ସୁଭଦ୍ରା ଯୋଜନାକୁ ନେଇ ପୁଣି ଆସିଲା ବଡ଼ ଖବର!! ଏମାନେ ବି କରିପାରିବେ ଆବେଦନ..

‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ ବି କରିପାରିବେ ଆବେଦନ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Subhadra Yojna

‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ ବି କରିପାରିବେ ଆବେଦନ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଙ୍ଗନବାଡ଼ି କର୍ମୀଙ୍କ ସମେତ ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ-ସିଆରପି ମାନେ ଆବେଦନ କରିପାରିବେ । ଏହାବ୍ୟତୀତ ମାଷ୍ଟର ବୁକକିପର ତଥା ଏମବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳା ମାନେ ବି ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

ସମସ୍ତ ମାନଦଣ୍ଡରେ ଯୋଗ୍ୟ ବିବେଚିତ ହେଲେ ସୁଭଦ୍ରା ଯୋଜନାର ଫାଇଦା ପାଇପାରିବେ ଏମାନେ । ସେହିପରି ସୁଭଦ୍ରା ଯୋଜନା ସଂପର୍କିତ ସମସ୍ତ ତଥ୍ୟ ପାଇବା ପାଇଁ ଆବେଦନକାରିଣୀ ସ୍ୱତନ୍ତ୍ର ଟୋଲ-ଫ୍ରି ନମ୍ବରରେ କଲ୍ କରିପାରିବେ । ମହିଳା ଏବଂ ଶିଶୁ ବିକାଶ ପକ୍ଷରୁ ଜାରି ଟୋଲ୍-ଫ୍ରି ନମ୍ବର ହେଉଛି-୧୪୬୭୮ ।

ଏହି ଟୋଲ୍ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଏହି ସମୟ ସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି କଲ୍ କରିପାରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏବେ ଆସନ୍ତୁ ଜାଣିବା, କେମିତି କରିବେ ଆବେଦନ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିହେବ ।

ଅଫଲାଇନରେ ଆପଣ ଅଙ୍ଗନୱାଡି କେନ୍ଦ୍ର, ବ୍ଳକ୍ ଅଫିସ୍, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରୁ ଫର୍ମ ନେଇ ସେହିଠାରେ ପ୍ରମାଣ ପତ୍ର ସହ ଆବେଦନ ଭରିପାରିବେ । ସେହିପରି ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଫର୍ମ ଫିଲପ୍ ସହ ସମସ୍ତ ପ୍ରମାଣ ପତ୍ର ଅପଲୋଡ୍ କରିବାକୁ ହେବ ।

ଆବଦେନ ବେଳେ କ’ଣ କ’ଣ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ

ବୟସ ପ୍ରମାଣ ପାଇଁ ଆପଣଙ୍କୁ ନିଜ ଆଧାର କାର୍ଡ ଦେବାକୁ ପଡ଼ିବ । ଆଧାର କାର୍ଡରେ ଉଲ୍ଲେଖ ହୋଇଥିବା ଜନ୍ମ ତାରିଖ ହିଁ ଗ୍ରହଣଯୋଗ୍ୟ । ସେହିପରି ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବର ଦେବାକୁ ହେବ । ଆପଣଙ୍କୁ ନିଜର କିମ୍ବା ନିଜ ସ୍ୱାମୀ କିମ୍ବା ବାପାଙ୍କର ଇନକମ୍ ସାର୍ଟିଫିକେଟ୍ ବି ଦେବାକୁ ହେବ ।

ଯଦି ପରିବାରର ଆୟ ବାର୍ଷିକ ଅଢେଇ ଲକ୍ଷରୁ ଅଧିକ ହୋଇଥିବ, ତାହାଲେ ଆପଣ ବାଦ୍ ପଡ଼ିବେ । ସେହିପରି ଏହି ଯୋଜନାର ଲକ୍ଷ୍ୟ ଅନ୍ତୋଦ୍ୟୟ ଥିବାରୁ ଯଦି ଆପଣଙ୍କର ରାସନ କାର୍ଡ ରହିଛି, ତାହେଲେ ସେହି ପ୍ରମାଣ ବି ଆପଣ ଦେଇପାରିବେ । ଏ ସମସ୍ତ ପ୍ରମାଣ ପତ୍ର ଦେଇ ଆବେଦନ ପରେ E-KYC ଦାଖଲ କରିବାକୁ ପଡିବ ।

ଆପଣ ସୁଭଦ୍ରା ପୋର୍ଟାଲ କିମ୍ବା ମୋବାଇଲ ଆପରେ ଆଧାର ନମ୍ବର ଦେଇ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ସାରି ପାରିବେ । ଆବଶ୍ୟକ ହେଲେ ହେଲ୍ପଲାଇନ କିମ୍ବା ସେଣ୍ଟ୍ରାଲ କଲ ସେଣ୍ଟରକୁ କଲ୍ କରି ସାହାଯ୍ୟ ନେଇପାରିବେ । ଯଦି ସମସ୍ତ ଯୋଗ୍ୟତା ଥାଇ ବି ଆପଣ ଯୋଜନାରୁ ବାଦ୍ ପଡନ୍ତି ତାହେଲେ ସୁଭଦ୍ରା ପୋର୍ଟାଲରେ ଥିବା ଅଭିଯୋଗ ବ୍ୟବସ୍ଥାରେ ଆପଣ ଆବେଦନ କରିପାରିବେ ।

ଜିଲ୍ଲା, ବ୍ଲକ ସ୍ତରରେ ହେବାକୁ ଥିବା ସୁଭଦ୍ରା ଶିବିରରେ ସିଧାସଳଖ ଅଧିକାରୀଙ୍କୁ ଭେଟି ମଧ୍ୟ ଅଭିଯୋଗ ଜଣାଇପାରିବେ । ସେପ୍ଟେମ୍ବର ୧୭ରେ ଯୋଜନା ଆରମ୍ଭ ହେବାକୁ ଥିବା ବେଳେ ଖୁବଶୀଘ୍ର ଆରମ୍ଭ ହେବ ଆବେଦନ ।