Advertisment

‘ସୁଭଦ୍ରା ଯୋଜନାରେ ୨ ହଜାର ମହିଳାଙ୍କ ଆବେଦନ ଖାରଜ’

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଥିବା କହିଲେ ପ୍ରଭାତୀ ।

ଅଦ୍ୟତନ ହୋଇଛି
DY CM Pravati Parida

DY CM Pravati Parida

Advertisment

ସୁଭଦ୍ରା ଯୋଜନା ୨ ହଜାର ଆବେଦନ ଖାରଜ। ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। କାଲି ରାତି ସୁଦ୍ଧା ୯୭ ହଜାର ହିତାଧିକାରୀଙ୍କ ଆବେଦନ ପେଣ୍ଡିଙ୍ଗ ଥିଲା । 

Advertisment

ଆଜିର ରିପୋର୍ଟ ଅନୁସାରେ ଶତପ୍ରତିଶତ ଆବେଦନ କ୍ଲିୟର ହୋଇଛି। କେବଳ ଆକାଉଣ୍ଟ ଭୁଲ୍ ଭଟକା ଯୋଗୁଁ ୨ ହଜାର ରିଜେକ୍ଟ  ହୋଇଥାଇପାରେ ବୋଲି ସେ କହିଛନ୍ତି। ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଆବେଦନ କରିବେ, ସମସ୍ତେ ଟଙ୍କା ପାଇବେ ବୋଲି ପ୍ରଭାତୀ କହିଛନ୍ତି। 

ସୁଭଦ୍ରା ଟଙ୍କା ମିଳିବ ମିଳିବ ବୋଲି ଶୁଣୁଥିଲେ । ଟଙ୍କା କେବେ ଆସିବ, ଚାତକ ଭଳି ଚାହିଁଥିଲେ । ସେ ପ୍ରତୀକ୍ଷାର ଗତକାଲି ଅବସାନ ଘଟିଲା । ଗୋଟିଏ ପଟେ ମୋଦି ସ୍ୱିଚ୍ ଟିପି ସୁଭଦ୍ରା କିସ୍ତି ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡ଼ିଲେ, ଅନ୍ୟପଟେ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଲା । କିଏ ମୋଦିଙ୍କ ସଭାକୁ ଆସି ଟଙ୍କା ପାଇଛି ତ କିଏ ନିଜ ଘରେ ଥାଇ।

Advertisment

ସୋରରୁ ଭୁବନେଶ୍ୱର, ଟିଟିଲାଗଡ଼ରୁ ଜୟପୁର। ସବୁଠି ଆକାଉଣ୍ଟକୁ ପ୍ରଥମ କିସ୍ତି ଆସିଥିବା ଜାଣି ହିତାଧିକାରୀ ବି ଖୁସ୍। ନାଚଗୀତରେ ବି ମାତିଗଲେଣି। କିଏ ଆଗରୁ ୧ ଟଙ୍କା ପାଇଥିଲା, ତେଣୁ ତା ଆକାଉଣ୍ଟକୁ ଆଜି ୪୯୯୯ ଟଙ୍କା ପହଞ୍ଚିଛି। ତ ପୁଣି କାହା ଖାତାକୁ ଆସିଛି ପୁରା ୫ ହଜାର ଟଙ୍କା।

ମୋଦି ଗତକାଲି ୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସୁଭଦ୍ରା ପ୍ରଥମ କିସ୍ତି। ଯେଉଁଥିରେ ଖର୍ଚ୍ଚ ହୋଇଛି ୧୨୫୦ କୋଟି ୫୫ ହଜାର ଟଙ୍କା। ଏ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି- ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରୁଛୁ। ସେମିତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ଏଯାବତ୍ ୭୪ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ପଞ୍ଜୀକରଣ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ