Advertisment

Bhubaneswar Club Election: ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚନ, IAS ଅଫିସର ମୁହାଁମୁହିଁ

ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ପାଇଁ ଦୁଇ ପୂର୍ବତନ IAS ଅଫିସର ଲଢିବେ। ଅସିତ୍ ତ୍ରିପାଠୀ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଥିବା ବେଳେ ପ୍ରଥମ ଥର କ୍ଲବ ନିର୍ବାଚନ ଲଢିବେ ପ୍ରଦୀପ ଜେନା।

Bhubaneswar

Bhubaneswar

Advertisment

ହାଇପ୍ରୋଫାଇଲ୍ ଭୁବନେଶ୍ବର କ୍ଲବ ନିର୍ବାଚନରେ କିଏ ମାରିବେ ବାଜି? ଭୁବନେଶ୍ବର କ୍ଲବରେ ସଭାପତି ଲଢେଇକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ପାୱାରଫୁଲ୍ ଲଢ଼େଇରେ ସଭାପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ ଚିଫ୍ ସେକ୍ରେଟାରୀ ଅସୀତ ତ୍ରିପାଠୀ ଓ ପ୍ରଦୀପ ଜେନା। କ୍ଲବ ନିର୍ବାଚନ ପାଇଁ ଆଜି ଭୋଟିଂ। ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଭିତରେ କ୍ଲବକୁ ଆସି ମତଦାନ କରିପାରିବେ। ରବିବାର ସନ୍ଧ୍ୟା ୬ଟା ପରେ ଫଳାଫଳ ଘୋଷଣା କରାଯିବ।

Advertisment

ବାଲଟରେ ମତଦାନ ହେବ। ରାଜ୍ୟର ସବୁଠୁ ସମ୍ଭ୍ରାନ୍ତ ଓ ହାଇ ପ୍ରୋଫାଇଲ୍ ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇକୁ ନେଇ ପାୱାର କରିଡରରେ ହଲଚଲ। ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ ହ୍ୟାଟ୍ରିକ କରିବେ। ତାଙ୍କର ସ୍ଲୋଗାନ୍ ରହିଛି ବିକାଶ ଏକ ଯାତ୍ରା। ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଛନ୍ତି। ତାଙ୍କର ନାରା ରହିଛି ଭୋଟ୍ ଫର ଚେଞ୍ଜ, ପରିବର୍ତ୍ତନ ପାଇଁ ଭୋଟ୍ ଦିଅନ୍ତୁ।

ଅନ୍ୟପଟେ ଗତ ନିର୍ବାଚନ ହାରିଥିବା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ସିଧା ସଳଖ ନହେଲେ ବି ପରୋକ୍ଷରେ ପ୍ରଦୀପ ଜେନାଙ୍କ ସମର୍ଥନରେ ବାହାରିଛନ୍ତି। ଏଥିସହ ଅସୀତ ତ୍ରିପାଠୀଙ୍କୁ ତେରଛା ବାଣ ମାରିଛନ୍ତି। କେହି କ୍ଲବକୁ ବ୍ୟକ୍ତିଗତ ସମ୍ପତ୍ତି ଭାବିବା ଠିକ୍ ନୁହଁ କହି ଅସୀତ ତ୍ରିପାଠୀଙ୍କୁ ପରୋକ୍ଷ ନିଶାନା କରିଛନ୍ତି ବିଜୟ ପଟ୍ଟନାୟକ।

Advertisment

ଅଧିକ ପଢନ୍ତୁ: ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣାରେ ବଡ ଟ୍ବିଷ୍ଟ୍, ମିଳିଲା ନୂଆ ସୁରାକ

ଅଧିକ ଦେଖନ୍ତୁ:

IAS Officers Bhubaneswar Club Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ