Advertisment

ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀର ଜୀବନ ଗଲା,ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସନ୍ଦେହ

ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆହାତୀର ମୃତ୍ୟୁ ଘଟିଛି। ୭ ବର୍ଷର ଛୁଆହାତୀ 'ମାମା'ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
elephant death

elephant death

Advertisment

ଚନ୍ଦକାରେ ଆଉ ଏକ ମାଈ ହାତୀର ମୃତ୍ୟୁ। ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆହାତୀର ମୃତ୍ୟୁ ଘଟିଛି। ୭ ବର୍ଷର ଛୁଆହାତୀ 'ମାମା'ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି। ୨୦୧୭ରେ ଗୋଠଛଡ଼ା 'ମାମା'କୁ ପ୍ରଶିକ୍ଷଣ କେନ୍ଦ୍ର ଅଣାଯାଇଥିଲା। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ ହାତୀ ମଧ୍ୟ ହାର୍ପିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଥିବା ଚନ୍ଦକା ଡିଏଫଓ କହିଛନ୍ତି।

Advertisment

୨୦୧୭ରେ ଖୋର୍ଦ୍ଧା ଟାଙ୍ଗୀ ଜଙ୍ଗଲରେ ଛୁଆହାତୀ ମାମାର ଜନ୍ମ ହୋଇଥିଲା। ମାତ୍ର ୬ ମାସ ପରେ ସେ ମାଆ ଠାରୁ ଅଲଗା ହୋଇଯାଇଥିଲା। ପରେ ତାକୁ ନନ୍ଦନକାନନ ଅଣାଯାଇଥିଲା। ପରେ ନନ୍ଦନ କାନନରୁ ମାମାକୁ ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରକୁ ନିଆଯାଇଥିଲା।  

Elephant Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ