Advertisment

Paddy Procurement: କେବେ ବନ୍ଦ ହେବ କଟନି-ଛଟନି ? ୪ ରୁ ୯ କେଜି ଯାଏଁ ଧାନ କାଟୁଛନ୍ତି ମିଲର୍

ଉପକୂଳରେ ଉତ୍କଟ ହୋଇଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡ଼ିଛି, ଆସୁନାହାନ୍ତି ମିଲର ତ କେଉଁଠି ଅଧିକ କଟନୀ ଛଟଣୀ ପାଇଁ ଚାଷୀଙ୍କୁ ଧମକ । ଚାଷୀ ବେଶରେ ମଣ୍ଡି ବୁଲି କଟଣୀ ଛଟଣୀର ସ୍ଥିତି ପରଖିଲେ ଜିଲ୍ଲାପାଳ ।

ଅଦ୍ୟତନ ହୋଇଛି
undefined

ଛଦ୍ମବେଶରେ ଗଲେ ଜିଲ୍ଲାପାଳ

Advertisment

କେବେ ବନ୍ଦ ହେବ କଟନୀ ଛଟନୀ । ନୂଆ ସରକାରରେ ସମାନ ଅଭିଯୋଗ । କେଉଠି ୪ କେଜି ତ କେଉଁଠି ୯ କେଜି ଯାଏଁ ବି ଧାନ କାଟୁଛନ୍ତି ମିଲର । ଗଞ୍ଜାମରୁ ରାଇରଙ୍ଗପୁର ସବୁଠି ସମାନ ଅଭିଯୋଗ । ଏହାକୁ ନେଇ କେଉଁଠି ରାସ୍ତା ରୋକ କରି ଆନ୍ଦୋଳନ ତ କେଉଁଠି ଧାନ ଥୋଇ ପ୍ରତିବାଦ । ଏହାରି ଭିତରେ କଟନୀ ଛଟନୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲ୍ଲାପାଳ । ହଠାତ୍ ସକାଳୁ ହାଫ୍ ପ୍ୟାଣ୍ଟ ଟି-ସାର୍ଟ ପିନ୍ଧି ଛଦ୍ମବେଶରେ ମଣ୍ଡି ବୁଲି ସେ ଅନୁଭବ କରିଛନ୍ତି ଚାଷୀଙ୍କ ଯନ୍ତ୍ରଣା ।

Advertisment

ଉପକୂଳରେ ଉତ୍କଟ ହୋଇଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡ଼ିଛି, ଆସୁନାହାନ୍ତି ମିଲର ତ କେଉଁଠି ଅଧିକ କଟନୀ ଛଟଣୀ ପାଇଁ ଚାଷୀଙ୍କୁ ଧମକ । ଚାଷୀ ବେଶରେ ମଣ୍ଡି ବୁଲି କଟଣୀ ଛଟଣୀର ସ୍ଥିତି ପରଖିଲେ ଜିଲ୍ଲାପାଳ । ବାସୁଦେବପୁରରେ ଖଳାରୁ ଧାନ ନେଇ ମଣ୍ଡିକୁ ଯିବା ବଦଳରେ ରାସ୍ତାରେ ଥୋଇ ଚାଷୀଙ୍କ ପ୍ରତିବାଦ । ଚାଷୀଙ୍କ ଅଭିଯୋଗ ଏଠି ୮ରୁ ୧୫ କେଜି ଯାଏଁ କାଟୁଛନ୍ତି ମିଲର । ଏହି ବ୍ଲକର ବିଦେଇପୁର, ନରସିଂହପୁର, ମେଙ୍କିଛକ, ଇରମ ଆଦି ସ୍ଥାନର ଚାଷୀ ରାସ୍ତା ଅବରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ: ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା, ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ

Advertisment

ସେହିପରି ରାଇରଙ୍ଗପୁର ସମବାୟ ସମିତିରେ ବି ଚାଷୀଙ୍କ କଟନ ଛଟଣୀ ଅଭିଯୋଗ । ଆମ ପ୍ରତିନିଧି ପହଞ୍ଚି ପଚାରିବାରୁ କେମିତି ମିଲର୍ ଆଡ଼େଇ ହୋଇ ଚାଲି ଯାଉଛନ୍ତି । ଗଞ୍ଜାମ କବିସୂର୍ଯ୍ୟନଗର ଏବଂ ଭଞ୍ଜନଗରରୁ ଆସିଛି ଆଉ ଏକ ଚିତ୍ର । ଏଠାରେ ଆସୁନାହନ୍ତି ମିଲର, ଉଠୁନି ଧାନ । କବିସୂର୍ଯ୍ୟନଗରରେ ମାସେ ହେଲା ମଣ୍ଡି ଖୋଲିଲାଣି । କିନ୍ତୁ ମିଲର ଆସୁନଥିବାରୁ ସବୁ ଧାନ ଉଠିପାରୁନି । ସେହିପରି ଭଞ୍ଜନଗରରେ ମଣ୍ଡିରୁ FAQ ମାନ ଖରାପ ଦର୍ଶାଇ ଧାନ ଫେରାଇ ଦେଉଛନ୍ତି ମିଲର । ଯେଉଁଥି ପାଇଁ ଗତକାଲି ରାସ୍ତାରୋକ କରିଥିଲେ ଚାଷୀ ।

ତେବେ ଗ୍ରାଉଣ୍ଡରେ ଖାଲି ଚାଷୀ ଅଭିଯୋଗ କରିଛନ୍ତି ତାହା ନୁହେଁ । ନିଜେ ସରକାରୀ ଅଧିକାରୀ ମଧ୍ୟ ଗ୍ରାଉଣ୍ଡରେ ଏହାକୁ ପରଖିଛନ୍ତି। ଭଦ୍ରକ କଟସାହି ସମବାୟ ସମିତିରେ ଦୂରରେ ହାଫ୍ ପ୍ୟାଣ୍ଟ ଏବଂ ଟିସାର୍ଟ ଫିନ୍ଧିଥିବା ଏ ହେଉଛନ୍ତି ଭଦ୍ରକର ଜିଲ୍ଲପାଳ ଦିଲୀପ ରାଉତରାୟ। ମୁହଁରେ ମାସ୍କ । ପୂରା ଯେମିତି ଚାଷୀ । ମଣ୍ଡିକୁ ଯାଇ ସିଧା ଚାଷୀ ଆଉ ଅଧିକାରୀଙ୍କ ସହ କଥା ହୋଇ କଟଣା ଛଟଣୀ ସଂପର୍କରେ ଜାଣିବା ପରେ ସଂପୃକ୍ତ ସମବାୟ ସମିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ARCSଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲପାଳ ।

Advertisment

ସେପଟେ ଧାନ ନ ଉଠିବା ଅଭିଯୋଗକୁ ଖଣ୍ଡନ କରି ସମବାୟ ମନ୍ତ୍ରୀ କହିଛନ୍ତି, ଯେଉଁଠି ଅଭିଯୋଗ ଆସୁଛି ସମାଧାନ କରାଯାଇଛି। ଯେଉଁଠି ମିଲର ଅତିଶୟ କାଟୁଛନ୍ତି କାର୍ଯ୍ୟାନୁଷ୍ଠାନ ହେଉଛି।

କଟନୀ ଛଟନୀ ଅଭିଯୋଗ ଭିତରେ ଏବେ ସୁଦ୍ଧା ୩୮ ଲକ୍ଷ ୨୩ ହଜାର ୫୭୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରେହ କଲେଣି ରାଜ୍ୟ ସରକାର। ଯଦିଓ ପ୍ରଥମ ଥର ପାଇଁ ନୂଆ ସରକାର ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି, କିନ୍ତୁ କଟନୀ ଛଟଣୀ ବନ୍ଦ କରିବାରେ ସଫଳ ହୋଇପାରିନାହାନ୍ତି ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ମହିଳାଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର

FAQ Paddy Sale Dhana Mandi Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ