Advertisment

Berhampur Admin Launches Eviction: ପୂଜା ପୂର୍ବରୁ ଅପରାଧ ମୁକ୍ତ ହେବ ବ୍ରହ୍ମପୁର; ସହରରେ ବୁଲିଲା ବୁଲଡୋଜର୍...

ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ସାବାଡ଼ ହେବେ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭର । ଯାହାର ଆଜି ପ୍ରାରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Berhampur Admin Launches Eviction

Berhampur Admin Launches Eviction

Advertisment

ଆଗକୁ ପୂଜା। ବ୍ରହ୍ମପୁର ସହରରେ ଯେଭଳି ଲୋକେ ଶାନ୍ତି ଶୃଙ୍ଖଳାରେ ପୂଜା ପାଳିବେ ସେଥିପାଇଁ ପ୍ରଶାସନ ଏବେ ଆକ୍ସନ ମୁଡରେ। ସରକାରୀ ଜାଗାରେ ଜବରଦଖଲକୁ ଉଚ୍ଛେଦ ସହ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭରଙ୍କୁ ସାବଡ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି। ସେପଟେ ଲୋକେ ବି ଏହାକୁ ସ୍ବାଗତ କରିଛନ୍ତି ।

Advertisment

ପୂଜା ପୂର୍ବରୁ ଅପରାଧ ମୁକ୍ତ ହେବ ବ୍ରହ୍ମପୁର ସହର। ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ସାବାଡ଼ ହେବେ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭର । ଯାହାର ଆଜି ପ୍ରାରମ୍ଭ ହୋଇଛି। ସହରର ବ୍ୟସ୍ତ ବହୁଳ ରାସ୍ତା କମାପଲି ଠାରୁ ଟାଟାବେଞ୍ଜ ଛକ ଯାଏ ଜବରଦଖଲ ଉଚ୍ଛେଦ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୁଲଡୋଜର ବୁଲିଛି।

ସରକାରୀ ଜାଗାକୁ ମାଡି ବସିଥିବା ଦୋକାନ ଓ ଘରକୁ ଭାଙ୍ଗିଛି। ଟ୍ରାଫିକ ଜାମରେ ସନ୍ତୁଳି ହେଉଥିବା ଲୋକେ ଜବରଦଖଲ ଉଚ୍ଛେଦକୁ ପ୍ରଶଂସା କରିଥିବା ବେଳେ କିଛି ବ୍ୟବସାୟୀ ଏହାକୁ ବିରୋଧ କରିଛନ୍ତି । ବ୍ୟବସାୟୀଙ୍କ କହିବା କଥା ଦୁଇ ଦିନ ତଳେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନେଇ ସୂଚନା ଦେଇ ଆଜି ହଠାତ୍ ଭାଙ୍ଗିଦେବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠାଇଛନ୍ତି ।

Advertisment

ବ୍ୟବସାୟୀଙ୍କ ଅସନ୍ତୋଷ ନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ତହସିଲଦାର । କହିଛନ୍ତି ପୂର୍ବରୁ ସୂଚନା ଦିଆଯାଇଥିଲେ ବି ସେମାନେ ନ ଶୁଣିବାରୁ ଆଜି ଉଚ୍ଛେଦ କରାଯାଇଛି । ସହରର ସରକାରୀ ଜାଗାକୁ ମାଡ଼ି ଜବରଦଖଲ କରି ରଖିଥିବା ସ୍ଥାନରୁ ଦୋକାନ ଓ ଘରକୁ ଭଙ୍ଗାଯିବ। ଅନ୍ୟପଟେ ପୂଜା ପୂର୍ବରୁ ପୋଲିସ ପ୍ରଶାସନ ପୁରୁଣା ଦାଗୀଙ୍କୁ ଧରିବା ସହ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଧରପଗଡକୁ ଜୋରଦାର କରାଯାଇଛି । ବ୍ରହ୍ମପୁର ଏସପି କହିଛନ୍ତି ପୂଜାରେ ଲୋକଙ୍କ ସୁରକ୍ଷା ପାଇଁ ସାଧା ପୋଷାକଧାରୀ ବି ବୁଲିବେ ।

Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ