Advertisment

ବାଲେଶ୍ବରରେ ବଢୁଛି ବେଆଇନ ନିଶା କାରବାର; କିଙ୍ଗପିନକୁ ଧରିବା ପାଇଁ ପୋଲିସର ଉଦ୍ୟମ...

ବାଲେଶ୍ୱର ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ନିଶା କାରବାର । ବ୍ରାଉନ ସୁଗାର ଠାରୁ ଆରମ୍ଭ କରି ଦେଶୀ ମଦ ଓ ଗଞ୍ଜେଇର ବେପାର ଯୋଗୁଁ ସହରର ଯୁବକ ପଥଭ୍ରଷ୍ଟ ହେଉଛନ୍ତି ।

ଅଦ୍ୟତନ ହୋଇଛି
Balasore

Balasore

Advertisment

ନିଶା କାରବାରର ହବ ପାଲଟିଛି ବାଲେଶ୍ୱର ସହର । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଛି । ତେବେ ସହରରେ ବଢି ଚାଲିଥିବା ନିଶା କାରବାର ଉପରେ ପୋଲିସ କେମିତି ଲଗାମ ଲଗାଉଛି ସେ ନେଇ ଚିନ୍ତିତ ସହରବାସୀ । 

Advertisment

ବାଲେଶ୍ୱର ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ନିଶା କାରବାର । ବ୍ରାଉନ ସୁଗାର ଠାରୁ ଆରମ୍ଭ କରି ଦେଶୀ ମଦ ଓ ଗଞ୍ଜେଇର ବେପାର ଯୋଗୁଁ ସହରର ଯୁବକ ପଥଭ୍ରଷ୍ଟ ହେଉଛନ୍ତି । ନିଶାଡି ମାନେ ବିଭିନ୍ନ ଜାଗାରେ ଚୋରି, ଛିନତାଇ ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି । ସମୟେ ସମୟେ ପୋଲିସ ନିଶାଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ବି ନିଶା ବେପାରୀଙ୍କୁ କିନ୍ତୁ ଧରିବାରେ ସଫଳ ହେଉନି। ଆଗକୁ ନିର୍ବାଚନ ଥିବାରୁ ଉଭୟ ନିଶାଡି ଓ ନିଶା କାରବାର କରୁଥିବା ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀ ଦାବି କରିଛନ୍ତି । 

ଅନ୍ୟପଟେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସାରିବା ସହ ଅବାଧ ଓ ନିରପେକ୍ଷ କରିବା ଲାଗି ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି । ଜଳେଶ୍ୱର, ନିଳଗିରି, ସୋର, ବାଲିଆପାଳ, ବସ୍ତା ସହ ସହରର ଗଳାପୋଲ,ଓ ପୁରୁଣା ବାଲେଶ୍ୱରରେ ବେଆଇନ ନିଶା କାରବାର ବଢିଛି । ବାଲେଶ୍ୱର ପୋଲିସ ,ବିଏସଏଫ ସହରର ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିବା ସହ ବିଭିନ୍ନ ଜାଗାରେ ରେଡ କରି ବିପୁଳ ଦେଶୀ ମଦ ପୋଚ ନଷ୍ଟ କରିଛନ୍ତି ।

Advertisment

ବାଲେଶ୍ୱରରେ ବଢୁଥିବା ନିଶା କାରବାରକୁ ରୋକିବାକୁ ପଡୋଶୀ ପଶ୍ଚିମବଙ୍ଗ ପୋଲିସ ଅଧିକାରୀ ମାନଙ୍କ ସହ ଜିଲ୍ଲା ପୋଲିସ କଥା ହୋଇଛନ୍ତି । ୧୧ଗୋଟି ବୋର୍ଡର ଚେକ ପୋଷ୍ଟରେ କଡାକଡି ଚେକିଂ କରାଯାଉଥିବା ଏସ୍‌ପି କହିଛନ୍ତି । ବାଲେଶ୍ୱରକୁ ନିଶା କାରବାରର ହବ କୁହାଯାଉଥିବା ବେଳେ ନିଶା ଯୋଗୁଁ ବହୁ ସମୟରେ ଜିଲ୍ଲାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଆଗମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ଲାଗି ପୋଲିସ କି ପଦକ୍ଷପ ନେଉଛି ଏବେ ତା ଉପରେ ନଜର ।

Drug Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ