Advertisment

Balasore: ଗୋଡଧୁଆ ବାଲଟି ପାଇଁ ଗାଁରେ ଚହଳ, ଯିଏ ଶୁଣିଲା ହସି ହସି ଗଡ଼ିଲା

ଥାନାରୁ ମୁକୁଳିଲା ଗୋଡ଼ଧୁଆ ବାଲ୍‌ଟି । ହେଲେ ଚୋର ଫସିଗଲା । ନାଁ ଗାଁ ପଡିଲା । ମାନ୍ ଇଜତ ଗଲା । ତୁଚ୍ଛ ବାଲଟି ଚୋରି କଲା ପରେ ଏବେ ଚୋର ମହୋଦୟ ଥାନା ବାବୁଙ୍କ ଅତିଥି । ଆଉ ବାଲ୍‌ଟି ମାଲିକ ଚୋରି ବାଲ୍‌ଟି ଫେରିପାଇବା ପରେ ହସି ହସି ବେଦମ । ଆଉ ବାଲ୍‌ଟି ଚୋର ଏବେ ହାଜତ ଭିତରେ । ପୂରା ଘଟଣା ଜାଣିଲେ ଆପଣ ବି ହସି ହସି ଗଡ଼ିଯିବେ ।

Dirty Bucket

Dirty Bucket

Advertisment

ଥାନାରୁ ମୁକୁଳିଲା ଗୋଡ଼ଧୁଆ ବାଲ୍‌ଟି । ଚୋର କିନ୍ତୁ ଫଶିଗଲା…ନାଁ ଗାଁ ପଡିଲା । ମାନ୍‌ ଇଜତ୍ ଗଲା...ଗୋଡଧୁଆ ଅଳିଆ ବାଲ୍‌ଟି ଟିଏ ପାଇଁ ଏତେ ସବୁ ନାଟବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟାର ଭାସ୍କରଗଞ୍ଜରେ ରୁହନ୍ତି ଅଭିରାମ ନାୟକ। ଗତକାଲି ତାଙ୍କ ଘର ବାହାରେ ଥୁଆ ହୋଇଥିଲା ଗୋଡଧୁଆ ବାଲଟି । ଦ୍ୱିପହର ସମୟ, କେହି କୁଆଡେ ନଥିଲେ। ହଠାତ୍ ଚୋର ବାଲଟିକୁ ଧରି ମାରିଥିଲା ଛୁ । ନେଇଗଲା... ନେଇଗଲା... ବୋଲି ଗାଁରେ ପଡିଲା ଚହଳ । ଚୋର ବେଳା ବି ଖରାପ ପଡ଼ିଥିଲା ।

Advertisment

ଗୋଡେଇ ଗୋଡେଇ ଛକ ନିକଟରେ ଚୋରକୁ କାବୁ କଲେ ସ୍ଥାନୀୟ ଲୋକ । ବାଲ୍‌ଟି ମାଲିକ ସହ ପୋଲିସକୁ ଖବର ଦେଲେ । ପହଞ୍ଚିଥିଲା ପୋଲିସ ଗାଡ଼ି। ଚୋରକୁ ନେଇଗଲା ଥାନାକୁ । ମାଲିକ ବି ଚୋର ପଛେ ପଛେ ଥାନାରେ ପହଞ୍ଚିଗଲେ ।

ଗୋଡଧୁଆ ବାଲଟି ସିନା ମିଳିଗଲା କିନ୍ତୁ ଫଶିଗଲା ଚୋର । ସୁନା ଗହଣା କି ଟଙ୍କା ପଇସା ଚୋରେଇ ବନ୍ଧା ହୋଇଥିଲେ ଅଲଗା କଥା କିନ୍ତୁ, ଗୋଡଧୁଆ ବାଲଟି ଚୋରି କରି ନାଁ ଗାଁ ପକାଇଲା ଚୋର । ବାଲଟି ଧରି ଖୁସିରେ ଘରକୁ ଫେରିଲେ ମାଲିକ ଆଉ ହାଜତରେ ରହିଲା ଚୋର ।

Advertisment
Balasore Village
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ