Bhubaneswar Airport
ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ । ବିମାନ ବନ୍ଦରରେ ବୋମା ଥିବା ନେଇ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଆସିଲା ଧମକପୂର୍ଣ୍ଣ କଲ୍ । ଧମକପୂର୍ଣ୍ଣ କଲ୍ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତଙ୍କୁ ଆଲର୍ଟ କରାଯାଇଛି । ଏହା ସହ ବିମାନ ବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି ।
ଭୁବନେଶ୍ୱର ସହିତ ଝାରସୁଗୁଡ଼ା ବିମାନ ବନ୍ଦରରେ ବି ବୋମା ଆତଙ୍କ । ବୋମା ଆତଙ୍କ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଖାନତଲାସି ଜାରି । ବେଙ୍ଗଲୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନରେ ବୋମା ଗୁଜବ ହୋଇଥିଲା । ବିମାନଟି ଝାରସୁଗୁଡ଼ାରେ ଓହ୍ଲାଇବା ପରେ ଡଗ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ କରାଯାଇଛି ।
ସେପଟେ ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ ହେବା ପରେ ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ ଓଟିଭିକୁ କହିଛନ୍ତି, ବୋମା ଥିବା ନେଇ ଏକ ହୋକ୍ସ କଲ୍ ରିସିଭ୍ ହୋଇଥିଲା । ଟ୍ବିଟର ଜରିଆରେ ଏମିତି ଏକ ସୂଚନା ପହଞ୍ଚିଥିଲା । ଏୟାର ଆକାଶ ବିମାନରେ ବୋମା ଥିବା ସୂଚନା ଆସିଥିଲା । ଏନେଇ ଏସ୍ଓପି ଫଲୋ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ କୌଣସିଠାରେ ବୋମା ନଥିବା ଜଣାପଡ଼ିଛି । ବିମାନକୁ ଯାଞ୍ଚ କରି କ୍ଲିୟରାନ୍ସ ଦିଆଯାଇଥିବା ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି । କିଛି ସମୟ ମଧ୍ୟରେ ବିମାନଟି ଗନ୍ତବ୍ୟସ୍ଥଳକୁ ଉଡ଼ାଣ କରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729765818.jpg)