Advertisment

Bhitarkanika National Park Closed for Tourists: ହିଂସ୍ର ହୋଇ ପଡ଼ୁଛନ୍ତି ବଉଳା କୁମ୍ଭୀର; ଆଜିଠୁ ଭିତରକନିକା ବନ୍ଦ

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡ଼ାର ଭିତରକନିକା ବନ୍ଦ ରହିବ।

Bhitarkanika

Bhitarkanika

Advertisment

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡ଼ାର ଭିତରକନିକା ବନ୍ଦ ରହିବ।

Advertisment

ଅଧିକ ପଢ଼ନ୍ତୁ: ସାତକୋଶିଆ-ଭିତରକନିକାରେ ବଢ଼ିଛି କୁମ୍ଭୀର ସଂଖ୍ୟା, କମିଛି ପକ୍ଷୀ

ଏହି ସମୟରେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏହି ନିଷ୍ପତ୍ତି ନେଇଛି। ପ୍ରଜନନ ସମୟରେ ବଉଳା କୁମ୍ଭୀରମାନେ ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ସମ୍ଭାବନା ଥାଏ । ସୁରକ୍ଷା ଦୃଷ୍ଟିରୁ ଏହି ୩ ମାସ ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ଯିବାକୁ ବନବିଭାଗ ବାରଣ କରିଥାଏ ।

କୁମ୍ଭୀରଙ୍କ ମିଳନ ପ୍ରକ୍ରିୟା ପରେ ମାଆ କୁମ୍ଭୀର ନଦୀ ଜୁଆର ମାଡୁ ନଥିବା ଉଚ୍ଚ ସ୍ଥାନ ଦେଖି ଅଣ୍ଡାଦାନ କରିଥାଏ । ଅଣ୍ଡାରୁ ଛୁଆ ଫୁଟିବା ପରେ ମାଆ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ। ଏହି ସମୟରେ କୁମ୍ଭୀର ଆକ୍ରମଣ କରିବାର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ମଧ୍ୟ ନଦୀକୁ ଯିବାକୁ ବାରଣ କରାଯାଏ।

Advertisment

ଅଧିକ ପଢ଼ନ୍ତୁ: ଏଣିକି ଚିଲିକା ଓ ଭିତରକନିକା ଜଗିବ ଡ୍ରୋନ୍‌ କ୍ୟାମେରା !

Bhitarkanika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ