Advertisment

ସିଲ୍ ହେବ ‘ବଲ୍ଲେ ବଲ୍ଲେ ଢାବା’;‘ଟଙ୍କା କେଉଁଠୁ ଆସିଥିଲା, କିପରି ଖର୍ଚ୍ଚ ହୋଇଛି ହେବ ଯାଞ୍ଚ’

ଯାଜପୁର ଧର୍ମଶାଳାର ବିବାଦୀୟ ଢାବା ବଲ୍ଲେ ବଲ୍ଲେକୁ ସିଲ୍ କରାଯିବ । ତିନି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଆଜି ସରିଛି।

ଅଦ୍ୟତନ ହୋଇଛି
Jajpur Balle Balle Dhaba To Be Sealed

Balle Balle Dhaba

Advertisment

ସିଲ୍ ହେବ ‘ବଲ୍ଲେ ବଲ୍ଲେ ଢାବା’ । ଯାଜପୁର ଧର୍ମଶାଳାର ବିବାଦୀୟ ଢାବାକୁ ସିଲ୍ କରାଯିବ । ତିନି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଆଜି ସରିଛି। ଢାବା ସହ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ରହିଛି ଲିଙ୍କ୍। 

Advertisment

ଢାବାରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି, କୋଉଠୁ ଟଙ୍କା ଆସିଛି ସେ ସବୁକୁ ନେଇ ତଦନ୍ତ କରାଯିବ। ଏହାପରେ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଧର୍ମଶାଳା ବିଡିଓ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦୋହରାଇଛନ୍ତି। ସେପଟେ ଢାବାରୁ ସବୁ ସାମଗ୍ରୀ ହଟାଇ ନିଆଯାଇଥିବା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା ଯୋଜନାଠୁ ଧାନ MSP ବଢ଼ାଇବା ଯାଏଁ ପୂରଣ କରିବୁ ସବୁ ପ୍ରତିଶ୍ରୁତି’

Advertisment

କ୍ଷମତାର ଛତ୍ରଛାୟାରେ ଯାଜପୁର ନେଉଳପୁର ଧର୍ମଶାଳା ଭବନ ପରିସରରେ ଥିବା ବଲେ ବଲେ ଢାବାର ଫିଟୁଛି ଗୁମର । କିଏ କହୁଛନ୍ତି, ଏଇଠି ଚାଲିଥିଲା ରଙ୍ଗଶାଳା ତ ଆଉ କିଏ କହୁଛନ୍ତି ଜମୁଥିଲା ମଦ ମାଂସର ଆସର । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଭୟବର ପାଇଁ ବିଜେଡି ନେତ୍ରୀ ଏଲିନା ଦାସଙ୍କ ତତ୍ତ୍ବାବଧାନରେ ଚାଲୁଥିବା ଏହି ଢାବାରେ ବେଆଇନ ଆର୍ଥିକ କାରବାର ଅଭିଯୋଗ ପରେ ଏବେ ହଇଚଇ । ତେବେ ଏନେଇ ପ୍ରଣବ କିମ୍ବା ଏଲିନାଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଖାଲି କରାଯାଇଛି ବଲେ ବଲେ ଢାବା ।

ଏଠି ପ୍ରଶ୍ନ, କାହା ଟଙ୍କାରେ ତିଆରି ହୋଇଛି ଏହି ଢାବା ? ସାଧାରଣ ଲୋକଙ୍କ ସ୍ବାର୍ଥରେ ଖର୍ଚ୍ଚ ହେଉଥିବା ଅର୍ଥ ଏଠି ବିନିଯୋଗ ହୋଇନି ତ ? ଗତ ଦୁଇ ଦିନ ଧରି ଗଣମାଧ୍ୟମରେ ବଲ୍ଲେ ବଲ୍ଲେ ଢାବାକୁ ନେଇ ଘନ ଘନ ଖବର ପ୍ରସାରଣ ସତ୍ତ୍ନେ କାହିଁକି ସାମ୍ନାକୁ ଆସି ସତ ଉଗାରୁ ନାହାଁନ୍ତି ଏଲିନା କିମ୍ବା ବିଜେଡି ନେତା ? ବଲ୍ଲେ ବଲ୍ଲେ ଢାବା ସହ ଲିଙ୍କକୁ ନେଇ ଝଡ଼ ଉଠୁଥିଲେ ବି କାହିଁକି ପ୍ରତ୍ୟକ୍ଷ ଭାବେ ଆଗକୁ ଆସି ପ୍ରତିକ୍ରିୟା ରଖୁନାହାଁନ୍ତି ଜିତୁ ଓରଫ ପ୍ରଣବ ବଳବନ୍ତରାୟ ? 

Advertisment

ଅଧିକ ପଢ଼ନ୍ତୁ: ବଦଳିବ ଲକ୍ଷ୍ମୀ ବସ୍ ନାଁ; ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

BJD Pranab Balabantaray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ