Advertisment

ଓଡ଼ିଶାର ଦୁଇ ନୂଆ ରେଳ ଲାଇନକୁ ମଞ୍ଜୁରୀ, କେନ୍ଦ୍ର କ୍ୟାବିନେଟ ମାରିଲା ମୋହର

ଓଡ଼ିଶାର ଦୁଇ ନୂଆ ରେଳ ଲାଇନକୁ ମଞ୍ଜୁରୀ । ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ମଞ୍ଜୁରୀ ମିଳିଛି । କେନ୍ଦ୍ର କ୍ୟାବିନେଟ ମାରିଲା ମୋହର ।

ଅଦ୍ୟତନ ହୋଇଛି
Bargarh-Nuapada Line Gets Cabinet Nod

Central Cabinet Nod

Advertisment

ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୧୩୮ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା । ଏହି ଲାଇନ ହେବା ପରେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ ।

Advertisment

ଅଧିକ ପଢ଼ନ୍ତୁ: ବନ୍ୟଜନ୍ତୁ ଶିକାର ରୋକିବାକୁ ନିୟୋଜିତ ହେବେ ୫ ବନଖଣ୍ଡରେ ୧୦ ସନ୍ଧାନୀ କୁକୁର

ସେହିପରି ସୁନ୍ଦରଗଡ଼ ସବଡେଗାରୁ ଛତିଶଡ଼ର ଭଲୁମୁଡ଼ାକୁ ନୂଆ ଡବଲ ଲାଇନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ୩୭ କିଲୋମିଟର ଲାଇନ ପାଇଁ ଖର୍ଚ୍ଚ ହେବ ୧୩ ଶହ ୬୦ କୋଟି। ସେହିପରି ଜାମସେଦପୁର- ଆସାନସୋଲ ମଧ୍ୟରେ ତୃତୀୟ ଲାଇନକୁ ମଧ୍ୟ ମଞ୍ଜୁରି ମିଳିଛି ।

Advertisment

ସେହିପରି ଶିଳ୍ପ ଭିତ୍ତିଭୂମି କ୍ଷେତ୍ର ପାଇଁ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି । ଦେଶରେ ୧୨ଟି ନୂଆ ଇଣ୍ଡଷ୍ଟ୍ରିଆଲ ସ୍ମାର୍ଟ ସିଟି ଗଠନ ପାଇଁ ୨୮ହଜାର ୬୦୨ କୋଟିର ବ୍ୟବସ୍ଥା ହୋଇଛି । ଏହି ୧୨ ପ୍ରକଳ୍ପ ୧୦ ରାଜ୍ୟରେ କରାଯିବ।

Cabinet Decision
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ