Basic Amenities
ଗାଁକୁ ପାଣି ନାହିଁ... ଗାଁକୁ ବିଜୁଳି ନାହିଁ... ଗାଁକୁ ପକ୍କା ରାସ୍ତାଟିଏ ବି ନାହିଁ । ଦୁର୍ଗମ ଇଲାକା ପରି ଏହି ଗାଁ ନୁହଁ, ପ୍ରକୃତରେ ସେତେ ଅପହଞ୍ଚ ନୁହେଁ, କି ଏ କୌଣସି ଉପାନ୍ତ ଅଞ୍ଚଳ ନୁହଁ । ଏ ହେଉଛି ଖୋଦ୍ କଟକ ଜିଲ୍ଲାର ଏକ ଗାଁର ଦୃଶ୍ୟ । ଯିଏ କି ସରକାରଙ୍କ ସମସ୍ତ ଯୋଜନାକୁ ଆଖି ଠାରି ଉପହାସ କରୁଛି । ଆଉ ଚୁପ୍ ରହି ପ୍ରଶାସନର କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ କରୁଛି ।
କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଦଲକ ଗାଁ, ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ । ଆଉ ଏନେଇ ଗ୍ରାମବାସୀମାନେ ଅଧିକାରୀଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ରାସ୍ତା ଖରାପ ଥିବାରୁ ଗାଁକୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ଫଳରେ ଗୁରୁତର ରୋଗୀ ଓ ଗର୍ଭବତୀମାନଙ୍କୁ ମେଡିକାଲ ନେବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଠାରେ ଅଙ୍ଗନବାଡ଼ି ସୁବିଧା ନଥିବାରୁ କୁନିକୁନି ପିଲାମାନଙ୍କୁ ୮କିଲୋମିଟର ଯିବାକୁ ପଡ଼ୁଛି । ବିଦ୍ୟୁତ୍ ଓ ରାସ୍ତା ସୁବିଧା ନଥିବାରୁ ସଞ୍ଜ ହେଲେ ଜଙ୍ଗଲୀ ଜନ୍ତୁଙ୍କ ଭୟ ଘାରୁଛି ଏଠାର ଲୋକଙ୍କୁ ।
ଗାଁର ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଗ୍ରାମବାସୀ । ହେଲେ କେହି କର୍ଣ୍ଣପାତ କରୁନଥିବା ବେଳେ, ତୁରନ୍ତ ଦଲକ ଗାଁକୁ ରାସ୍ତା ସଂଯୋଗୀକରଣ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738560614.jpg)