ନବୀନ, ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ; ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ...

ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ । 

corruption

ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ । ମୋ ସ୍କୁଲ ଓ ଝୋଟ ବ୍ୟାଗ ବଣ୍ଟନରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ହୋଇଛି । ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାସ୍‌ କରିବାକୁ ଦାବିକଲେ ଆଇନଜୀବୀ । 

ତେବେ ନିର୍ବାଚନ ପୂର୍ବରୁ ଗତ ବିଜେଡି ସରକାର ବାଣ୍ଟିଲେ ଶହ ଶହ କୋଟିର ଝୋଟ ବ୍ୟାଗ । ବିଧାନସଭାରେ ଝୋଟ ବ୍ୟାଗ୍ ବଣ୍ଟନ ଖର୍ଚ୍ଚ ନେଇ ହୋସ୍ ଉଡ଼ାଇବା ଭଳି ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଏ ବାବଦରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ୩୬ ଲକ୍ଷ ଟଙ୍କା ।

ସାଧାରଣ ନିର୍ବାଚନ ପୂର୍ବରୁ ୨ଟି ବ୍ୟାଗ୍ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା । ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ । ନିର୍ବାଚନ ପୂର୍ବରୁ ପରିବାର ପିଛା ୨ଟି ବ୍ୟାଗ୍, ୧ ହଜାର ଟଙ୍କା ବଣ୍ଟାଯାଇଥିଲା ବୋଲି ଗୃହରେ ତଥ୍ୟ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।