Advertisment

୭ ମାସର ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ; ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଗର୍ଭ ଯନ୍ତ୍ରଣାରେ ଛଟପଟ କିରାଣୀଙ୍କୁ ଡାକ୍ତରଖନା ଛାଡ଼ିଲେନି ସିଡିପିଓ । ଚାଲିଗଲା ମହିଳା କିରାଣୀଙ୍କ ଗର୍ଭରେ ଥିବା ନିଷ୍ପାପ ଶିଶୁର ଜୀବନ ।

ଅଦ୍ୟତନ ହୋଇଛି
Neglecting Pregnant Employee

Neglecting Pregnant Employee

Advertisment

ଗର୍ଭ ଯନ୍ତ୍ରଣାରେ ଛଟପଟ କିରାଣୀଙ୍କୁ ଡାକ୍ତରଖାନା ଛାଡ଼ିଲେନି ସିଡିପିଓ । ଚାଲିଗଲା ମହିଳା କିରାଣୀଙ୍କ ଗର୍ଭରେ ଥିବା ନିଷ୍ପାପ ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ । 

Advertisment

ଜଣେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥାଇ ମଧ୍ୟ ନିୟମିତ କାର୍ଯ୍ୟାଳୟ ଆସି କାମ କରୁଥଲେ। ଗତ ୨୫ ତାରିଖ ଦିନ ସେ କାର୍ଯ୍ୟାଳୟରେ ଥିବାବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା, ବିଭାଗୀୟ ଅଧିକାରୀ ତଥା CDPO ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନଛାଡ଼ି ବରଂ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି ବର୍ଷା।

ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁସ୍ଥ ହୋଇ ପଡିବାରୁ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା ଓ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ବର୍ଷା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । 

Advertisment

ଗତ ୨୫ ତାରିଖ ଦିନ ଅଫିସରେ ଥିବାବେଳେ ବର୍ଷା ପ୍ରିୟଦର୍ଶିନୀ କେମିତି ଯନ୍ତ୍ରଣାରେ କାନ୍ଦୁଥିଲେ ଓ ସିଡିପିଓଙ୍କ ସହ ତାଙ୍କର ଜଣେ ସଂପର୍କୀୟଙ୍କ ଯୁକ୍ତିତର୍କର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ତେବେ ଏହି ଘଟଣାରେ ସିଡିପିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।  

CDPO Employee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ