Advertisment

Jagannath Temple:ମହାପ୍ରଭୁଙ୍କ ଦର୍ଶନ ପାଇଁ ଟଙ୍କା କାରବାର ଅଭିଯୋଗ, ଗଳାବାଟରେ ଦର୍ଶନ ନାଁରେ ଆଦାୟ ହେଉଛି ଟଙ୍କା !

ମହାପ୍ରଭୁଙ୍କ ଦର୍ଶନ ପାଇଁ ଖୁଲମଖୁଲା ଟଙ୍କା କାରବାର ଅଭିଯୋଗ। ଟଙ୍କା ଦେଲେ ସୁରୁଖୁରରେ ମିଳିବ କାଳିଆ ଦର୍ଶନ। କରିବାକୁ ପଡ଼ିବନି ଘଣ୍ଟା ଘଣ୍ଟା ଅପେକ୍ଷା। ସିଂହଦ୍ବାରରେ ଚାଲିଛି ଏପରି ମୂଲଚାଲ।

puri temple

puri temple

Advertisment

ମହାପ୍ରଭୁଙ୍କ ଦର୍ଶନ ପାଇଁ ଖୋଲମଖୁଲା ଟଙ୍କା କାରବାର ଅଭିଯୋଗ ହୋଇଛି । ଗଳାବାଟରେ ଦର୍ଶନ କରାଇଦେବା ନାଁରେ ଶ୍ରଦ୍ଧାଳୁଙ୍କଠୁ ଆଦାୟ ହେଉଛି ଟଙ୍କା । ଖୋଦ୍ ସିଂହଦ୍ବାର ସାମ୍ନାରେ ଏଭଳି ଚାଲିଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । କିଛି ଯାତ୍ରୀପଣ୍ଡା ଓ ଯାତ୍ରୀ ଗୁମାସ୍ତା ଭକ୍ତଙ୍କଠୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

Advertisment

ଏପରିକି ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ହେଁ ବେଧଡ଼କ ଚାଲିଛି କାରବାର । ରୋକିବାକୁ କେହି ନାହାଁନ୍ତି । କିଛି ଦିନ ତଳେ ଜଣେ ଜେଟିପି ଭକ୍ତଙ୍କ ଠାରୁ ଟଙ୍କା ନେଇ ଧରାପଡିବା ପରେ ତାଙ୍କୁ ବହିଷ୍କାର କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଏବେ ପୁଣିଥରେ ଏଭଳି ଭିଡିଓ ଭାଇରାଲ ହେବାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

Jagannath Temple Cash Darshan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ