Advertisment

Bhubaneswar Club Race: ଭୁବନେଶ୍ବର କ୍ଲବ୍ ପ୍ରେସିଡେଣ୍ଟ ଫାଇଟରେ କିଏ ମାରିବ ବାଜି ? ଅସିତ୍ ତ୍ରିପାଠୀ ନା ପ୍ରଦୀପ ଜେନା, କାହାର ରହିବ ପତିଆରା ?

ଅନ୍ୟଥର ଭଳି ଏଥର ନିର୍ବାଚନରେ ବି ସାମ୍ନାସାମ୍ନି ହୋଇଛନ୍ତି ପୂର୍ବରୁ ଟପ୍ ମୋଷ୍ଟ ପଦରେ ଥିବା ପୂର୍ବତନ ଆଇଏଏସ ଅଧିକାରୀ। ତେବେ ତଫାତ କେବଳ ଏତିକି, ବହୁ ବର୍ଷ ପରେ ଏଥର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟ ଭିତରେ ହେଉଛି ଭୁବନେଶ୍ବର କ୍ଲବ୍ ନିର୍ବାଚନ। ପୂର୍ବରୁ ଦୁଇ ଦୁଇ ଥର ସଭାପତି ରହିିଥିବା ଅଭିଜ୍ଞ ଓ ଅନୁଭବୀ ଅସିତ ତ୍ରିପାଠୀଙ୍କୁ ଟକ୍କର ଦେଉଛନ୍ତି ପ୍ରଦୀପ ଜେନା।

Bhubaneswar Club Race

Bhubaneswar Club Race

Advertisment

ଏଲିଟ୍ କ୍ଲବ, ବିଗ୍ ଫାଇଟ୍ । ନିର୍ବାଚନ ମୈଦାନରେ ଦୁଇ ମହାରଥୀ । ପ୍ରେଷ୍ଟିଜ୍ ଓ ପତିଆରା ଲଢେଇରେ ମୁହାଁମୁହିଁ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପ୍ରଦୀପ ଜେନା। ରାଜ୍ୟର ସବୁଠୁ ସଂଭ୍ରାନ୍ତ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଲାଗି ସରିଛି ଭୋଟିଂ। କାଲି ଇ-ଭୋଟିଂରେ ୫୯୬ ଭୋଟ୍ ପଡ଼ିବା ପରେ ଆଜି କ୍ଲବ ଆସି ବାଲାଟରେ ଭୋଟ୍ ଦେଇଛନ୍ତି ୧୧ ଶହ ୭୮ ସଦସ୍ୟ।

Advertisment

ଏଥିପାଇଁ ସକାଳ ୧୦ଟା ପରେ  ଭୁବନେଶ୍ବର କ୍ଲବ ପରିସରରେ ସୃଷ୍ଟି ହୋଇଥିଲା ଖଚାଖଚ ଭିଡ଼। ନିର୍ବାଚନରେ ଭାଗ ନେବାକୁ କ୍ଲବ୍କୁ ଆସୁଥିଲେ ଜଣକ ପରେ ନାମୀଦାମୀ ବ୍ୟକ୍ତି। ଆଉ ଏପଟେ ଏଜି ଛକ ଟ୍ରାଫିକ୍ ପୋଷ୍ଟରୁ ଭୁବନେଶ୍ବର କ୍ଲବ ପର୍ଯ୍ୟନ୍ତ ରାସ୍ତା ବି ଜାମ୍ ହୋଇସାରିଥିଲା ବ୍ରାଣ୍ଡେଡ୍ କାର ମେଳରେ। କ୍ଲବ୍ ବାହାରେ ଝିପି ବର୍ଷାରେ ପାଗ ଥଣ୍ଡା ଥିଲେ ବି କ୍ଲବ୍ ଭିତରର ପରିବେଶ କିନ୍ତୁ ଥିଲା ଫୁଲ୍ ଗରମାଗରମ୍।...

ଅନ୍ୟଥର ଭଳି ଏଥର ନିର୍ବାଚନରେ ବି ସାମ୍ନାସାମ୍ନି ହୋଇଛନ୍ତି ପୂର୍ବରୁ ଟପ୍ ମୋଷ୍ଟ ପଦରେ ଥିବା ପୂର୍ବତନ ଆଇଏଏସ ଅଧିକାରୀ। ତେବେ ତଫାତ କେବଳ ଏତିକି, ବହୁ ବର୍ଷ ପରେ ଏଥର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟ ଭିତରେ ହେଉଛି ଭୁବନେଶ୍ବର କ୍ଲବ୍ ନିର୍ବାଚନ। ପୂର୍ବରୁ ଦୁଇ ଦୁଇ ଥର ସଭାପତି ରହିିଥିବା ଅଭିଜ୍ଞ ଓ ଅନୁଭବୀ ଅସିତ ତ୍ରିପାଠୀଙ୍କୁ ଟକ୍କର ଦେଉଛନ୍ତି ପ୍ରଦୀପ ଜେନା। ଅସିତ ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରି ପୂର୍ବ ସରକାରରେ ସମ୍ଭାଳିଥିଲେ WODC ଅଧ୍ୟକ୍ଷ ପଦ। ଆଉ ପ୍ରଦୀପ, ଚିଫ୍ ସେକ୍ରେଟାରୀ ପଦରୁ ଅବ୍ୟାହତି ପରେ ଏବେ ନୂଆ ସରକାରରେ OERC ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିଛନ୍ତି। ତେଣୁ ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ, ୟେ ନିର୍ବାଚନ ପଛରେ ରାଜନୈତିକ ଗୋଷ୍ଠୀର ପ୍ରଛନ୍ନ ହସ୍ତକ୍ଷେପ ନେଇ ଗନ୍ଧ ବାରିଛନ୍ତି ବହୁ ସଦସ୍ୟ ଆଉ ବୁଦ୍ଧିଜୀବୀ।

Advertisment

ଭୁବନେଶ୍ବର କ୍ଲବ ନିର୍ବାଚନରେ ଅନୁଭବୀ ଅସିତଙ୍କୁ ଚ୍ୟାଲେଞ୍ଜ କରୁଥିବା ପ୍ରଦୀପ ଜେନାଙ୍କ ନାରା ରହିଛି ଭୋଟ୍ ଫର୍ ଚେଞ୍ଜ୍। ତେଣୁ ବିଗତ ଦିନରୁ ଚିରାଚରିତ ଓ ଗତାନୁଗତି ଧାରାକୁ ଭାଙ୍ଗି କିଛି ନୂଆ କରିବାକୁ ପରିବର୍ତ୍ତନ ଆହ୍ବାନ ଦେଇଛନ୍ତି ପ୍ରଦୀପ ଜେନା। ସେପଟେ ଅସିତ ତ୍ରିପାଠୀଙ୍କ ସ୍ଲୋଗାନ୍ ରହିଛି ବିକାଶ ଏକ ଯାତ୍ରା। ଏହାର ଗତିକୁ ସାଥ୍ ଦେବାକୁ ସେ ନିବେଦନ କରିଛନ୍ତି। ୟା ଭିତରେ କାହା ପତିଆରା ରହୁଛି, ଏବେ ତା ଉପରେ ସମସ୍ତଙ୍କ ନଜର।

Bhubaneswar Odisha Bhubaneswar Club Bhubaneswar Club Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ