Bharatiya Dibas

ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ । ଆସନ୍ତା ଜାନୁଆରୀ ୮ ତାରିଖରୁ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ । ଭୁବନେଶ୍ବର ଜନତା ମୈଦାନରେ ଏହି ଦିବସ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହା ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଚାଲିବ । ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି ।

ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ। ଆଜି ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ଦେଶର ଯୁବପିଢ଼ୀଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ସଂଯୋଗ କରିବା ଲକ୍ଷ୍ୟରେ ଆୟୋଜନ କରାଯାଇ ଆସୁଛି ଏହି ଦିବସ ।