Advertisment

Subhadra Yojana: ଆପଣଙ୍କ ଖାତାକୁ ଆସିନି କି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ? ଜାଣନ୍ତୁ କାହିଁକି...

ପ୍ରଥମ କିସ୍ତି ମିଳିଥିଲା, ହେଲେ ଆସିଲାନି ଦ୍ବିତୀୟ କିସ୍ତି ଟଙ୍କା। ଗଞ୍ଜାମ ଖଲିକୋଟର ଛବିତା ବିଶ୍ବାଳଙ୍କ ଭଳି ଆପଣଙ୍କ ଖାତାକୁ ଆସିନି କି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ? କାହିଁକି ଆସିଲାନି, ଆସିବ କି ନାହିଁ ଘାରିଛି କି ଚିନ୍ତା ? ଜାଣନ୍ତୁ ପୂରା ଘଟଣା...

ଅଦ୍ୟତନ ହୋଇଛି
undefined

Subhadra Yojana

Advertisment

ପ୍ରଥମ କିସ୍ତି ପାଇ ବି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବଞ୍ଚିତ ଅଛନ୍ତି ରାଜ୍ୟର ୧ ଲକ୍ଷ ମହିଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏଇ ସୂଚନା ଦେବା ସହ ଏମାନେ କାହିଁକି ବାଦ୍ ପଡ଼ିଛନ୍ତି ତାର କାରଣ ବି ଦର୍ଶାଇଛନ୍ତି। କହିଛନ୍ତି ରାସନକାର୍ଡ ଓ ଇନକମରେ ତାଳମେଳ ଅଭାବରୁ ଏପରି ସ୍ଥିତି ଉପୁଜିଛି। ତେବେ ମାର୍ଚ୍ଚ 31 ତାରିଖ ପରେ ୱାନ୍ ଟୁ ୱାନ୍ ସର୍ଭେ କରାଯାଇ ବଞ୍ଚିତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ବାକି ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Advertisment

ପ୍ରଥମ କିସ୍ତି ମିଳିଥିଲା, ହେଲେ ଆସିଲାନି ଦ୍ବିତୀୟ କିସ୍ତି ଟଙ୍କା। ଗଞ୍ଜାମ ଖଲିକୋଟର ଛବିତା ବିଶ୍ବାଳଙ୍କ ଭଳି ଆପଣଙ୍କ ଖାତାକୁ ଆସିନି କି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ? କାହିଁକି ଆସିଲାନି, ଆସିବ କି ନାହିଁ  ଘାରିଛି କି ଚିନ୍ତା ? ବ୍ୟସ୍ତ ହୁଅନ୍ତୁନି, ଏମିତି 1 ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କ ଏଇ ସ୍ଥିତି। ଆଉ ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି କହିଛନ୍ତି ଦ୍ବିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ଏଭଳି ହିତାଧିକାରୀ କିଭଳି ପୁଣି ଟଙ୍କା ପାଇବେ ସେନେଇ ଚିନ୍ତା କରୁଛନ୍ତି ସରକାର। ହେଲେ କାହିଁକି ଏପରି ହେଲା, ତାର ଉତ୍ତର ରଖି ପ୍ରଭାତୀ କହିଛନ୍ତି ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ଏପରି ହୋଇଛି। ଯେମିତିକି କିଛି ଲୋକ ରାସନ୍ କାର୍ଡ ଫେରାଇଛନ୍ତି, ଯାହାର ଅର୍ଥ ସେମାନେ ସୁଭଦ୍ରା ପାଇଁ ଥିବା ଧାର୍ଯ୍ୟସୀମା ପାର୍ କରିଛନ୍ତି। ସେହିପରି କିଛି ପରିବାର ୟା ଭିତରେ ଚାରି ଚକିଆ ଗାଡ଼ି କିଣିଛନ୍ତି ତ ଆଉ କାହାର 5 ଏକର ଚାଷ ଜମି ନଥାଇ ବି ଧାର୍ଯ୍ୟସୀମାଠୁ ଅଧିକ ଧାନ ବିକିଛନ୍ତି। ତେଣୁ ଏହିସବୁ କାରଣରୁ ଏମାନଙ୍କ ଖାତାକୁ ଦ୍ବିତୀୟ କିସ୍ତି ଟଙ୍କା ଯାଇନାହିଁ। ୟାର ଅର୍ଥ ନୁହେଁ, ସେମାନଙ୍କ ଭିତରୁ ଆଉ କେହି ପାଇବେନି। କାରଣ ସରକାର ଏନେଇ ମାର୍ଚ୍ଚ 31ରୁ ୱାନ୍ ଟୁ ୱାନ୍ ସର୍ଭେ କରିବେ। ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀପୂର୍ଣ୍ଣିମାରେ ବାକି ଥିବା ଦ୍ବିତୀୟ କିସ୍ତି ଟଙ୍କା ଦିଆଯିବ।

ଅଧିକ ପଢ଼ନ୍ତୁ: ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

Advertisment

ଏପଟେ ସମସ୍ତ ଯୋଗ୍ୟତା ଥାଇ ବି ବହୁ ଆବେଦନକାରୀ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି। ଏଇ ଯେମିତି ନବରଙ୍ଗପୁର ଉମରକୋଟ ସହରର ଇତିଶ୍ରୀ ଦଳେଇ ଓ ଝରିଗାଁ ବ୍ଲକ୍ ଚିକିଲି ଗାଁର ମନମୋତି ଜାନି। ତାଙ୍କରି ସାଙ୍ଗରେ ଆବେଦନ କରିଥିବା ମହିଳା ଦ୍ବିତୀୟ କିସ୍ତି ଟଙ୍କା ପାଇଁ ସାରିଥିଲା ବେଳେ ସେମାନଙ୍କୁ ଯେ କାହିଁକି ମିଳୁନି ତାକୁ ନେଇ ଚିନ୍ତାରେ।

ହେଲେ ଏମାନଙ୍କ ପାଇଁ ବି ଏଯାଏଁ ବନ୍ଦ ହୋଇନି ସୁଭଦ୍ରା ରାସ୍ତା। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆସନ୍ତା 31 ତାରିଖ ପରେ ଡୋର ଟୁ ଡୋର୍ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବ। ଖାଲି ସେତିକି ନୁହେଁ ଯେଉଁମାନେ ଏବେ 21 ବର୍ଷ ବୟସ ପୂରା କରିଛନ୍ତି ସେମାନେ, ଏବଂ ଏଯାଏଁ କୌଣସି କାରଣରୁ ଆବେଦନ କରି ପାରି ନଥିବା ମହିଳା ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରି ପାରିବେ। ଆଉ ଯୋଗ୍ୟ ସମସ୍ତଙ୍କୁ ରାକ୍ଷୀପୂର୍ଣ୍ଣିମାରେ ଦିଆଯିବାକୁ ଥିବା ତୃତୀୟ କିସ୍ତି ଟଙ୍କା ସହ ଏକକାଳିନ 15 ହଜାର ଟଙ୍କା ପାଇବେ।

Advertisment

ଏପର୍ଯ୍ୟନ୍ତ 1 କୋଟି 8 ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ସାରିଥିଲା ବେଳେ, ଫିଜିକାଲ୍ ଭେରିଫିକେସନ୍ ପରେ ଦ୍ବିତୀୟ କିସ୍ତିରୁ ବଞ୍ଚିତ କେତେ ମହିଳା ପୁଣି ଯୋଜନାରେ ସାମିଲ ହେଉଛନ୍ତି ଏବେ ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

Women Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ