Advertisment

Girl Student Suicide: ପରୀକ୍ଷା ବେଳେ କପି ଚେକିଂ ଆଳରେ ଅସଦାଚରଣ ! ଜୀବନ ହାରିଲେ ଛାତ୍ରୀ

ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ ।

undefined

Allegations of Misconduct

Advertisment

ପରୀକ୍ଷା ବେଳେ ଅଧ୍ୟାପକଙ୍କ ଦ୍ବାରା ଯୁକ୍ତ ୨ ଛାତ୍ରୀ ଅସଦାଚରଣର ଶିକାର ହେଲେ ଛାତ୍ରୀ । ଘଟଣାର ୫ ଦିନ ପରେ ଆତ୍ମଗ୍ଲାନିରେ ଆତ୍ମହତ୍ୟା କଲେ ବାଣିଜ୍ୟ ଛାତ୍ରୀ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ଲୋକେ ଜଣେ ଅଧ୍ୟାପକଙ୍କ ବିରୋଧରେ ଆଣିଛନ୍ତି ଏଭଳି ସଙ୍ଗୀନ ଅଭିଯୋଗ ।

Advertisment

ମୃତା ଛାତ୍ରୀଙ୍କ ମାଆ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଦେଇଥିବା ଏତଲା ଅନୁସାରେ ଗତ ୧୯ ତାରିଖରେ କଲେଜକୁ ପରୀକ୍ଷା ଦେବାକୁ ଆସିଥିଲେ ଝିଅ । ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ ।

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ପହିଲାରୁ ହୋଇଛି ଏହି ସବୁ ପରିବର୍ତ୍ତନ, ପକେଟ୍ ଉପରେ ଏମିତି ପକାଇବ ପ୍ରଭାବ

Advertisment

ଯେଉଁ କାରଣରୁ ପରୀକ୍ଷା ଦେବାରେ ଛାତ୍ରୀଙ୍କର ୧୦ ମିନିଟ୍ ବିଳମ୍ବ ବି ହୋଇଥିଲା । ଆଉ ଏ ଘଟଣାକୁ ନେଇ ମାନସିକ ଭାରସାମ୍ୟ ହରାଇ ବସିଥିବା ଛାତ୍ରୀ ଜଣକ ଗତ ୨୪ ତାରିଖରେ ଆତ୍ମହତ୍ୟା କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଛାତ୍ରୀଙ୍କ ମାଆ । ଏପଟେ ପଟ୍ଟମୁଣ୍ଡାଇ କଲେଜରେ ପରୀକ୍ଷା ବେଳେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗର ସତ୍ୟତା ନଥିବା କହିଛନ୍ତି କଲେଜ୍ ଅଧ୍ୟକ୍ଷ । ସେ କହିଛନ୍ତି ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି । ତଦନ୍ତ ସହଯୋଗ ଲାଗି ପୋଲିସ ଟିମକୁ କଲେଜ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯାଉଛି ।

କଲେଜରେ ପୁଣି ପରୀକ୍ଷା ସମୟରେ ଜଣେ ଛାତ୍ରୀ, ଅଧ୍ୟାପକଙ୍କ ଦ୍ବାରା ଅସଦାରଚରଣ ଅଭିଯୋଗ ପରେ ପ୍ରଶ୍ନ ଉଠୁଛି, ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ତାଙ୍କ ମାଆଙ୍କ ଆଗରେ କହିଥିବା ସେହି ଅଭିଯୁକ୍ତ ଅଧ୍ୟାପକ ଜଣକ କିଏ ? ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ଯଦି ସତ, ତେବେ କପି ଚେକିଂ ପାଇଁ ସେହି ସ୍ପେଶାଲ ସ୍କୁୱାର୍ଡ଼ରେ କୌଣସି ଅଧ୍ୟାପିକା ନଥିଲେ କି ? ଯଦି ପୁରୁଷ ଅଧ୍ୟାପକ ଛାତ୍ରୀଙ୍କୁ କପି ଯାଞ୍ଚ କରୁଥିଲେ, ତେବେ କମନ୍ ରୁମ୍ ବଦଳରେ ନିରୋଳା ସ୍ଥାନକୁ ନେଲେ କେମିତି?

Advertisment

ଅପରପକ୍ଷେ ୧୯ ତାରିଖ ଘଟଣା ପରେ ଛାତ୍ରୀଙ୍କ ପରିବାର କେଉଁ ପରିସ୍ଥିତିରେ ଏକଥା କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇନଥିଲେ? ପୋଲିସ ଏସବୁ ଦିଗକୁ ନେଇ ଖୋଳତାଡ଼ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ବଦଳିବ ଉପାନ୍ତ ଅଞ୍ଚଳର ଚିତ୍ର ; କ୍ରୁଜରେ ବସି ମଜା କରିବେ ପର୍ଯ୍ୟଟକ

Odisha Kendrapara Student Girl Suicide Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ