Advertisment

Underground Metro Rail: ସରକାର ବଦଳାଇଲେ ମେଟ୍ରୋ ପ୍ଲାନ, ଏମିତି କହିଲେ ପୂର୍ତ୍ତମନ୍ତ୍ରୀ...

ବଦଳିଲା ମେଟ୍ରୋ ପ୍ରକଳ୍ପ ନିଷ୍ପତ୍ତି । ଏଲିଭେଟେଡ୍ ନୁହେଁ, ମାଟି ତଳେ ଗଡ଼ିବ ମେଟ୍ରୋ । ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନେଇ ନୂଆ ଆଲାଇନମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ। ଏନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
Metro Rail Plan Changed

Metro Rail Plan Changed

Advertisment

ମେଟ୍ରୋ ପ୍ରକଳ୍ପ ନେଇ ପୂର୍ତ୍ତମନ୍ତ୍ରୀଙ୍କ ବଡ଼ ସୂଚନା । ରାସ୍ତା ନୁହେଁ ମାଟି ତଳେ ମେଟ୍ରୋ ଗଡ଼ିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । "ଭୁବନେଶ୍ୱରରେ ଏଲିଭେଟେଡ୍ ମେଟ୍ରୋ ହେବନାହିଁ । ଏଥିପାଇଁ ନୂଆ ଆଲାଇନମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ। ଯେଉଁଥିପାଇଁ ସର୍ଭେ ହେବ । ସର୍ଭେ ପାଇଁ ସମୟ ଲାଗିବ । ଏଲିଭେଟେଡ୍ ମେଟ୍ରୋ ହେଲେ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବ । ଏହାକୁ ଦୃଷ୍ଟିରେ ରଖି ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ କରିବାକୁ ଯୋଜନା କରାଯାଇଛି" ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

Advertisment

ଭୁବନେଶ୍ୱରରେ ମେଟ୍ରୋ ଚଳାଚଳ ପାଇଁ ନୂଆ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ମେଟ୍ରୋ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଗଠନ ହୋଇଥିବା ନୂଆ କମିଟି ମେଟ୍ରୋ ଚାଲୁଥିବା ସହରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା । କମିଟିର ସୁପାରିସ ଆଧାରରେ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତି ସରିବ ବୋଲି କୁହାଯାଇଥିଲା । ହେଲେ ଏବେ ମେଟ୍ରୋ ଡିପିଆର୍ ବିଷୟରେ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପାଇଁ ଯୋଜନା ଚାଲିଥିବା ମନ୍ତ୍ରୀ କହିଛନ୍ତି । ଗତ କିଛି ଦିନ ତଳେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ଆଜି ପୁଣି ଥରେ ଏହାକୁ ଦୋହରାଇଛନ୍ତି । 

ଅଧିକ ପଢନ୍ତୁ : ଭୁବନେଶ୍ୱରରେ ମାଟି ତଳେ ଗଡ଼ିବ ମେଟ୍ରୋ !

Metro Rail Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ