Gold Shop
ସୁନା କିଣୁଥିଲେ ସାବଧାନ । କାହିଁକି ନା ଗ୍ରାହକଙ୍କୁ ଚୂନ ଲଗାଉଛନ୍ତି ଅସାଧୁ ସୁନା ବ୍ୟବସାୟୀ । ଗତ ୫ ମାସ ମଧ୍ୟରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ୩ ହଜାର ୧୨୫ଟି ରେଡ୍ରୁ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରାଯାଇଛି ।
ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଠକେଇ ହୋଇଛି । ଗତବର୍ଷ ମଧ୍ୟ ୪୯୫ ସୁନା ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିଲେ । ସେମାନଙ୍କଠୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି । ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ତଥ୍ୟ ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Gold_Shop_1726041585.jpg)