BDO, Public Representatives Clash
ପଞ୍ଚାୟତ ବୈଠକରେ ଜନପ୍ରତିନିଧି ଓ ବିଡ଼ିଓଙ୍କ କଥା କଟାକଟି । ତାହା ପୁଣି ବିଧାୟକଙ୍କ ଉପସ୍ଥିତିରେ । ମୟୂରଭଞ୍ଜ ବେତନଟୀ ବ୍ଲକ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଧାୟକ ସନାତନ ବିଜୁଳି ସେଠାରେ ଉପସ୍ଥିତ ଥିବାବେଳେ କିଛି କାମ ବାହାନାରେ ସେଠାରୁ ଚାଲିଯାଇଥିଲେ । ବିଡିଓ ପ୍ରୋଜେକ୍ଟର ପ୍ରସ୍ତାବ ଦେବା ଘଟଣାରେ ଅସନ୍ତୋଷ ଦେଖାଇଥିଲେ ବ୍ଲକର ଜନ ପ୍ରତିନିଧି । ଏନେଇ କଥା କଟାକଟି ଓ ହୋହଲ୍ଲା ହୋଇଥିଲା । ରାଜ୍ୟ ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡିଶା' ଯୋଜନାରେ ନିଜ ଅଞ୍ଚଳର ବିକାଶ ପାଇଁ ସରପଞ୍ଚ ଏବଂ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କୁ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେବାକୁ ଡକାଯାଇଥିଲା।
କିନ୍ତୁ ବୈଠକରେ ପ୍ରଦାନ କରାଯାଇଥିବା ଅନୁମୋଦିତ ପ୍ରକଳ୍ପ ପ୍ରସ୍ତାବ ଚିଠାରେ ଅଧିକାଂଶ ପ୍ରକଳ୍ପ ନଥିବା ଦେଖିବାକୁ ପାଇଥିଲେ ଜନପ୍ରତିନିଧି । ଏନେଇ ବିଡିଓଙ୍କୁ ପଚାରିବାରୁ ବିଡ଼ିଓ କହିଥିଲେ ପ୍ରକଳ୍ପ ପ୍ରସ୍ତାବ ମୁଁ ଦେଇଛି । ଜନ ପ୍ରତିନିଧିମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଯ।ହାକୁ ନେଇ ବିଡିଓ ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ବିଡିଓଙ୍କ ଏଭଳି ମନ୍ତବ୍ୟକୁ ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧିମାନେ ଦୃଢ ବିରୋଧ କରିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748493383.jpg)