Advertisment

State Transport Department : ସାବଧାନ! ବାଇକରେ ବୀମା ନଥିଲେ ଫସିବେ

ରାଜ୍ୟରେ ଥିବା ୨୨ ଟୋଲ୍ ଗେଟରେ ଏହା କାର୍ଯ୍ୟକାରୀ ହେବ। ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍ ଦଣ୍ଡ ମିଳିବ। ପୁନର୍ବାର ଉଲ୍ଲଙ୍ଘନ କଲେ ୪ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲ୍ ମିଳିବ। ଏପରିକି ଉଭୟ ଦଣ୍ଡରେ ଦଣ୍ଡିତ କରିବାର ମଧ୍ୟ ପ୍ରାବଧାନ ରହିଛି।

Traffic

Traffic

Advertisment

ସାବଧାନ! ମୋଟର ଯାନରେ ବୀମା ନଥିଲେ ସ୍ବୟଂକ୍ରିୟା ପ୍ରଣାଳୀରେ ଧରାପଡ଼ିବେ। ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ। ଫେବ୍ରୁଆରୀ ପହିଲାରୁ ସାରା ରାଜ୍ୟରେ ନିୟମ ଲାଗୁ ହେବ। ଧରାପଡ଼ିଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ସୋଶାଲ ମିଡ଼ିଆ ‘X’ ଏନେଇ State Transport Authority ସୂଚନା ଦେଇଛି।

Advertisment

ରାଜ୍ୟରେ ଥିବା ୨୨ ଟୋଲ୍ ଗେଟରେ ଏହା କାର୍ଯ୍ୟକାରୀ ହେବ। ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍ ଦଣ୍ଡ ମିଳିବ। ପୁନର୍ବାର ଉଲ୍ଲଙ୍ଘନ କଲେ ୪ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲ୍ ମିଳିବ। ଏପରିକି ଉଭୟ ଦଣ୍ଡରେ ଦଣ୍ଡିତ କରିବାର ମଧ୍ୟ ପ୍ରାବଧାନ ରହିଛି।

ସୂଚନାରୁ ପ୍ରକାଶ, ରାଜ୍ୟରେ କିଛି ଅମାନିଆ ବୀମା କରୁନାହାନ୍ତି। ବାରମ୍ବାର ତାଗିଦ ତାଗିଦ ସତ୍ତ୍ବେ ଅମାନିଆମାନେ ବୀମା କରୁନାହାନ୍ତି। ଅନ୍ୟପକ୍ଷରେ ସେମାନେ ଦୃତଗତିରେ ବାଇକ୍ ଚଲାଇ ଦୁର୍ଘଟଣା ଘଟାଉଛନ୍ତି। ନିଜେ ଦୁର୍ଘଟଣାରେ ପଡ଼ିବା ସହିତ ଅନ୍ୟମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ବାରମ୍ବାର ସଚେତନତା ସତ୍ତ୍ବେ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ି ଚାଲିଛି। ଆଉ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି।

Advertisment
Traffic Rule Violation RTO STA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ