Advertisment

ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଖୋଲିପାରୁନି ବିଏଡ୍‌, ତେଜୁଛି ଅସନ୍ତୋଷ

ନୟାଗଡ଼ ବିଧାୟକ ଅରୁଣ ସାହୁ ଉଚ୍ଚଶିକ୍ଷା ମନ୍ତ୍ରୀ ବି ଥିଲେ। ହେଲେ ମନ୍ତ୍ରୀ ଥାଇ ବି ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନରେ ବିଏଡ୍‌ ଖୋଲି ନ ପାରିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Bed Course

Bed Course

Advertisment

ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଗଡ଼ ନୟାଗଡ଼। ହେଲେ ନୟାଗଡ଼ ଜିଲ୍ଲାରେ ନାହିଁ ଉଚ୍ଚଶିକ୍ଷାର ସୁଯୋଗ। ନୟାଗଡ଼ ଲାଠିପଡ଼ା ସ୍ଥିତ ଜିଲ୍ଲାର ଏକମାତ୍ର ସରକାରୀ ମଡେଲ ଡିଗ୍ରୀ କଲେଜରେ ଆସନ୍ତା ଶିକ୍ଷାବର୍ଷରୁ ବିଏଡ୍‌ ଖୋଲିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନି। ନୟାଗଡ଼ ଜିଲ୍ଲାର କୌଣସି କଲେଜରେ ଏଯାବତ ବିଏଡ୍‌ ଖୋଲିପାରି ନାହିଁ। ଉଚ୍ଚ ଶିକ୍ଷାକ୍ଷେତ୍ରରେ ବହୁ ପଛରେ ରହିଛି ନୟାଗଡ଼ ଜିଲ୍ଲା।

Advertisment

ନୟାଗଡ଼ ବିଧାୟକ ଅରୁଣ ସାହୁ ଉଚ୍ଚଶିକ୍ଷା ମନ୍ତ୍ରୀ ବି ଥିଲେ। ହେଲେ ମନ୍ତ୍ରୀ ଥାଇ ବି ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନରେ ବିଏଡ୍‌ ଖୋଲି ନ ପାରିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। କେବଳ ବିଏଡ୍‌ ନୁହେଁ ସବୁ ବିଷୟରେ ପିଜି ମଧ୍ୟ ଖୋଲିପାରିନି। ଓଡିଶାରେ ବିଏଡ୍‌ ସିଟ ସଂଖ୍ୟା କମ ରହିଛି। ସେଥିପାଇଁ ସ୍ଥାନୀୟ ଛାତ୍ରଛାତ୍ରୀ ରାଜ୍ୟର ଅନ୍ୟ ସହର କିମ୍ବା ରାଜ୍ୟ ବାହାର ଯଥା ଆନ୍ଧ୍ର ପ୍ରଦେଶ, ବିହାର, ଜାମ୍ମୁ ଓ କାଶ୍ମୀର ଆଦିକୁ ଯାଇ ବିଏଡ୍‌ ପଢିବାକୁ ବାଧ୍ୟ ହେଉଛନ୍ତି। ଅନେକ ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା କାରଣରୁ ବାହାରକୁ ଯାଇ ବିଏଡ୍‌ କରିବା ସମ୍ଭବପର ହୋଇପାରୁନଥିବାରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏପରିକି ଅନେକ ଛାତ୍ରଛାତ୍ରୀ ଅନ୍ୟତ୍ର ବିଏଡ୍‌ କରିବା ଦ୍ୱାରା ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି।

ବିଏଡ୍‌ ଖୋଲିପାରିଲେ ନୟାଗଡ଼ ଜିଲ୍ଲାର ଶିକ୍ଷାକ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାଜି ପାରିବ। ଏନେଇ ଲାଠିପଡ଼ା ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ମାନସ ରଞ୍ଜନ ଶତପଥି ଉଚ୍ଚଶିକ୍ଷା ବିଭାଗକୁ ଗତ ୨୦୨୩ ମସିହା ଅକ୍ଟୋବର ମାସରୁ ଚିଠି ଲେଖି ଅବଗତ କରାଇଛନ୍ତି। ୩୨ ସିଟ ପାଇଁ ବିଏଡ୍‌ ଏବଂ ଇଣ୍ଟିଗ୍ରେଟେଡ୍‌ ବିଏସସି ବିଏଡ୍‌ ଖୋଲିବାକୁ ଅଧ୍ୟକ୍ଷ ଅନୁରୋଧ କରିଛନ୍ତି। ଅଧ୍ୟକ୍ଷଙ୍କ ଚିଠି ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ଏ ନେଇ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବା ସହ ବିଏଡ୍‌ ଖୋଲିବାକୁ ଯୋଗାଯୋଗ କରିଥିବା ସୂଚନା ମିଳିଛି। ଏଠାରେ ବିଏଡ୍‌ ପାଠ୍ୟକ୍ରମ ଖୋଲିଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। କଲେଜ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ମଧ୍ୟ ବିଏଡ୍‌ ଖୋଲିବାକୁ ଅନୁମତି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ କିଛି ମାସ ପୂର୍ବରୁ ଅବଗତ କରାଯାଇଥିବା ଜଣାପଡିଛି। ହେଲେ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସ୍ଥାନୀୟ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଆସନ୍ତା ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ବିଏଡ୍‌ ଖୋଲିବାକୁ ଅନୁମତି ଦେବାକୁ ଦାବି ହୋଇଛି।

Advertisment
Arun Sahoo Education Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ