Advertisment

Ayushman Bharat Assurance Card: ‘ଆୟୁଷ୍ମାନ ଭାରତ ଇନସ୍ୟୁରାନ୍ସ ନୁହେଁ, ଏକ ଆସ୍ୟୁରାନ୍ସ ସ୍କିମ୍’

ଦେଶର ୨୯ ହଜାର ହସ୍ପିଟାଲରେ ଆସ୍ୟୁରାନ୍ସ ମୋଡ୍‌ରେ ଏହାର ଲାଭ ନେଇପାରିବେ ରାଜ୍ୟର ସାଢ଼େ ୩ କୋଟି ହିତାଧିକାରୀ। ଓଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଅଦ୍ୟତନ ହୋଇଛି
Ayushman Bharat Assurance Card

Ayushman Bharat Assurance Card

Advertisment

ଆୟୁଷ୍ମାନ ଭାରତ ଇନସ୍ୟୁରାନ୍ସ ନୁହେଁ, ଏକ ଆସ୍ୟୁରାନ୍ସ ସ୍କିମ୍। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏକ କମନ୍ ଏବଂ ପାନ୍ ଇଣ୍ଡିଆ କାର୍ଡ। ଦେଶର ୨୯ ହଜାର ହସ୍ପିଟାଲରେ ଆସ୍ୟୁରାନ୍ସ ମୋଡ୍‌ରେ ଏହାର ଲାଭ ନେଇପାରିବେ ରାଜ୍ୟର ସାଢ଼େ ୩ କୋଟି ହିତାଧିକାରୀ। ଓଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। 

Advertisment

ଆହୁରି କହିଛନ୍ତି ଯ, କଥା ଦେଇ କଥା ରଖିଲୁ ବୋଲି କହିବା ସହ, ଯୋଜନାକୁ ନେଇ ବିରୋଧୀ ଦଳ ଭ୍ରମ ସୃଷ୍ଟି କରୁଥିଲେ। ପୂର୍ବ ସରକାର ପରିବାର ପିଛା ଗୋଟିଏ କାର୍ଡ ଦେଉଥିଲେ। କିନ୍ତୁ ଆମେ ପ୍ରତି ସଦସ୍ୟକୁ ଗୋଟିଏ ଲେଖାଏଁ କାର୍ଡ ଦେବୁ । ଯାହା ଫଳରେ ପରିବାରର ସଦସ୍ୟ ମାନେ ଭିନ୍ନ ଭିନ୍ନ ରାଜ୍ୟରେ ଥିଲେ ମଧ୍ୟ ଏହାର ଲାଭ ପାଇପାରିବେ । ୭୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ କ୍ଷେତ୍ରରେ ହିତାଧିକାରୀ ବନିବାର କୌଣସି ମାନଦଣ୍ଡ ନାହିଁ’। ସମସ୍ତଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ପାଖାପାଖି ୩ ମାସ ଲାଗିବ। ଏହି ସମୟରେ ଯଦି କେହି କାର୍ଡ ପାଇବାରୁ ବଞ୍ଚିତ ହୁଅନ୍ତି, ବ୍ୟସ୍ତ ହେବେନି। ଆଧାର ନମ୍ବରରେ ବି ରାଜ୍ୟ ଓ ରାଜ୍ୟ ବାହାରେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। 

ଅଧିକ ପଢ଼ନ୍ତୁ: ଓଡ଼ିଶା ସ୍ବାସ୍ଥ୍ୟସେବା ଇତିହାସରେ ନୂଆ ଫର୍ଦ୍ଦ, କଟକରେ ବହୁ ପ୍ରତୀକ୍ଷିତ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ

Advertisment

ଏଥିସହ ୭୦ ବର୍ଷରୁ ଅଧିକ ବୟସ୍କମାନେ www.nha.gov.in ଏବଂ www.gjay.odisha.gov.inରେ ରେଜିଷ୍ଟ୍ରେସନ କରି ଆୟୁଷ୍ମାନ ଭାରତ ବୟୋବନ୍ଦନା କାର୍ଡ ପାଇପାରିବେ, ନଚେତ୍ ଆଶାଦିଦି ମାନେ ଘରକୁ ଘର ବୁଲି କାର୍ଡ ଦେଇ ଆସିବେ ବୋଲି ସେ ସୂଚନା ଦେଇଛନ୍ତି।

ଆଜି କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଓଡ଼ିଶାରେ ଶୁଭାରମ୍ଭ ସହ ଏକକ କାର୍ଡ ବିତରଣ ଆରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ