Advertisment

Mismanagement At SCB: ବଡ଼ ମେଡିକାଲରେ ବ୍ୟାଟେରୀ ଗାଡ଼ି ଧୋକ୍କା

ରାଜ୍ୟର ୧ ନମ୍ବର ହସ୍ପିଟାଲ କୁହାଯାଉଥିବା SCB ମେଡିକାଲରେ ରୋଗୀଙ୍କୁ ଗୋଟିଏ ୱାର୍ଡରୁ ଆଉ ଗୋଟିଏ ୱାର୍ଡକୁ ନେବା ଆଣିବା ପାଇଁ ଠିକ୍ ସମୟରେ ବ୍ୟାଟେରି ଗାଡ଼ିଟିଏ ପାଉନାହାନ୍ତି ଆଟେଣ୍ଡାଣ୍ଟ୍ । ଫଳରେ କିଏ ଷ୍ଟ୍ରେଚରରେ ନଚେତ୍ ହ୍ବିଲଚେୟାରରେ ବୁହା ହେଉଛି, ଆଉ କିଏ ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ପଡ଼ିରହି ଛଟପଟ ହେଉଛି ।

ଅଦ୍ୟତନ ହୋଇଛି
Battery Vehicles Failure

Battery Vehicles Failure

Advertisment

ଏସସିବି ମେଡିକାଲରେ ଅବହେଳା ଓ ଅବ୍ୟବସ୍ଥାର ଆଉ ଏକ ଚିତ୍ର । ରାଜ୍ୟର ୧ ନମ୍ବର ହସ୍ପିଟାଲ କୁହାଯାଉଥିବା SCB ମେଡିକାଲରେ ରୋଗୀଙ୍କୁ ଗୋଟିଏ ୱାର୍ଡରୁ ଆଉ ଗୋଟିଏ ୱାର୍ଡକୁ ନେବା ଆଣିବା ପାଇଁ ଠିକ୍ ସମୟରେ ବ୍ୟାଟେରି ଗାଡ଼ିଟିଏ ପାଉନାହାନ୍ତି ଆଟେଣ୍ଡାଣ୍ଟ୍ । ଫଳରେ କିଏ ଷ୍ଟ୍ରେଚରରେ ନଚେତ୍ ହ୍ବିଲଚେୟାରରେ ବୁହା ହେଉଛି, ଆଉ କିଏ ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ପଡ଼ିରହି ଛଟପଟ ହେଉଛି । ସେପଟେ ସହାୟତା କେନ୍ଦ୍ର କର୍ମଚାରୀଙ୍କର ଯେପରି ପରୱାଏ ନାହିଁ । ଏଭଳି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, କର୍ତ୍ତୃପକ୍ଷ କହିଛନ୍ତି, ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

Advertisment

ଅଧିକ ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଘର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ଦେବେ ରାଜ୍ୟ ସରକାର

ରାସ୍ତାକଡ଼ରେ ଷ୍ଟ୍ରେଚରରେ ପଡ଼ି ପଡ଼ି ଛଟପଟ ହେଉଛନ୍ତି ରୋଗିଣା ପତ୍ନୀ... ହେଲ୍ପ ଲାଇନରେ ଫୋନ୍ କରି କରି ଅଥୟ ହେଲେଣି ଜଣେ ବରିଷ୍ଠ ନାଗରିକ...  ହେଲେ ଏଯାଏଁ ଫୋନ ଲାଗୁନି, କି ବ୍ୟାଟେରି ଗାଡ଼ିର ବି ଦେଖା ନାହିଁ। ଇଏ ବିଶ୍ବସ୍ତରୀୟ ବନିବାକୁ ସ୍ବପ୍ନ ଦେଖୁଥିବା କଟକ ଏସସିବିରେ ଅନେକ ଅସହାୟଙ୍କ ଅକୁହା ବେଦନା । କେନ୍ଦୁଝରରୁ ଆସିଥିବା ଅକ୍ଷୟ ପଟ୍ଟନାୟକ ନିଜ ପତ୍ନୀ ସୁରଭିଙ୍କୁ ମେଡିସିନ୍ ୱାର୍ଡରୁ ସିଟି ସ୍କାନ୍ ପାଇଁ ନେଉଥିଲେ । ଅସହ୍ୟ ଖରା ଓ ଗୁଳୁଗୁଳି ସତ୍ତ୍ବେ ବାହାରେ ଜଣେ ବୟସ୍କା ରୋଗୀ ପଡ଼ିରହିଥିଲେ ବି, ଠିକ୍ ସମୟରେ ସେବା ଯୋଗାଇପାରୁନି ରୋଗୀ ବାହକ ବ୍ୟାଟେରି ଗାଡ଼ି । କେବଳ ଏମାନେ ନୁହଁନ୍ତି, ଏମିତି ଅନେକ ରୋଗୀ ଘଣ୍ଟାଧିକ କାଳ ଅପେକ୍ଷା କରି କରି, ଶେଷରେ ଷ୍ଟ୍ରେଚରରେ ବୁହା ହେଉଛନ୍ତି, ନହେଲେ ହ୍ବିଲ ଚେୟାରରେ ନେଉଛନ୍ତି ସଂପର୍କୀୟ । କଟକ ଏସସିବି ମେଡିକାଲର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ କିମ୍ବା ନିଦାନ ପରୀକ୍ଷା ପାଇଁ ରୋଗୀ ସ୍ଥାନାନ୍ତର କରିବାକୁ ସରକାର ବ୍ୟାଟେରି ଗାଡ଼ି ବ୍ୟବସ୍ଥା କରିଛନ୍ତି । ହେଲେ ଏହା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ ହୋଇଛି ।

Advertisment

ବିଡ଼ମ୍ବନାର ବିଷୟ... ଫୋନ ଯୋଗେ ଗାଡ଼ି ଯୋଗାଡ଼ ହୋଇନପାରିଲେ, ଏଠି ଅଭିଯୋଗ କରିବାକୁ କେବଳ ବ୍ୟାଟେରି ଗାଡ଼ି ପାଇଁ ସ୍ବତନ୍ତ୍ର ସହାୟତା କେନ୍ଦ୍ରର ବ୍ୟବସ୍ଥା ନାହିଁ । ରୋଗୀଙ୍କ ସଂପର୍କୀୟ ଯିବେ ତ ଯିବେ କୁଆଡ଼େ ? SCBର ଯେଉଁ ହେଲ୍ପ ଡେସ୍କଟି ଅଛି, ସେଠି ତିନି ତିନିଜଣ ମହିଳା କର୍ମଚାରୀ ନିୟୋଜିତ ଥିଲେ ବି, ଜାଣିଶୁଣି ଫୋନ୍ ଉଠାଉନଥିବା ଅଭିଯୋଗ ହୋଇଛି । ବାରମ୍ବାର ରିଙ୍ଗ୍‌ ହୋଇଚାଲିଥିଲେ ବି ଫୋନ୍ ଉଠାଉନାହାନ୍ତି । ସେପଟେ ନର୍ସିଂ ସ୍କୁଲ ପରିସରରେ କିଛି ବ୍ୟାଟେରି ଗାଡ଼ି ଖତ ଖାଉଥିବା ଦେଖିବାକୁ ମିଳିଛି । SCBରେ ମୋଟ ୨୦ଟି ଗାଡ଼ିରୁ ୨ଟି ଅଚଳ ହୋଇଯାଇଥିବା ବେଳେ, ୧୮ଟି ଗାଡ଼ିରୁ ବି କିଛି ଗାଡ଼ିରେ ଚାର୍ଜ ନଥିବା କୁହାଯାଉଛି । ହେଲେ ବ୍ୟାଟେରି ଗାଡ଼ି ଚାର୍ଜିଂ ପଏଣ୍ଟରେ କର୍ମଚାରୀଙ୍କ ଇଭି ସ୍କୁଟି ଚାର୍ଜ ହେଉଥିବା ସ୍ଥାନୀୟ କର୍ପୋରେଟର ଅଭିଯୋଗ କରିଛନ୍ତି । 

ଏନେଇ ସହାୟତା କେନ୍ଦ୍ରର କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, SCB କୁଳସଚିବ କହିଛନ୍ତି- ମେଡିକାଲ ପକ୍ଷରୁ ହୁଡକୋକୁ ଆଉ ୧୦ଟି ବ୍ୟାଟେରି ଗାଡ଼ି ପାଇଁ ଚିଠି ଲେଖାଯାଇଛି। ବ୍ୟାଟେରି ଗାଡ଼ି ସହାୟତା କେନ୍ଦ୍ରରେ ରୋଗୀଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ । 

Advertisment

ପ୍ରତିଦିନ SCB ଆଉଟଡୋର ଓ ଇଣ୍ଡୋରକୁ ପ୍ରାୟ ୩ ହଜାର ରୋଗୀ ଆସନ୍ତି । ହେଲେ ଜରୁରୀ ବେଳେ ଯଦି ବ୍ୟାଟେରି ଗାଡ଼ିଟିଏ ଠିକ୍ ସମୟରେ ନମିଳିଲା, ତାହେଲେ ଏଭଳି ବ୍ୟବସ୍ଥା ଥାଇ ଲାଭ କଣ ?

ଅଧିକ ପଢ଼ନ୍ତୁ: ଭୋଜିଭାତରେ ଯୋଗ ଦେବା ଆଗରୁ କିଛି ନିୟମ ମାନନ୍ତୁ, ନହେଲେ ଆସିବ ସ୍ୱାସ୍ଥ୍ୟ ସମସ୍ୟା

Medical Negligence SCB Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ