Advertisment

Bengali Devotees At Puri: ଶ୍ରୀକ୍ଷେତ୍ରରେ ବଙ୍ଗୀୟ ଭକ୍ତ; ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କହିବା ନେଇ ବର୍ଷିଲେ...

ଶ୍ରୀ‍କ୍ଷେତ୍ରରେ ସ୍ନାନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଙ୍ଗୀୟ ଭକ୍ତ । 'ଧାମ' ପ୍ରସଙ୍ଗରେ କହିଲେ, ଜଗନ୍ନାଥ ଧାମ କେବଳ ପୁରୀ । କେହି ବି କୋଉଠି ଜଗନ୍ନାଥ ମନ୍ଦିର ନିର୍ମାଣ କରନ୍ତୁ ନା କାହିଁକି ତାହା ଧାମ ହୋଇପାରିବ ନାହିଁ । ମମତା ବାନାର୍ଜୀ ଦୀଘାକୁ ଜଗନ୍ନାଥ ଧାମ କହି ଜଗନ୍ନାଥଙ୍କୁ ଅମର୍ଯ୍ୟାଦା କରିଛନ୍ତି ।

ଅଦ୍ୟତନ ହୋଇଛି
Bengali Devotees At Puri

Bengali Devotees At Puri

Advertisment

''ଦୀଘା କେବଳ ଏକ ପର୍ଯ୍ୟଟନସ୍ଥଳୀ, ଏହା ଧାମ ନୁହେଁ । ଜଗନ୍ନାଥ ଧାମ କେବଳ ଗୋଟିଏ ତାହା ପୁରୀ । ପୁରୀ ଜଗନ୍ନାଥ ଧାମ ସହ ଦୀଘାକୁ ତୁଳନା କରିବା ବି ଅପରାଧ ।'' ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ପୁରୀକୁ ଆସିଥିବା କିଛି ବଙ୍ଗୀୟ ପର୍ଯ୍ୟଟକ ଏ କଥା କହିଛନ୍ତି । ଏଥିସହ ଜଗନ୍ନାଥଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୀତିକରଣକୁ ସେ କଡ଼ା ନିନ୍ଦା କରିଛନ୍ତି ।

Advertisment

ଜଣେ ବଙ୍ଗୀୟ ଶ୍ରଦ୍ଧାଳୁ କହିଛନ୍ତି, ଜଗନ୍ନାଥ ଧାମ କେବଳ ପୁରୀ । ମହାପ୍ରଭୁ କାହିଁ କେଉଁ ଅନାଦି କାଳରୁ ଶ୍ରୀକ୍ଷେତ୍ର ପୁରୀରେ ଅଧିଷ୍ଠିତ ଅଛନ୍ତି । କେହି ବି କୋଉଠି ଜଗନ୍ନାଥ ମନ୍ଦିର ନିର୍ମାଣ କରନ୍ତୁ ନା କାହିଁକି ତାହା ଧାମ ହୋଇପାରିବ ନାହିଁ । ଦୀଘା କେବଳ ଏକ ପର୍ଯ୍ୟଟନସ୍ଥଳୀ । ପୁରୀ ଧାମ ସହ ତାହାର ତୁଳନା ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାକୁ ଜଗନ୍ନାଥ ଧାମ କହି ଜଗନ୍ନାଥଙ୍କୁ ଅମର୍ଯ୍ୟାଦା କରିଛନ୍ତି ।  ପୁରୀ ଧାମକୁ ଗୌଣ କରିବାକୁ ମମତା ବାନାର୍ଜୀଙ୍କ ଏହା ରାଜନୈତିକ ଷଡଯନ୍ତ୍ର । ସବୁ ବଙ୍ଗୀୟ ଭକ୍ତମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଆସନ୍ତୁ ବୋଲି ନିବେଦନ କରିଛନ୍ତି ବଙ୍ଗୀୟ ଶ୍ରଦ୍ଧାଳୁ । 

Advertisment


ଅଧିକ ପଢ଼ନ୍ତୁ: ସରିଲା ଦାରୁଦିଅଁଙ୍କ ଦିବ୍ୟ ସ୍ନାନ, ସାଆନ୍ତଙ୍କ ହାତୀବେଶ ଦର୍ଶନ କରିବ ଜଗତ

ସେ ଆହୁରିମଧ୍ୟ କହିଛନ୍ତି, ଓଡ଼ିଶାରେ ପଶ୍ଚିମବଙ୍ଗବାସୀଙ୍କୁ ଉପରେ ଅତ୍ୟାଚାର ହେଉଛି ବୋଲି ଯିଏ ପ୍ରଚାର କରୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏଠି କୌଣସି ସେବାୟତ, ଜନସାଧାରଣ ବଙ୍ଗାଳି ଭକ୍ତଙ୍କୁ ହଇରାଣ ହରକତ କରନ୍ତି ନାହିଁ । ମିଛ ଅପପ୍ରଚାର କରାଯାଉଛି । ଏଥିସହ ସ୍ନାନ ପୂର୍ଣ୍ଣିମାରେ ପୋଲିସ ପ୍ରଶାସନ ପକ୍ଷରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ସେ ପ୍ରଶଂସା କରିଛନ୍ତି ।

Advertisment

ଆଉ ଜଣେ ଶ୍ରଦ୍ଧାଳୁ କହିଛନ୍ତି, ଯଦିଓ ଜଗନ୍ନାଥ ସବୁଠି ସମାନ କିନ୍ତୁ ଦୀଘା ଦୀଘା ପୁରୀ ପୁରୀ । ଚାରିଧାମ ଭିତରୁ ପୁରୀ ଗୋଟିଏ ଧାମ । ଦୀଘା ଜଗନ୍ନାଥ ଧାମ ନୁହେଁ । ଧାମର ମହତ୍ତ୍ୱ ଭିନ୍ନ । କୌଣସି ପର୍ଯ୍ୟଟନସ୍ଥଳୀ ଧାମ ହୋଇପାରିବ ନାହିଁ । ସେଥିପାଇଁ ଆମେ ଦେବସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥ ଧାମ ପୁରୀକୁ ଆସିଛୁ ।

Puri Jagannath Darshan Snana Purnima JagannthDham Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ