Advertisment

ଅସରାଏ ବର୍ଷାରେ କାହିଁକି ଉବୁଟୁବୁ ହେଉଛି ରାଜଧାନୀ..ଜାଣନ୍ତୁ..

ବର୍ଷା ଆସିଲେ ରାଜଧାନୀରେ କେଉଁ କେଉଁ ସ୍ଥାନ ପ୍ରଭାବିତ ହୁଏ। ଭୁବନେଶ୍ୱରର ପ୍ରାୟ ୧୨ଟି ଅଞ୍ଚଳ ପ୍ରାୟତଃ ପ୍ରଭାବିତ ହୁଏ। ପ୍ରଭାବିତ ତ ନୁହଁ, ସମ୍ପୂର୍ଣ୍ଣ ଉବୁଟୁବୁ ହୁଏ ସାରା ଇଲାକା।

ଅଦ୍ୟତନ ହୋଇଛି
Sulochana Das On Bhubaneswar Waterlogging

Bhubaneswar mayor

Advertisment

କାହିଁକି ଜଳବନ୍ଦୀ ଯନ୍ତ୍ରଣା ଭୋଗୁଛନ୍ତି ରାଜଧାନୀ ଭୁବନେଶ୍ୱରରେ ବାସିନ୍ଦା ? କେଉଁଠି ରହୁଛି ସମସ୍ୟା ? ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବର୍ଷ ବର୍ଷ ଧରି ତିଆରି କରାଯାଉଛି ବ୍ଲୁ ପ୍ରିଣ୍ଟ, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଅଥଚ ବର୍ଷା ଆସିଲେ ଯେଉଁ ସମସ୍ୟାକୁ ସେହି ସମସ୍ୟା। ଚଳିତ ମୌସୁମୀ ବର୍ଷା ମାଡ଼ରେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଯେଉଁଭଳି ସ୍ଥିତି ଉପୁଜିଲା, ତାହା ସାରା ରାଜ୍ୟ ଦେଖିଲା। ତେଣୁ ସମସ୍ତଙ୍କ ମନରେ ସେହି ପ୍ରଶ୍ନ, ଆଉ କେତେଦିନ ଲାଗିରହିବ ଏଭଳି ଜଳବନ୍ଦୀ ସମସ୍ୟା ?

Advertisment

ଏସବୁ ଭିତରେ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟଯନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଇସ୍କନ ମନ୍ଦିର ସମ୍ମୁଖରୁ ପାଣି ନିଷ୍କାସନ ପାଇଁ ଗୋଟିଏ ଅଣ୍ଡରଗ୍ରାଉଣ୍ଡ ଡ୍ରେନ କରାଯିବ। ଏଥିପାଇଁ ବିଏମସିର ପ୍ରସ୍ତାବ ରହିଛି। ଇସ୍କନ ମନ୍ଦିର ସମ୍ମୁଖରୁ ଅଣ୍ଡରଗ୍ରାଉଣ୍ଡ ଦେଇ ବାଣୀବିହାର ପର୍ଯ୍ୟନ୍ତ ଡ୍ରେନ ଯାଇ ୪ ନମ୍ୱର୍ ମୁଖ୍ୟ ନାଳରେ ମିଶିବ। ଫଳରେ ମନ୍ଦିର ସମ୍ମୁଖ ରାସ୍ତାରେ ଆଉ ପାଣି ଜମା ହେବନାହିଁ।

ପଢନ୍ତୁ ଏହି ଖବର: ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ ? ମନ୍ତ୍ରୀ କହିଲେ, ‘ନିର୍ବାଚନର ରହିଛି ଯଥାର୍ଥତା’

Advertisment

ସେହିପରି ଅନ୍ୟ ୧୧ଟି ଜାଗାରେ କଲଭର୍ଟ ନିର୍ମାଣଠୁ ଆରମ୍ଭ କରି ନୂଆ ଡ୍ରେନ ଏବଂ ଡିସପୋଜାଲ ପଏଣ୍ଟ ଆବଶ୍ୟକ। ଫଳରେ ସହରର ଜଳବନ୍ଦୀ ସମସ୍ୟା ଦୂର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ। ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମ୍‌ସି ଯେଉଁ ସବୁ ପ୍ରସ୍ତାବ ଦେଇଛି, ତାକୁ କାର୍ଯ୍ୟକାରୀ କରିବାକୁ ପାଖାପାଖି ଦେଢ଼ ବର୍ଷ ସମୟ ଲାଗିବ। ଏହାପରେ ଆଉ ରାଜଧାନୀରେ ଜଳବନ୍ଦୀ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ବିଳାସ କୁମାର ବେହେରା ।

ବର୍ଷା ଆସିଲେ ରାଜଧାନୀରେ କେଉଁ କେଉଁ ସ୍ଥାନ ପ୍ରଭାବିତ ହୁଏ। ଭୁବନେଶ୍ୱରର ପ୍ରାୟ ୧୨ଟି ଅଞ୍ଚଳ ପ୍ରାୟତଃ ପ୍ରଭାବିତ ହୁଏ। ପ୍ରଭାବିତ ତ ନୁହଁ, ସମ୍ପୂର୍ଣ୍ଣ ଉବୁଟୁବୁ ହୁଏ ସାରା ଇଲାକା। ତା’ମଧ୍ୟରୁ ଇସ୍କନ ମନ୍ଦିର ଅଞ୍ଚଳ ବେଶୀ ପ୍ରଭାବିତ ହୁଏ। ସେହିପରି ଜୟଦେବ ବିହାର, ବମିଖାଲ, ରସୁଲଗଡ଼ ରୋଡ୍ ବି ହୁଏ ଉବୁଟୁବୁ। ସିଟି ୱିମେନ୍ କଲେଜରୁ ଜାଗମରା ରାସ୍ତା ତ ନକହିବା ଭଲ।

Advertisment

ସେପଟେ କଳିଙ୍ଗ ଷ୍ଟୁଡିଓ ଛକ, ସୁବାସ ନଗର ବସ୍ତି ବି ହୁଏ ଉବୁଟୁବୁ ପ୍ରତିବର୍ଷର ବର୍ଷାରେ। ରୁଦ୍ରପୁର ଅଞ୍ଚଳର ୱାର୍ଡ ନମ୍ୱର ୪, ସୁଇଟି କଂପ୍ଲେକ୍ସ ଇଲାକାରେ ଯେଉଁ ସମସ୍ୟା ଉପୁଜେ, ବର୍ଷା ଆସିଲେ ଲୋକଙ୍କ ଛାତିଥରେ। ସେହିପରି ରାଜୀବ ନଗର, ପାଇକ ନଗର, ବନଫୁଲ ବସ୍ତି ଓ ଲକ୍ଷ୍ମୀସାଗର ଗାଁ ଅଞ୍ଚଳର ଲୋକେ ପ୍ରତିବର୍ଷ ବର୍ଷା ଆସିଲେ ଜଳବନ୍ଦୀ ଜୀବନ ଜୀଅଁନ୍ତି।

ପଢନ୍ତୁ ଏହି ଖବର: ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟରୁ ଗଡ଼ିବ ବସ୍

Heavy Rainfall Rain In Odisha Sulochana Das Water Logging Bhubaneswar Mayor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ