କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୬ ଜଣିଆ ASI ଟିମ୍‌; ଗର୍ଭଗୃହରୁ କଢ଼ା ହେବ ବାଲି !

କୋଣାର୍କ ସୂର୍ଯ୍ୟମନ୍ଦିରରେ ASI ଟିମର ଅନୁଧ୍ୟାନ। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଅନୁଧ୍ୟାନ ଚଳାଇଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

Konark Sun Temple

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ASI ଟିମର ଅନୁଧ୍ୟାନ। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଅନୁଧ୍ୟାନ ଚଳାଇଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ଦୁଇବର୍ଷ ହେଲା କାମ ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ୱାରକିଙ୍ଗ ପ୍ଲାଟଫର୍ମ , ଆଇରନ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ଆଇରନ ସିଡ଼ି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହେଲେ ବାଲି କାଢ଼ିବା ପାଇଁ ଚାଲିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ବିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟରେ ୫ ଫୁଟର ଏକ ଗର୍ତ୍ତ ଖୋଳା ଯିବ ଯେଉଁ ବାଟରେ ଗର୍ଭଗୃହରୁ ବାଲି କାଢ଼ାଯିବ । ଏଥି ପାଇଁ ତିନିବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହାମଧ୍ୟରେ ଦୁଇ ବର୍ଷ ବିତିଯାଇଥିବା ବେଳେ ଆଜି ASI ଏଡିଜି ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି।