Advertisment

ରାଜଧାନୀରେ ଚାଞ୍ଚଲ୍ୟ: ସାମ୍ବାଦିକା ସୁଇସାଇଡ୍ ସସପେନସ୍

ସ୍ୱାମୀର ପରକୀୟା ପ୍ରେମରେ ଉଜୁଡ଼ିଗଲା ସାମ୍ବାଦିକା ପତ୍ନୀର ସଂସାର । ନିର୍ଯାତନାର ଲୁହଭିଜା ଭିଡ଼ିଓ ଜାରି କରିବା ପରେ ମିଳିଲା ମୃତଦେହ । ବାୟୁସେନାରେ କାର୍ଯ୍ୟରତ ସ୍ୱାମୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ ।

author-image
Sangram Keshori Behera
undefined

lady Journalist death

ଲୁହ ଆଉ ଶୋକରେ ବୁଡ଼ିଛି ପରିବାର । ଶୂନ୍ୟ ହୋଇଯାଇଛି ଘରଦ୍ୱାର । ଯେଉଁ ହାତରେ ବାପା ପାଳି ପୋଷି ବଡ଼ କରିବା ସହ ହାତକୁ ଦି’ହାତ କରିଥିଲେ , ସେହି ହାତରେ ଏବେ ଝିଅର ଦାଂପତ୍ୟ ଜୀବନର ଶେଷ ସନ୍ତକ । ଝିଅର ଫଟୋ ଧରି ବାହୁନି ବାହୁନି କାନ୍ଦୁଛନ୍ତି ମା’ । ଭାଇ-ଭଉଣୀଙ୍କର ଆଖିରୁ  ଲୁହ ଶୁଖୁନି । ଯେଉଁ ବାପା ଦିନେ ଝିଅ ମୋର ସାମ୍ବାଦିକ ବୋଲି ଗର୍ବ କରୁଥିଲେ, ଆଜି ପାଲଟି ଯାଇଛନ୍ତି ସ୍ତବ୍ଧ । କାରଣ ଝିଅ ଆଉ ନାହିଁ, ରାଜଧାନୀରେ ରେଳଧାରଣା କଡ଼ରୁ ଗତରାତିରେ ମିଳିଛି ମୃତଦେହ ।

Advertisment

ଭୁବନେଶ୍ୱରରେ ସାମ୍ବାଦିକତା କରୁଥିବା ମଧୁମିତା ପରିଡ଼ାଙ୍କ ରହସ୍ୟଜନକ ମୃତ୍ୟୁ ସମସ୍ତଙ୍କୁ ଦୋହଲାଇ ଦେଇଛି । ଦାଂପତ୍ୟ ଜୀବନରେ ଉଠିଥିବା ଝଡ଼ ଭିତରେ ମଧୁମିତାଙ୍କୁ ହତ୍ୟା କରାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ଆସି ଭୁବନେଶ୍ୱରର ଏକ ଘରୋଇ ୱେବ୍ ଚାନେଲରେ କାର୍ଯ୍ୟରତ ଥିଲେ ମଧୁମିତା। ତାଙ୍କ ସ୍ୱାମୀ ଶ୍ରୀଧର ଜେନା ସେ ବି ସେହି 
ଭଞ୍ଜନଗର ଅଞ୍ଚଳର । ବାୟୁସେନାରେ ଚାକିରି କରୁଥିବା ଶ୍ରୀଧରଙ୍କ ସହ ୫ ବର୍ଷର ପ୍ରେମ ସଂପର୍କ ପରେ ଗତ ମାର୍ଚ୍ଚ ୧ରେ କରିଥିଲେ ବିବାହ। ବାହାଘରକୁ ୫ ମାସ ବି ପୂରିନି । ପରିବାର ଲୋକଙ୍କ ଅଭିଯୋଗ, ପ୍ରତାରଣାର ଶିକାର ହୋଇଥିଲେ ମଧୁମିତା । ମଧୁମିତାଙ୍କୁ ବିବାହ ପୂର୍ବରୁ 
ଅନ୍ୟ ଜଣଙ୍କ ସହ ଶ୍ରୀଧରଙ୍କ ହୋଇଥିଲା ବିବାହ ବିଛେଦ।

ମଧୁମିତାଙ୍କୁ ବିବାହ ସତ୍ତ୍ୱେ ଅନ୍ୟ ଯୁବତୀଙ୍କ ସହ ଶ୍ରୀଧରଙ୍କ ଅନୈତିକ ସଂପର୍କ ଥିଲା ବୋଲି ଅଭିଯୋଗ ହୋଇଛି। ଏପରିକି ବିଳମ୍ବିତ ରାତି ଯାଏଁ ସେମାନଙ୍କ ସହ ଫୋନରେ କଥା ହେଉଥିଲେ ଶ୍ରୀଧର । ଏକଥା ଜାଣି ମଧୁମିତା ବିରୋଧ କରିବାରୁ ବିଗିଡ଼ି ଯାଇଥିଲା ସଂପର୍କ । ନିର୍ଯାତନା ଅସହ୍ୟ ହେବାରୁ କିଛିଦିନ ତଳେ ମଧୁମିତା ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ । ଶେଷରେ ସମାଧାନ ନହେବାରୁ ଭୁବନେଶ୍ୱର ନୂଆଗାଁ ଇନ୍ଦିରା କଲୋନୀରେ ପରିବାର ସହ ରହୁଥିବା ଭଡ଼ା ଘରୁ ବାହାରି କୁଆଡ଼େ ଚାଲିଯାଇଥିଲେ ମଧୁମିତା। ସୋସିଆଲ୍ ମିଡ଼ିଆରେ ଜାରି କରିଥିଲେ ଭାବବିହ୍ୱଳ ଭିଡିଓ ।

Advertisment

ଏହି ଭିଡିଓ ଦେଖି, ଖୋଜାଖୋଜି କରୁଥିବା ପରିବାର ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପାଇଥିଲେ ବାପୁରୀନଜର ଅଞ୍ଚଳର ରେଳଲାଇନ କଡ଼ରୁ। ଆଉ ସେହି ସ୍ଥାନରେ ସ୍ୱାମୀ ଶ୍ରୀଧର ପହଞ୍ଚିବା ପରେ ତାଙ୍କ ଉପରେ ମଧୁମିତାଙ୍କ ବାପା ଓ ଭଉଣୀ ବର୍ଷିଥିଲେ । ଝିଅର ମୃତ୍ୟୁ ପାଇଁ ଶ୍ରୀଧର ଓ ତାଙ୍କ ବଡ଼ଭାଇଙ୍କୁ ଦାୟୀ କରିଥିଲେ। । ମଧୁମିତାଙ୍କ ପରିବାରର ଅଭିଯୋଗ ଆଧାରରେ ପୋଲିସ ଶ୍ରୀଧରଙ୍କୁ ଆଜି ଗିରଫ କରିବା ସହ ତାଙ୍କ ବଡ଼ଭାଇଙ୍କୁ ଧରି ପଚରାଉଚରା କରିଛି। ତେବେ ଦାଂପତ୍ୟ କଳିକୁ ସ୍ୱୀକାର କରିଥିବା ଶ୍ରୀଧର କହିଛନ୍ତି, ମଧୁମିତା ଆତ୍ମହତ୍ୟା କରିଛନ୍ତି । କେହି ହତ୍ୟା କରିନାହାନ୍ତି ।

Family Dispute Journalist Death
Advertisment
Advertisment