Advertisment

ରାତି ପାହିଲେ ‘ଧନତେରାସ୍’ ! ହୁ ହୁ ସୁନାଦର ଦେଖି ଗ୍ରାହକଙ୍କ ମନ ଉଣା...

ଗତବର୍ଷ ତୁଳନାରେ ୧୦ ଗ୍ରାମ ପିଛା ଉଚ୍ଚା ହେଲାଣି ସୁନାଦର । ଏବର୍ଷ ପାଖାପାଖି ୧୭ ହଜାର ଟଙ୍କା ଅଧିକ ସୁନାଦର ବଢ଼ିଛି ।

undefined

Dhanteras

Advertisment

ଧନତେରସ୍ ପାଇଁ ସୁନା ଦୋକାନ ଆଗରେ ବଡ଼ ବଡ଼ ହୋର୍ଡିଂ। ନୂଆ ନୂଆ ଡିଜାଇନର ଗହଣା ସାଂଗକୁ ମନଲୋଭା ଅଫର୍ ବି ରହିଛି। ହେଲେ ଗ୍ରାହକ ନାଖୁସ୍। କାରଣ ବର୍ଷକ ଭିତରେ ୧୭ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା ଦର। ଗତବର୍ଷ ଧନତେରସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା। ହେଲେ ଆଜି ତାହା ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ବା ଖାଣ୍ଟି ସୁନା ଦାମ ୮୦ ହଜାର ମୁହେଁଇଲାଣି । ଦର ପହଞ୍ଚିଛି ୭୯ ହଜାର ୮୦୦ ଟଙ୍କାରେ।

Advertisment

ଗ୍ରାହକଙ୍କ କହିବା କଥା, ସୁନା ଗହଣା କିଣିବାକୁ ଯେତେ ଅପେକ୍ଷା କରୁଛୁ, ଦର ସେତେ ବଢ଼ି ବଢ଼ି ଯାଉଛି। ଏବେ ଅଫର ଚାଲିଛି, ତେଣୁ ଅଳ୍ପ ହେଉ ପଛେ କିଣି ନେଉଛୁ । ସେପଟେ ଯେଉଁମାନଙ୍କର ପରିବାରରେ ଆଗକୁ ବାହାଘର ଅଛି, ଇଚ୍ଛା ନ ଥିଲେ ବି ଏବେ ଅଫର ଥିବାରୁ କିଣି ନେଉଛନ୍ତି।

ଗତବର୍ଷ ଧନତେରସ ସମୟରେ ବା ପରେ ବିବାହ ତିଥି ନ ଥିଲା। ହେଲେ ଏବର୍ଷ ଧନତେରସ ସରୁ ସରୁ ଆରମ୍ଭ ହେବ ବିବାହ ଋତୁ। ତେଣୁ ପୂର୍ବ ବର୍ଷ ତୁଳନାରେ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ। ମିଳିଥିବା ସୂଚନା ଅନୁସାରେ, ଏବର୍ଷ କେବଳ ଧନତେରସ ପାଇଁ ହିଁ ରାଜ୍ୟର ସୁନା ଗହଣା ପ୍ରତିଷ୍ଠାନଗୁଡ଼ିକ ପାଖାପାଖି ୧୦ କ୍ୱିଣ୍ଟାଲରୁ ଅଧିକ ପରିମାଣର ନୂଆ ସୁନା ଗହଣା କିଣିଛନ୍ତି। ଆଶା ରଖିଛନ୍ତି, କେବଳ ଧନତେରସରେ ହିଁ ଅଢ଼େଇରୁ ୩ କ୍ୱିଣ୍ଟାଲ ସୁନା ଗହଣା ବିକ୍ରି ହେବ।

Advertisment

Dhanteras
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ